ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦିନଟି ପୂର୍ବ ଅପେକ୍ଷା ଭଲ ହେବ। ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କର ଭଲ ଆୟ ହେବ। କାମ ପାଇଁ ପୁରସ୍କାର ମିଳିପାରେ। ଘର କାମରେ ପରିବାରର ସହଯୋଗ ପାଇବେ। ‌

ବୃଷ: ଅକାରଣରେ ଆରମ୍ଭ ହୋଇଥିବା ବାଧା ଆପେ ଆପେ ଅନ୍ତ ହୋଇଯିବ। ବ୍ୟାବସାୟିକ ସମ୍ମିଳନୀରେ ଆପଣଙ୍କ କଥା ରଖିବେ। ପ୍ରିୟଜନଙ୍କ ସହ ବାହାରେ ରାତ୍ରିଭୋଜନ କରିବେ।

ମିଥୁନ: ପ୍ରତିଟି କାମ ମନ ଲଗାଇ କରନ୍ତୁ। ଚାକିରିଆଙ୍କ ଲାଗି ଦିନଟି ଲାଭଦାୟକ। ଛାତ୍ରଛାତ୍ରୀଙ୍କର ମନ ଲେଖାପଢ଼ାରେ ଲାଗିବ। ସମ୍ବନ୍ଧରେ ନୂଆ ଚେତନା ସଂଚାର ହେବ।

କର୍କଟ: ଜୀବନରେ ଲାଗି ରହିଥିବା ସବୁ କଷ୍ଟର ନିବାରଣ ହେବ। ସଚ୍ଚୋଟ ଲୋକଙ୍କ ସହଯୋଗରେ ବଡ଼ ପ୍ରକଳ୍ପ ପୂରା କରିବେ। ଭାଇଭଉଣୀଙ୍କ ସହିତ ଉଦ୍ୟାନକୁ ବୁଲି ଯିବେ।

ସିଂହ: କାହାରିକୁ କୌଣସି କଥା ବୁଝାଇବାରେ ଭୁଲ୍ ହୋଇପାରେ। ପରିବାର ପାଇଁ କିଛି ଭଲ କରିବାର ଦିନଟିଏ। ଭବିଷ୍ୟତ ଲାଗି ଯୋଜନା ପ୍ରସ୍ତୁତ କରିବେ।

କନ୍ୟା: ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ। ନୂଆ କାମ ଆରମ୍ଭ କରି ପାରନ୍ତି। ବାଦବିବାଦର ଫଇସଲା ଆପଣଙ୍କ ପକ୍ଷରେ ହେବ। ବୈବାହିକ ଖୁସି ପାଇବେ। ‌

ତୁଳା: ବ୍ୟବସାୟରେ କୌଣସି କଥାକୁ ନେଇ ଚିନ୍ତିତ ହୋଇପାରନ୍ତି। ବନ୍ଧୁର ପରାମର୍ଶ ଆପଣଙ୍କୁ ପସନ୍ଦ ଆସିବ। ସୁଖ ସୁବିଧା ବୃଦ୍ଧି ହେବ। ଦାମ୍ପତ୍ୟ ସମ୍ବନ୍ଧରେ ଦୂରତ୍ବ ସମାପ୍ତ ହେବ। ‌

ବିଛା: ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ଆପଣଙ୍କ ପାଖକୁ ନୂଆ ଦାୟିତ୍ବ ଆସିବ। ଓକିଲଙ୍କ ଲାଗି ଦିନଟି ଭଲ। କୌଣସି ଗ୍ରାହକଙ୍କ ଠାରୁ ଭଲ ଧନଲାଭ ହେବ।

ଧନୁ: ଏକତରଫା ଚିନ୍ତା ଆପଣଙ୍କୁ ଅଡୁଆରେ ପକାଇପାରେ। ଟଙ୍କା ପଇସା ନେବାଦେବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଇଂଜିନିୟର ନୂଆ ପ୍ରକଳ୍ପରେ କାମ କରିବେ। ‌


ମକର: ଆପଣଙ୍କ ବ୍ୟକ୍ତିତ୍ବରେ ପରିବର୍ତ୍ତନ ଆସିବ। ସମାଜରେ ଆପଣଙ୍କୁ ଉଚିତ ସମ୍ମାନ ମିଳିବ। ଅଫିସରେ ତଳିଆ କର୍ମଚାରୀଙ୍କ ସହଯୋଗ ପାଇବେ। ଘରେ ସୁଖ ସମୃଦ୍ଧି ବଢ଼ିବ।

କୁମ୍ଭ: ନିଜର ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଚେଷ୍ଟା କରିବେ। ବିଶେଷ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ଲାଭର ସୁଯୋଗ ପାଇବେ। ଅବିବାହିତଙ୍କୁ ବିବାହ ପ୍ରସ୍ତାବ ମିଳିବ।

ମୀନ: ଆପଣଙ୍କ ଶକ୍ତିର ସ୍ତର ବୃଦ୍ଧି ହେବ। ସରକାରୀ ଚାକିରିଆଙ୍କୁ କୌଣସି କାମ ପାଇଁ ପ୍ରୋତ୍ସାହନ ମିଳିବ। ସଂଘର୍ଷରତ ଫିଲ୍ମ କଳାକାରଙ୍କ ଲାଗି ନୂଆ କାମ ଆସିବ।

ସମ୍ବନ୍ଧିତ ଖବର