ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣ ଧୈର୍ଯ୍ୟଧରି କାମ କରିବା ଦରକାର। ବ୍ୟାଙ୍କରୁ ଋଣ ନେବା ଦିଗରେ ଥିବା ବାଧା ଦୂର ହୋଇଯିବ। ବେପାରରେ ମନ ମୁତାବକ ଲାଭ ପାଇବେ। ସନ୍ଧ୍ୟା ବନ୍ଧୁମାନଙ୍କ ସହ ବିତିବ।

ବୃଷ: ଘରେ କୌଣସି କଥାକୁ ନେଇ ବିବାଦ ହୋଇପାରେ। କୋର୍ଟ କଚେରି ମାମଲା ସମାଧାନ ହୋଇଯିବ। କିଛି ନୂଆ ଓ ସକାରାତ୍ମକ କାର୍ଯ୍ୟ କରିବାକୁ ଭାବିବେ।

ମିଥୁନ: ସକାରାତ୍ମକ ଶକ୍ତିରେ ପୂର୍ଣ୍ଣ ରହିବେ। କରିଆସୁଥିବା ଚେଷ୍ଟାରେ ସଫଳ ହେବେ। ପରିବାରରେ ଲାଗି ରହିଥିବା ଅଶାନ୍ତି ସମାପ୍ତ ହେବ। ଦାମ୍ପତ୍ୟ ଜୀବନରେ ଖୁସି ବଢ଼ିବ।

କର୍କଟ: ଜୀବନରେ ନୂଆ ଖୁସିର ସଂକେତ ମିଳିପାରେ। ନିଜ ଲୋକ ଆପଣଙ୍କୁ ଠିକ୍ ଦିଗରେ ନେଇଯିବେ। ବେପାର ଦିଗୁଣା ବଢ଼ିବ। ଛାତ୍ରଛାତ୍ରୀଙ୍କ ଲାଗି ଭଲ ଦିନଟିଏ।

ସିଂହ: ଅଫିସ କାମରେ ବାଧା ଆସିପାରେ। ଧୈର୍ଯ୍ୟଧରି କାମ କରନ୍ତୁ, ଆପଣଙ୍କ ଲାଗି ଲାଭପ୍ରଦ। ଅନୁଭବୀ ବ୍ୟକ୍ତିଙ୍କ ସହ ସାକ୍ଷାତରୁ ଲାଭ ପାଇବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

କନ୍ୟା: ସଠିକ୍ ଯୋଜନା ଦ୍ବାରା କ୍ୟାରିୟରରେ ପରିବର୍ତ୍ତନ ଭବିଷ୍ୟତ ଲାଗି ଲାଭଦାୟକ। କୌଣସି ସମାରୋହକୁ ଯିବା ପାଇଁ ଯୋଜନା କରିବେ। ବ୍ୟବସାୟୀଙ୍କୁ ନୂଆ କାମ ମିଳିପାରେ।

ତୁଳା: କୌଣସି କାମରେ ବାହାରକୁ ଯାଉଥିଲେ ସଫଳତା ପାଇବେ। ସମ୍ବନ୍ଧରେ ମଧୁରତା ବଢ଼ିବ। ବ୍ୟବସାୟରେ ଆଶାରୁ ଅଧିକ ଲାଭ ହେବ। ପାରିବାରିକ ଜୀବନରେ ଶାନ୍ତି ବଢ଼ିବ।

ବିଛା: କୌଣସି ଜରୁରୀ କାମ ସଂପୂର୍ଣ୍ଣ କରିବା ପାଇଁ ଚେଷ୍ଟା କରୁଥିଲେ ସଫଳ ହେବେ। ନ ଭାବିଚିନ୍ତି ପଇସା ଧାର ଦିଅନ୍ତୁ ନାହିଁ। କୋର୍ଟ ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ଆସିବ।

ଧନୁ: ଯାହା ବି କାମ କରିବେ କମ୍ ସମୟରେ ପୂରା ହୋଇଯିବ। ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କୁ ଲାଭ ମିଳିବ। ବେକାରଙ୍କୁ ନୂଆ ଚାକିରିର ପ୍ରସ୍ତାବ ମିଳିବ। ପ୍ରେମୀଙ୍କ ଲାଗି ଭଲ ଦିନଟିଏ।

ମକର: ଜୀବନରେ ଆଗକୁ ବଢ଼ିବା ଲାଗି ନୂଆ ରାସ୍ତା ମିଳିବ। ପରିବାର ଲୋକଙ୍କ ସହ ଗମ୍ଭୀର ବିଷୟରେ କଥା ହେବେ। ନିଜର ମାନ ସମ୍ମାନ ପ୍ରତି ପୂରା ଧ୍ୟାନ ରଖନ୍ତୁ।

କୁମ୍ଭ: ଦିନଟି ପୂର୍ବ ଅପେକ୍ଷା ଭଲ ରହିବ। ଧୈର୍ଯ୍ୟଧରି କାମ କରନ୍ତୁ। ଲେଖକ କୌଣସି ସମାରୋହରେ ସମ୍ମାନିତ ହେବେ। ଶିକ୍ଷାର୍ଥୀ ଏକାନ୍ତରେ ଅଧ୍ୟୟନ କଲେ ପାଠରେ ମନ ଲାଗିବ।

ମୀନ: ଦିନଟି ଖୁସି ଭରା ରହିବ। ଜୀବନକୁ ସୁନ୍ଦର କରିବା ଲାଗି କିଛି ନୂଆ ଓ ରଚନାତ୍ମକ କରିବେ। ବ୍ୟବସାୟୀଙ୍କୁ ଆଶା ଠାରୁ ଅଧିକ ଲାଭ ମିଳିବ। ନୂଆ ଚାକିରିର ସୁଯୋଗ ଅଛି।

ସମ୍ବନ୍ଧିତ ଖବର