ମେଷ: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ଆପଣ କିଛି ନୂଆ ଶିକ୍ଷା ଲାଭ କରିବେ। ବେପାରରେ ଲାଭ ପାଇବେ। ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ। ଜୀବନସାଥୀ ସହ ବାହାରକୁ ବୁଲି ଯିବେ।
ବୃଷ: ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ। କାରବାରରେ ଉନ୍ନତି ହେବ। ଅଫିସ କାମରେ ଦୂର ସ୍ଥାନକୁ ଯିବେ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ। ଛାତ୍ରଙ୍କୁ ଖୁସି ଖବର ମିଳିବ।
ମିଥୁନ: ସବୁ କାମ ଆପଣଙ୍କ ମନ ମୁତାବକ ପୂରା ହେବ। ଅନ୍ତରଙ୍ଗ ବନ୍ଧୁ ସହିତ ସାକ୍ଷାତ ହେବ। ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ। ଘରେ ଖୁସିର ଆଗମନ ହେବ।
କର୍କଟ: କାମ ନିର୍ଦ୍ଧାରିତ ସମୟରେ ପୂରା ନହେବା ଯୋଗୁଁ ମାନସିକ ଅଶାନ୍ତି ବଢ଼ିପାରେ। କାହାରି ସହିତ ଝଗଡ଼ା କରନ୍ତୁ ନାହିଁ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।
ସିଂହ: କିଛି ଲୋକଙ୍କର ପୂରା ସମର୍ଥନ ପାଇବେ। ଇଂଜିନିଅରଙ୍କୁ ଭଲ ଅବସର ମିଳିବ। ଗୁରୁତ୍ବପୂର୍ଣ୍ଣ ପାରିବାରିକ କାମ ପୂରା ହେବ। ସନ୍ଧ୍ୟାରେ ଜୀବନସାଥୀ ସହ ସମୟ କାଟିବେ।
କନ୍ୟା: କୌଣସି କାମରେ ମାତାପିତାଙ୍କ ସହଯୋଗ ପାଇବେ। ନିଜ ବିଚାରରେ ଅନ୍ୟମାନଙ୍କୁ ସହମତ କରାଇବେ। ପ୍ରେମ ପ୍ରସଙ୍ଗ ପ୍ରତି ଆକର୍ଷଣ ବଢ଼ିବ।
ତୁଳା: ଧର୍ମକାର୍ଯ୍ୟରେ ଆସ୍ଥା ବଢ଼ିବ। ବେପାର ବଢ଼ାଇବା ଲାଗି ବାପାଙ୍କର ସହଯୋଗ ପାଇବେ। ଲେଖକ କୌଣସି ସମାରୋହରେ ସମ୍ମାନିତ ହେବ। ସମ୍ବନ୍ଧରେ ଉନ୍ନତି ହେବ।
ବିଛା: ମନୋରଂଜନ କାର୍ଯ୍ୟକ୍ରମରେ ସାମିଲ ହେବେ। ବନ୍ଧୁ ଠାରୁ ଖୁସି ଖବର ପାଇବେ। କର୍ମଜୀବୀ ମହିଳାଙ୍କ ଲାଗି ଦିନଟି ଭଲ। ବ୍ୟାବସାୟିକ ଚୁକ୍ତି ପାଇଁ ବଡ଼ ସହରକୁ ଯିବେ।
ଧନୁ: କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ଧନଲାଭର ଯୋଗ ଅଛି। ଜୀବନସାଥୀଙ୍କୁ ଉପହାର ଦେବେ। ଆପଣଙ୍କୁ ସାମାଜିକ କାର୍ଯ୍ୟ ଲାଗି ସମ୍ମାନିତ କରାଯିବ। ଚାକିରିରେ ପଦୋନ୍ନତି ମିଳିପାରେ।
ମକର: ଏକାଗ୍ରତାର ସହିତ କାମ ପୂରା କରିବାକୁ ଚେଷ୍ଟା କରିବେ। ନୂଆ ଉତ୍ସରୁ ଆଶାତୀତ ଧନଲାଭ ହେବ। ସମାରୋହରେ କୌଣସି ଅନ୍ତରଙ୍ଗ ବନ୍ଧୁ ସହିତ ଦେଖା ହୋଇପାରେ।
କୁମ୍ଭ: ଦିନଟି ଆପଣଙ୍କ ଜୀବନରେ ନୂଆ ଖୁସି ନେଇ ଆସିବ। ଜମି ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ସରକାରୀ ଚାକିରିଆଙ୍କ ଲାଗି ଦିନଟି ଭଲ। ପ୍ରିୟଜନଙ୍କୁ ହୃଦୟର କଥା କହିବେ।
ମୀନ: ସାମାଜିକ ପରିସର ବୃଦ୍ଧି ପାଇବ। ଦୈନନ୍ଦିନ କାମରେ ପୂର୍ଣ୍ଣ ସଫଳତା ପାଇବେ। ପ୍ରିୟ ବନ୍ଧୁ ସହିତ ମିଳନ ଯୋଗ ରହିଛି। ନୂଆ ଯାନ କିଣିବା ଲାଗି ଦିନଟି ଶୁଭ।