publive-image

Advertisment

ମେଷ: ଦିନଟି ପୂର୍ବ ଅପେକ୍ଷା ଭଲ। ଯୋଜନା ପ୍ରସ୍ତୁତ କରିବେ ଏବଂ ଲାଗୁ କରିବା ପାଇଁ ଚେଷ୍ଟା କରିବେ। ଘରେ ଖୁସିର ପରିବେଶ ରହିବ। ପ୍ରେମିକଙ୍କ ସହିତ ସମ୍ବନ୍ଧ ଉନ୍ନତ ହେବ।

publive-image

ବୃଷ: କାମରେ ଲାଗି ରହିଥିବା ବାଧା ଦୂର ହେବ। ଆର୍ଥିକ ମାମଲାରେ ଆପଣଙ୍କୁ ବହୁତ ଲାଭ ହେବ। ସନ୍ତାନ ଆପଣଙ୍କୁ ଭଲ ଖବର ଦେବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଶିକ୍ଷଣୀୟ।

publive-image

ମିଥୁନ: ଧର୍ମକାର୍ଯ୍ୟରେ ଧ୍ୟାନ ଲଗାନ୍ତୁ। ପୁରୁଣା କାମ ସଂପୂର୍ଣ୍ଣ କରିବା ଲାଗି ଦିନଟି ଭଲ। ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ଛାତ୍ରଙ୍କୁ ଶିକ୍ଷକଙ୍କର ପୂରା ସହଯୋଗ ମିଳିବ।

publive-image

କର୍କଟ: ଆପଣଙ୍କ ଲାଗି ଦିନଟି ମହତ୍ତ୍ବପୂର୍ଣ୍ଣ। ଅନ୍ତରଙ୍ଗ ବନ୍ଧୁ ସହିତ ଦେଖା ହେବା ଯୋଗୁଁ ମନ ଖୁସି ହୋଇଯିବ। ସରକାରୀ ଚାକିରିଆ ଭଲ ଖବର ପାଇବେ।

publive-image

ସିଂହ: କଥା କହିବା କୌଶଳ ଦ୍ବାରା ଲୋକମାନଙ୍କୁ ବୁଝାଇବାରେ ସକ୍ଷମ ହେବେ। ବସ୍ତ୍ର ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।

publive-image

କନ୍ୟା: ମନ ଲଗାଇ କାମ କରନ୍ତୁ, ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହୋଇଯିବ। ବାଲ୍ୟବନ୍ଧୁ ସହିତ ଦେଖା ହେବ। ଜୀବନସାଥୀଙ୍କ ସହ ସିନେମା ଦେଖିବାର ଯୋଜନା କରିବେ।

publive-image

ତୁଳା: ପାଖ ଲୋକଙ୍କ ଠାରୁ ଖୁସି ଖବର ପାଇବେ। ଆପଣଙ୍କ ଉଦାର ସ୍ବଭାବ ଲୋକମାନଙ୍କୁ ଆକର୍ଷିତ କରିବ। କଳା ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଲାଭପ୍ରଦ।

publive-image

ବିଛା: କୌଣସି ବ୍ୟକ୍ତିଙ୍କ ମାଧ୍ୟମରେ ଆଶାତୀତ ଲାଭ ପାଇବେ। କର୍ମଜୀବୀ ମହିଳା ନୂଆ କୌଶଳ ଶିଖିବେ। କାରବାରରେ ଲାଗି ରହିଥିବା ବାଧା ଦୂର ହେବ।

publive-image

ଧନୁ: ପୂଜାପାଠରେ ଧ୍ୟାନ ଲଗାନ୍ତୁ, ଶୀଘ୍ର ଶୁଭଫଳ ପାଇବେ। କର୍ତ୍ତୃପକ୍ଷ ଆପଣଙ୍କ କାମରେ ଖୁସି ହୋଇ ଉପହାର ଦେଇପାରନ୍ତି। ବ୍ୟବସାୟରେ ଧନଲାଭ ହେବ।

publive-image

ମକର: ନୂଆ କଳା କୌଶଳ ଶିଖିବାକୁ ପ୍ରୟାସ କରନ୍ତୁ। ଅଫିସରେ ବରିଷ୍ଠ ଅଧିକାରୀଙ୍କ ସହିତ ସଂପର୍କରେ ଘନିଷ୍ଠତା ବଢ଼ିବ। ରାଜନୀତି କାର୍ଯ୍ୟରେ ରୁଚି ବଢ଼ିବ।

publive-image

କୁମ୍ଭ: ଆପଣ ଭାବିଥିବା କାମ ପୂରା ହୋଇଯିବ। ପ୍ରସାଧନ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ଚାକିରିଆଙ୍କ ଲାଗି ଦିନଟି ଭଲ। ପରିବାରରେ ଅଶାନ୍ତି ଦୂର ହେବ।

publive-imageମୀନ: ଶାନ୍ତ ରହି ନିଜର ପ୍ରାଥମିକତା ନିର୍ଦ୍ଧାରଣ କରନ୍ତୁ। ପରିଶ୍ରମର ସଂପୂର୍ଣ୍ଣ ଫଳ ଆପଣଙ୍କୁ ମିଳି ନ ପାରେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।