publive-image

Advertisment

ମେଷ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ନିଜର ଆଖପାଖର ଗତିବିଧି ଉପରେ ଦୃଷ୍ଟି ରଖନ୍ତୁ। ବ୍ୟବସାୟୀଙ୍କ ଲାଗି ଦିନଟି ସାମାନ୍ୟ ରହିବ। ଘରର ପରିବେଶ ଭଲ ରହିବ।

publive-image

ବୃଷ: ପୈତୃକ ସଂପତ୍ତିରୁ ଲାଭ ମିଳିପାରେ। ବ୍ୟବସାୟରେ ନୂଆ ଗୋ‌ଷ୍ଠୀ ସହିତ ଯୋଡ଼ିହେବାର କଥା ଭାବିବେ। ଖେଳାଳିମାନଙ୍କ ଲାଗି ଦିନଟି ଭଲ ରହିବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

publive-image

ମିଥୁନ: ଆପଣଙ୍କ ଉପରେ ଘରର ମୁରବିଙ୍କର ଆଶୀର୍ବାଦ ରହିବ। ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ନୂଆ ବ୍ୟବସାୟ କରିବାକୁ ଭାବିବେ। ଜୀବନସାଥୀ ସହ ସମ୍ବନ୍ଧ ମଜଭୁତ ହେବ।

publive-image

କର୍କଟ: ସ୍ବାସ୍ଥ୍ୟ ପ୍ରତି ସଚେତନ ରହନ୍ତୁ। ଜୀବନସାଥୀ ଆପଣଙ୍କ ଭାବନାକୁ ସମ୍ମାନ କରିବେ। ରାଜନେତାଙ୍କ ପାଇଁ ଦିନଟି ଭଲ। ଅଚାନକ ଧନଲାଭ ହେବ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମଳିବ।

publive-image

ସିଂହ: ନିଜର ବାଣୀ ଉପରେ ସଂଯମ ରଖନ୍ତୁ। କାରବାରରେ ଲାଭ ହିଁ ଲାଭ ହେବ। ଅଫିସରେ ଆପଣଙ୍କ କାମରେ ଉପରିସ୍ଥ କର୍ମଚାରୀ ଖୁସି ହେବେ। ଜୀବନସାଥୀଙ୍କୁ କୌଣସି କଥା କହିବେ।

publive-image

କନ୍ୟା: ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ଅଫିସରେ ପଦୋନ୍ନତିର ସୂଚନା ପାଇବେ। ଅନ୍ ଲାଇନ୍‌ ବ୍ୟବସାୟ କରୁଥିବା ଲୋକଙ୍କୁ କୌଣସି ବଡ଼ ସଉଦାର ସୁଯୋଗ ମିଳିବ।

publive-image

ତୁଳା: ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ଆସିବ। ବେପାରକୁ ବଢ଼ାଇବା ପାଇଁ ମନୋଯୋଗରେ କାମ କରିବେ। ଘରେ ଅବିବାହିତ ଲୋକଙ୍କର ବିବାହ ଆଲୋଚନା ହେବ।

publive-image

ବିଛା: ଚାକିରିଜୀବୀଙ୍କର କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହୋଇଯିବ। ଜୀବନସାଥୀ ସହ ସମ୍ବନ୍ଧରେ ମଧୁରତା ବଢ଼ିବ। ବନ୍ଧୁ ସହିତ ବାହାରକୁ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ।

publive-image

ଧନୁ: କ୍ୟାରିୟର ଲାଗି ଦିନଟି ବହୁତ ଭଲ ରହିବ। ଆପଣ ନିଜର ବିବେକ ପ୍ରୟୋଗ କରି ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ସଂପୂର୍ଣ୍ଣ କରିନେବେ। ପ୍ରେମୀଯୁଗଳ ତର୍କବିତର୍କ ଠାରୁ ଦୂରରେ ରୁହନ୍ତୁ।

publive-image

ମକର: ଧର୍ମକାର୍ଯ୍ୟରେ ଆସ୍ଥା ବଢ଼ିବ। ଗୃହଣୀମାନଙ୍କର ସମୟ ଘର ସଫାସୁତୁରାରେ ବିତିବ। ବ୍ୟବସାୟରେ ବିସ୍ତାର ଲାଗି ଭାବିବେ। କଳା ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।

publive-image

କୁମ୍ଭ: କୌଣସି କାମ କରିବା ପୂର୍ବରୁ ଘରର ମୁରବିଙ୍କର ଆଶୀର୍ବାଦ ନିଅନ୍ତୁ। ଟଙ୍କା ପଇସା ମାମଲାରେ କାହାରି ଉପରେ ଆବଶ୍ୟକତା ଠାରୁ ଅଧିକ ଭରସା କରନ୍ତୁ ନାହିଁ। ବେପାରରେ ବୃଦ୍ଧି ହେବ।

publive-image

ମୀନ: ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ବହୁତ ଭଲ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ମହିଳାମାନଙ୍କ ଲାଗି ଦିନଟି ଆରାମଦାୟକ ରହିବ।