ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ଆସିପାରେ। ବ୍ୟବସାୟ ସ୍ଥାନାନ୍ତର କରିବାକୁ ଭାବି ପାରନ୍ତି। କାମ ସଂପୂର୍ଣ୍ଣ କରିବା ଲାଗି ଅଧିକ ପରିଶ୍ରମ କରିବେ।

ବୃଷ: ଦିନଟି ଲାଭଦାୟକ ରହିବ। ନୂଆ କାମ ଆରମ୍ଭ କରିବା ଲାଗି ଭାବି ପାରନ୍ତି। ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ କୌଣସି ବଡ଼ କଣ୍ଠଶିଳ୍ପୀଙ୍କ ସହଯୋଗ ମିଳିପାରେ।

ମିଥୁନ: ଆପଣ ନିଜର ବିବେକ ପ୍ରୟୋଗ କରି ସବୁ କିଛି ହାସଲ କରିନେବେ। ପ୍ରେମ ସମ୍ବନ୍ଧ ଲାଗି ଭଲ ଦିନଟିଏ। ଜୀବନସାଥୀଙ୍କ ଠାରୁ କୌଣସି ଉପହାର ମିଳିପାରେ।

କର୍କଟ: ଯେଉଁ କାମ ଆରମ୍ଭ କରିବେ ସେଥିରେ ଆପଣଙ୍କୁ ସଫଳତା ମିଳିବ। ଅଫିସରେ ସହକର୍ମୀଙ୍କ ସହଯୋଗ ପାଇବେ। ପଦୋନ୍ନତି ଦିଗରେ ଲାଗି ରହିଥିବା ବାଧା ଦୂର ହେବ।

ସିଂହ: ପରିବାର ଲୋକଙ୍କ ସହଯୋଗ ପାଇବେ। କୌଣସି ନୂଆ ବେପାର କରିବା ଲାଗି ଭାବିବେ। କମ୍ ପରିଶ୍ରମରୁ ଯଥେଷ୍ଟ ଫଳ ପାଇବେ। ବାଣିଜ୍ୟ ଛାତ୍ରଙ୍କ ଲାଗି ଦିନଟି ଭଲ।

କନ୍ୟା: ପରିଶ୍ରମ ଅନୁରୂପ ଫଳ ପାଇବେ। କୌଣସି ଭଲ ଖବର ଶୁଣିବେ। ଆପଣଙ୍କୁ ଜୀବନସାଥୀଙ୍କ ପ୍ରେମ ଓ ସହଯୋଗ ମିଳିବ। ଛାତ୍ରଛାତ୍ରୀ ସମୟ ନିର୍ଘଣ୍ଟ ପ୍ରସ୍ତୁତ କରି ପଢ଼ନ୍ତୁ।

ତୁଳା: କାମକୁ ଯିବା ପୂର୍ବରୁ ମୁରବିଙ୍କର ଆଶୀର୍ବାଦ ନିଅନ୍ତୁ। ସାଙ୍ଗମାନଙ୍କ ସହିତ ଦିନଟି ଭଲରେ ବିତିବ। ଛାତ୍ରଛାତ୍ରୀ ଶିକ୍ଷକଙ୍କର ପୂରା ସହଯୋଗ ପାଇବେ।

ବିଛା: କୌଣସି କାମ ଆରମ୍ଭ କରିବା ପୂର୍ବରୁ ସେହି କ୍ଷେତ୍ରରେ ଥିବା ଲୋକମାନଙ୍କର ମତ ନିଅନ୍ତୁ। ବ୍ୟବସାୟରେ ଲାଭ ମିଳିବାର ଯୋଗ ଅଛି। ସ୍ବାସ୍ଥ୍ୟ ନେଇ ସଚେତନ ରହନ୍ତୁ।

ଧନୁ: ମନରେ ନୂଆ ନୂଆ ରଚନାତ୍ମକ ଭାବନା ଆସିବ। ଅଫିସରେ ଅଧସ୍ତନ କର୍ମଚାରୀ ଆପଣଙ୍କ ପାଖରୁ କାମ ଶିଖିବାକୁ ଚାହିଁବେ। କୌଣସି ମହିଳା ବନ୍ଧୁ ସହ ସାକ୍ଷାତ ହେବ।

ମକର: କାହାରିକୁ ତୁରନ୍ତ ବିଶ୍ବାସ କରନ୍ତୁ ନାହିଁ। କିଣାବିକା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ମାଆଙ୍କ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ। ଶିକ୍ଷାର୍ଥୀଙ୍କୁ ସକାରାତ୍ମକ ଫଳ ମିଳିବ।

କୁମ୍ଭ: ନିଜର ବାଣୀରେ ସଂଯମ ରଖନ୍ତୁ। ଗୋଟିଏ ତ୍ରୁଟିପୂର୍ଣ୍ଣ କଥା ଆପଣଙ୍କୁ ଚିନ୍ତାରେ ପକାଇପାରେ। ଆପଣଙ୍କ ମନ ଗହନରେ କୌଣସି କଥା ଅଶାନ୍ତି ସୃଷ୍ଟି କରୁଥିଲେ ନିଜର ବନ୍ଧୁଙ୍କୁ ଜଣାନ୍ତୁ।

ମୀନ: ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ। ଅଫିସରେ ପରିବେଶ ଭଲ ରହିବ। ମନ ଚାହୁଁଥିବା ଅଞ୍ଚଳକୁ ବଦଳି ହୋଇପାରନ୍ତି। ପ୍ରେମୀଯୁଗଳଙ୍କ ଲାଗି ଦିନଟି ବହୁତ ଭଲ।

ସମ୍ବନ୍ଧିତ ଖବର