ଜାଣନ୍ତୁ ଆଜିର ରାଶିଫଳ

ମେଷ: ବାପା ଓ ଭାଇଙ୍କର ସାହାଯ୍ୟ ପାଇବେ। କୌଣସି ନୂଆ କାମ କରିପାରନ୍ତି। ଅଫିସରେ ଆପଣଙ୍କର ଆତ୍ମବିଶ୍ବାସ ଦେଖି କର୍ତ୍ତୃପକ୍ଷ ଖୁସି ହୋଇଯିବେ। ଶିକ୍ଷାର୍ଥୀ ଆଳସ୍ୟ ତ୍ୟାଗ କରନ୍ତୁ।

ବୃଷ: ଆପଣ ଶକ୍ତିବାନ ଅନୁଭବ କରିବେ। ଏଭଳି ଲୋକଙ୍କ ସହ ସାକ୍ଷାତ ହେବ ଯିଏ ଆପଣଙ୍କ ବ୍ୟବସାୟ ଲାଗି ସାହାଯ୍ୟକାରୀ ହେବେ। ପ୍ରେମ ଜୀବନ ମଧୁର ହେବ।

ମିଥୁନ: ଜୀବନକୁ ଆନନ୍ଦମୟ କରିବା ଲାଗି ଚେଷ୍ଟା କରିବେ। ଅଧ୍ୟାପକଙ୍କ ଲାଗି ଧନଲାଭର ନୂଆ ମାର୍ଗ ଖୋଲିବ। କାହାରି ସହ କଥା ହେବାବେଳେ ଭାବିଚିନ୍ତି କଥା କୁହନ୍ତୁ। ‌

କର୍କଟ: କାର୍ଯ୍ୟକ୍ଷେତ୍ରରେ ଆହ୍ବାନର ସାମନା କରିବାରେ ସକ୍ଷମ ହେବେ। ଆପଣଙ୍କର ଆନନ୍ଦଦାୟକ ବ୍ୟବହାର ପରିବାରରେ ଭଲ ପରିବେଶ ବନାଇବ। ଡାକ୍ତରଙ୍କ ଲାଗି ଦିନଟି ଲାଭପ୍ରଦ।

ସିଂହ: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯାଆନ୍ତୁ, ମନର ଆଶା ପୂରଣ ହେବ। ଓକିଲଙ୍କୁ ବଡ଼ ମକଦ୍ଦମାରେ ସଫଳତା ମିଳିବ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।

କନ୍ୟା: ଆପଣଙ୍କ ମନ ସାମାଜିକ କାର୍ଯ୍ୟରେ ଲାଗିବ। ନୂଆ ଲୋକଙ୍କ ସହିତ ସଂପର୍କ ହେବ। କାରବାରରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଦାୟିତ୍ବ ସମ୍ପାଦନ କରିବେ।‌

ତୁଳା: ଲାଗି ରହିଥିବା ସମସ୍ୟାର ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ପାଇବେ। ଶିକ୍ଷା କ୍ଷେତ୍ରରେ ଆପଣଙ୍କର ଉନ୍ନତି ହେବ। ପଇସା ଉଧାର ଦିଆନିଆରୁ ନିବୃତ୍ତ ରହନ୍ତୁ।

ବିଛା: ଆତ୍ମବିଶ୍ବାସ ବଳରେ ପ୍ରତ୍ୟେକ କାମରେ ସଫଳ ହେବେ। ପ୍ଲାଷ୍ଟିକ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଜମି ଓ ଯାନ କିଣିବା ଲାଗି ଦିନଟି ଭଲ।

ଧନୁ: ଲାଗି ରହିଥିବା ଚିନ୍ତା ସମାପ୍ତ ହେବ। ନିଜର ସାମର୍ଥ୍ୟରେ କାମକୁ ସହଜରେ ପୂରା କରିନେବେ। ଜମି ଦଲାଲଙ୍କ ଲାଗି ଭଲ ଦିନଟିଏ। ସନ୍ତାନ ତରଫରୁ ଆପଣଙ୍କୁ ଖୁସି ଖବର ମିଳିବ।

ମକର: ଆପଣ ପରିଶ୍ରମର ସଂପୂର୍ଣ୍ଣ ଫଳ ପାଇବେ। ଅଫିସରୁ ଘରକୁ ଫେରିବା ବାଟରେ ବନ୍ଧୁ ସହିତ ଯୁକ୍ତିତର୍କ ହୋଇପାରେ। ପିଲା‌ର ପାଠପଢ଼ା ନେଇ ବିଶେଷଜ୍ଞଙ୍କ ପରାମର୍ଶ ନେବେ।

କୁମ୍ଭ: ଆପଣଙ୍କ ମନ ସକାରାତ୍ମକ ତରଙ୍ଗରେ ପୂର୍ଣ୍ଣ ରହିବ। କୌଣସି ମାମଲାରେ ବଡ଼ ନିଷ୍ପତ୍ତି ନେବେ। ପାରିବାରିକ କାର୍ଯ୍ୟ ଲାଗି ଆପଣଙ୍କୁ ଅଧିକ ଯାତାୟାତ କରିବାକୁ ପଡ଼ିପାରେ।

ମୀନ: ସକାରାତ୍ମକ ଭାବନା ସଫଳତା ଆଡ଼କୁ ଆଗେଇ ନେବ। ସମାଜରେ ଆପଣଙ୍କର ପ୍ରସିଦ୍ଧି ବଢ଼ିବ। ଅଫିସରେ ଆପଣଙ୍କୁ ଅଧିକ କାମ ମିଳିବ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଭଲ।

ସମ୍ବନ୍ଧିତ ଖବର