publive-imageମେଷ: କୌଣସି ପ୍ରତିଯୋଗିତାରେ ବିଜୟ ଲାଭ କରିପାରନ୍ତି। ବାହାର ବ୍ୟକ୍ତିଙ୍କ ଦ୍ବାରା ବ୍ୟାବସାୟିକ ଲାଭ ହେବ। ବୃଥାରେ ଭ୍ରମଣ କରନ୍ତୁ ନାହିଁ। ଗୃହ ବା ଜମିରେ ନିବେଶ କରିବେ।

Advertisment

publive-imageବୃଷ: ବ୍ୟବସାୟରେ ପ୍ରଭାବଶାଳୀ ପରିବର୍ତ୍ତନ ଦେଖିବେ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଆପଣଙ୍କର ସନ୍ତାନଙ୍କୁ କ୍ୟାରିୟର୍‌ରେ ବଡ଼ ସଫଳତା ମିଳିବ। ‌

publive-imageମିଥୁନ: ନିଜ ଭିତରେ ନୂଆ ଶକ୍ତି ଅନୁଭବ କରିବେ। ପରିବାର ସହିତ ଖୁସି ବାଣ୍ଟିବେ। କାର୍ଯ୍ୟକ୍ଷେତ୍ରରେ ସ୍ଥିତି ଅନୁକୂଳ ହେବ। ଆପଣଙ୍କ କର୍ତ୍ତବ୍ୟନିଷ୍ଠାର ପ୍ରଶଂସା ହେବ।

publive-imageକର୍କଟ: ଅଚାନକ ଧନପ୍ର‌ାପ୍ତି ହେବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆପଣଙ୍କର କ୍ୟାରିୟରର ଗ୍ରାଫ୍ ଉଚ୍ଚା ରହିବ। ତୈଳଯୁକ୍ତ ଖାଦ୍ୟ ପରିହାର କରନ୍ତୁ।

publive-imageସିଂହ: ବ୍ୟବସାୟୀଙ୍କୁ ଭଲ ଅବସର ମିଳିପାରେ। ପାରିବାରିକ ଜୀବନ ବହୁତ ଭଲ ରହିବ। ନିଜର ସ୍ଥିତିକୁ ଧୈର୍ଯ୍ୟଧରି ସମ୍ଭାଳିବେ। ଖେଳାଳିଙ୍କୁ ଭୁଲ୍ ସୁଧାରିବାରେ ଅବସର ମିଳିବ।

publive-imageକନ୍ୟା: ବରିଷ୍ଠଙ୍କ ସହଯୋଗରେ ଚାକିରିରେ ଭଲ କାମ କରିବେ। ସନ୍ତାନ ସମ୍ବନ୍ଧୀୟ ଶୁଭ ଖବର ପାଇବେ। ଜୀବନସାଥୀଙ୍କ ସହ ବାହାରକୁ ବୁଲି ଯିବେ। କୋର୍ଟ ମାମଲାରେ ସଫଳତା ପାଇବେ।

publive-imageତୁଳା: କାର୍ଯ୍ୟକ୍ଷେତ୍ର ଓ ବ୍ୟକ୍ତିଗତ ଜୀବନରେ ଭାରସାମ୍ୟ ରଖି ଚଳନ୍ତୁ। ନୂଆ ଉତ୍ସାହ ଆପଣଙ୍କୁ ସଫଳତାର ନିକଟତର କରିଦେବ। ବନ୍ଧୁ ସହିତ ବାହାରକୁ ବୁଲି ଯିବେ।

publive-imageବିଛା: ପରିବାରରେ ସୁଖ ଓ ଶାନ୍ତି ରହିବ। କାର୍ଯ୍ୟକ୍ଷେତ୍ରରେ କମ୍ ପରିଶ୍ରମର ଭଲ ଫଳ ପାଇବେ। ସନ୍ତାନର ବିବାହ ଲାଗି ପ୍ରସ୍ତାବ ଆସିବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।

publive-imageଧନୁ: କାର୍ଯ୍ୟକ୍ଷେତ୍ରରେ କାମ କରିବାର ଇଚ୍ଛା ବଢ଼ିବ। ଆପଣଙ୍କୁ ବନ୍ଧୁଙ୍କ ସହଯୋଗ ମିଳିବ। ନିଜର ଭାବାବେଗ ଉପରେ ନିୟନ୍ତ୍ରଣ ରଖିବା ଦରକାର। ପାରିବାରିକ ଜୀବନ ଠିକ୍ ରହିବ।

publive-imageମକର: ବ୍ୟବସାୟ ସମ୍ବନ୍ଧୀୟ ଯାତ୍ରା କରିପାରନ୍ତି। ଆପଣଙ୍କ ସହିତ ନୂଆ ଗ୍ରାହକ ଯୋଡ଼ିହେବେ। ପରିବାର ଗହଣରେ ସମୟ ବିତିବ। ସମସ୍ତଙ୍କ ଆବଶ୍ୟକତା ଜାଣିବାକୁ ଚେଷ୍ଟା କରିବେ।

publive-image

କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବ। ଆପଣଙ୍କର ଆଧ୍ୟାତ୍ମିକ ଭାବନା ବଢ଼ିବ। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବଡ଼ ଲୋକଙ୍କର ପରାମର୍ଶ ନିଅନ୍ତୁ।

publive-imageମୀନ: ଆପଣଙ୍କର ସବୁ ଚିନ୍ତା ଦୂର ହେବ। ବେପାରରେ ଉନ୍ନତିର ଯୋଗ ରହିଛି। ବୈବାହିକ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହୋଇଯିବ। ପାରିବାରିକ ଜୀବନ ସମୃଦ୍ଧ ହେବ।