ଜାଣନ୍ତୁ ଆଜିର ରାଶିଫଳ

ମେଷ: ଅଧିକ ପରିଶ୍ରମ କରି ସବୁ କାମ ସଂପୂର୍ଣ୍ଣ କରିନେବେ। ସମ୍ମାନିତ ଲୋକଙ୍କ ସହ ମିଶିବାର ସୁଯୋଗ ମିଳିବ। ବ୍ୟବସାୟରେ ଭଲ ପ୍ରଗତି ହେବ।

ବୃଷ: ସାହସ ଓ ଶୌର୍ଯ୍ୟ ଆପଣଙ୍କୁ ସମସ୍ତଙ୍କ ଠାରୁ ଅଲଗା ଅନୁଭବ କରାଇବ। ଚାକିରି ଖୋଜୁଥିବା ମହିଳାମାନେ ଭଲ ଖବର ପାଇବେ। ବୈଜ୍ଞାନିକଙ୍କୁ ନୂଆ ସଫଳତା ମିଳିପାରେ।‌

ମିଥୁନ: ଆପଣଙ୍କୁ ବଢ଼ିଆ ସୁଯୋଗ ମିଳିବ। ବ୍ୟବସାୟରେ ଲାଗି ରହିଥିବା ଅଶାନ୍ତି ସମାପ୍ତ ହୋଇଯିବ। ସରକାରୀ କ୍ଷେତ୍ରରେ ଲାଭ ହୋଇପାରେ। ଜୀବନସାଥୀଙ୍କୁ ଦାମିକା ଜିନିଷ ଉପହାର ଦେବେ।‌

କର୍କଟ: ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଭଲ ଲୋକଙ୍କ ସଙ୍ଗତିରୁ କିଛି ଶିକ୍ଷାଲାଭ କରିବେ। କିଣାବିକା କାମ ସଂପୂର୍ଣ୍ଣ ହେବ। ପ୍ରିୟଜନଙ୍କ ସହ ସମୟ ଅତିବାହିତ କରିବେ।

ସିଂହ: ନିଜର ପରିବାର ଓ କାମ ମଧ୍ୟରେ ଭାରସାମ୍ୟ ବଜାୟ ରଖନ୍ତୁ। ଆପଣଙ୍କର ସୁଖ ସୁବିଧା ବଢ଼ିବ। ସଂପତ୍ତି ମିଳିବାର ଯୋଗ ଅଛି। ଛାତ୍ରଛାତ୍ରୀ ନିଜର ପାଠପଢ଼ା ସମୟ ବଦଳାଇବେ।

କନ୍ୟା: ବଡ଼ ମଞ୍ଚରେ ଦକ୍ଷତା ପ୍ରଦର୍ଶନ ପାଇଁ ଅବସର ପାଇବେ। ବ୍ୟବସାୟୀଙ୍କୁ ଧନଲାଭ ହେବ। ପ୍ରିୟଜନଙ୍କ ଠାରୁ ମନପସନ୍ଦ ଉପହାର ପାଇବେ। ଛାତ୍ରଛାତ୍ରୀ କିଛି ନୂଆ ଶିକ୍ଷାଲାଭ କରିବେ।

ତୁଳା: ଦିନଟି ଆନନ୍ଦ ଉଲ୍ଲାସ ଭରା ରହିବ। କାମ ପାଇଁ ଦୂର ସ୍ଥାନକୁ ଯିବେ। ଆର୍ଥିକ ସ୍ଥିତି‌ ସୁଦୃଢ଼ ହେବ। ସନ୍ତାନର ସଫଳତାରେ ଗୌରବାନ୍ବିତ ଅନୁଭବ କରିବେ। ଘରକୁ କୁଣିଆ ଆସିବେ।

ବିଛା: ମନର କଥା ମନରେ ରଖନ୍ତୁ। ଭାବପ୍ରବଣ ହେଲେ କଷ୍ଟ ପାଇବେ। ଅଯଥା କଥାରେ ଯୁକ୍ତିତର୍କ କରନ୍ତୁ ନାହିଁ। ସରକାରୀ କ୍ଷେତ୍ରରେ ଲାଭ ମିଳିବାର ସମ୍ଭାବନା ଅଛି।

ଧନୁ: ଆପଣଙ୍କ ପାଇଁ ଦିନଟି ଆନନ୍ଦମୟ ରହିବ। କୌଣସି ଗୋଷ୍ଠୀରେ ଯୋଗ ଦେବାର ଅବସର ପାଇବେ। ଅଫିସରେ ବାତାବରଣ ଭଲ ରହିବ। ପ୍ରିୟଜନଙ୍କ ସହ ସମ୍ବନ୍ଧ ମଧୁର ହେବ।

ମକର: ନିଜର ଯୋଜନାକୁ ନେଇ ମନରେ ସଂଶୟ ସୃଷ୍ଟି ହୋଇପାରେ। ଆପଣ ନିଷ୍ପତ୍ତି ନେବାରେ ଅସୁବିଧା ହେଇପାରେ। ବେପାରରେ ଧନଲାଭ ହେବ। ପାରିବାରିକ ଚିନ୍ତା ଦୂର ହେବ।

କୁମ୍ଭ: ପାଖଲୋକଙ୍କ ସହ ସମ୍ବନ୍ଧ ସୁଧାରିବାକୁ ଚେଷ୍ଟା କରିବେ। ଧୀଶକ୍ତି ବଳରେ ଆପଣ ପ୍ରତ୍ୟେକ ସ୍ଥିତିକୁ ସମ୍ଭାଳି ନେବେ। ବେପାରରେ ଧନଲାଭ ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ।

ମୀନ: କୌଣସି ଉଦ୍ୟୋଗରୁ ଚାକିରି ନେଇ ଫୋନ ଆସିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ସାମାଜିକ ସ୍ତରରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ଦାମ୍ପତ୍ୟ ଜୀବନ ଭଲ ରହିବ।

ସମ୍ବନ୍ଧିତ ଖବର