ମେଷ: ସକାରାତ୍ମକ ଶକ୍ତି ସହ ଆଗକୁ ବଢ଼ିବେ। କାର୍ଯ୍ୟକ୍ଷେତ୍ରରେ ସମସ୍ୟାର ସମାଧାନ ବାଟ ଖୋଜିନେବେ। କାରବାରରେ ଅଭିବୃଦ୍ଧି ହେବ। ଛାତ୍ର ଭଲ ଖବର ପାଇବେ।
ବୃଷ: ଭାଗ୍ୟର ସହଯୋଗ ପାଇବେ। ଉନ୍ନତିର ମାର୍ଗ ଖୋଲିବ। ଚାକିରିରେ ପଦୋନ୍ନତି ସହ ବଦଳିର ଯୋଗ ରହିଛି। ଘରେ କୌଣସି ଶୁଭକାର୍ଯ୍ୟ ସଂପନ୍ନ ହେବ।
ମିଥୁନ: କାମରେ ମନ ଚାହୁଁଥିବା ସଫଳତା ମିଳିପାରେ। ବ୍ୟବସାୟୀଙ୍କୁ ଭଲ ପରିଣାମ ମିଳିବ। ସନ୍ତାନର ଭବିଷ୍ୟତ ବିଷୟରେ ଭଲ ଖବର ପାଇବେ।
କର୍କଟ: ଆପଣଙ୍କ ମନ ଆଧ୍ୟାତ୍ମିକ ରହିବ। ସଫଳତା ଦିଗରେ ଆସୁଥିବା ବାଧା ଦୂର ହୋଇଯିବ। ପେସାଦାର ବ୍ୟବସାୟୀ ଯଥେଷ୍ଟ ଲାଭ ପାଇବେ।
ସିଂହ: କାନୁନ ମାମଲାରେ ବନ୍ଧୁର ସାହାଯ୍ୟ ପାଇବେ। ଆପଣଙ୍କର କାର୍ଯ୍ୟଦକ୍ଷତା ପାଇଁ ଅଧିକାରୀଙ୍କ ଠାରୁ ପୁରସ୍କାର ପାଇବେ। ବ୍ୟାବସାୟିକ ସଫଳତା ମିଳିବ।
କନ୍ୟା: ଆପଣଙ୍କ ମନ ଶାନ୍ତ ରହିବ ଏବଂ ମନକୁ ନୂଆ ବିଚାର ଆସିବ। ଚକ୍ଷୁ ଓ ଗଳାରେ ସମସ୍ୟା ଥିଲେ ପ୍ରାଣାୟାମ କରନ୍ତୁ। ବୈବାହିକ ଜୀବନ ସୁଖମୟ ରହିବ।
ତୁଳା: ଦିନଟି ବ୍ୟସ୍ତତା ଭରା ରହିବ। ବ୍ୟବସାୟରେ ଉତ୍ଥାନ ପତନର ସ୍ଥିତି ଆସିପାରେ। ବିଦେଶ ସଂପର୍କରୁ ଲାଭ ହେବ। ଟଙ୍କା ଦିଆନିଆ ବେଳେ ସାବଧାନ ରହନ୍ତୁ।
ବିଛା: ଚାକିରି ବଦଳାଇବା ପାଇଁ ଭାବି ପାରନ୍ତି। ନୂଆ ସଂପର୍କରୁ ଲାଭ ପାଇବେ। ପ୍ରେମ ସମ୍ବନ୍ଧରେ ମଧୁରତା ବଜାୟ ରଖିବା ଲାଗି ବ୍ୟବହାର ସଂଯମ ରଖନ୍ତୁ।
ଧନୁ: ଦିନଟି ଆପଣଙ୍କ କ୍ୟାରିୟରରେ ପରିବର୍ତ୍ତନ ଆଣିବ। ବିଦେଶ ଯିବାର ସ୍ବପ୍ନ ପୂରା ହୋଇପାରେ। ବୈବାହିକ ଜୀବନ ସାମାନ୍ୟ ରହିବ। ମାନସିକ ରୂପେ ସୁସ୍ଥ ରହିବେ।
ମକର: ଆର୍ଥିକ ସ୍ଥିତି ଭଲ ରହିବ। ଡାକ୍ତର ନୂଆ ଚିକିତ୍ସାଳୟ ଆରମ୍ଭ କରିବା ଲାଗି ଚିନ୍ତା କରିବେ। ବିଦ୍ୟାର୍ଥୀ ଖୁସି ଖବର ପାଇବେ। ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ କରିପାରନ୍ତି।
କୁମ୍ଭ: ପରିଶ୍ରମର ସୁଫଳ ପାଇବେ। ଜୀବନସାଥୀ ସହିତ ଲାଗି ରହିଥିବା ମନୋମାଳିନ୍ୟ ସମାପ୍ତ ହୋଇଯିବ। ଉଚ୍ଚଶିକ୍ଷା କ୍ଷେତ୍ରରେ ସଫଳତା ମିଳିପାରେ।
ମୀନ: ଲକ୍ଷ୍ୟ ହାସଲ ପାଇଁ ସକ୍ରିୟ ରହିବେ। ଚାକିରିରେ ଉତ୍ତମ ପରିଣାମ ପାଇବେ। ଆପଣଙ୍କର ଭଲ କାମ ପାଇଁ ସମ୍ମାନିତ ହେବେ। ପ୍ରିୟବନ୍ଧୁ ସହିତ ସାକ୍ଷାତ ହେବ।