ମେଷ: ବନ୍ଧୁ ପରାମର୍ଶ ନେଇ ବ୍ୟବସାୟ ଆରମ୍ଭ କରିବା ପାଇଁ ସ୍ଥିର କରିବେ। ଦାମ୍ପତ୍ୟ ଜୀବନରେ ତାଳମେଳ ବଜାୟ ରହିବ। ପରିବାରର ଝିଅଙ୍କୁ ବଡ଼ ସଫଳତା ମିଳିବ।
ବୃଷ: ଜମି ବ୍ୟବସାୟୀ ବଡ଼ ସଉଦା କରିବେ। ରାଜନୀତି କ୍ଷେତ୍ରରେ ନୂଆ ଲୋକଙ୍କ ସହିତ ସମ୍ପର୍କ ହେବ। କର୍ତ୍ତୃପକ୍ଷ ଦେଇଥିବା ଲକ୍ଷ୍ୟକୁ ନିର୍ଦ୍ଧାରିତ ସମୟରେ ପୂରା କରିଦେବେ।
ମିଥୁନ: ନିଜ କାମରେ ଧ୍ୟାନ ଦିଅନ୍ତୁ। ଦାମ୍ପତ୍ୟ ଜୀବନରେ ସୌହାର୍ଦ୍ଦ ବଜାୟ ରହିବ। ପ୍ରେମୀଯୁଗଳ ଫୋନରେ ଦୀର୍ଘ ସମୟ କଥା ହେବେ। ସ୍ବାସ୍ଥ୍ୟ ସମସ୍ୟା ନେଇ ଡାକ୍ତରଙ୍କୁ ଦେଖାଇବେ।
କର୍କଟ: ଶିକ୍ଷକଙ୍କ ବଦଳିର ବାଧା ସମାପ୍ତ ହେବ। ବ୍ୟବସାୟୀଙ୍କୁ ଭଲ ଲାଭ ହେବ। ମହିଳାମାନେ ନିଜ ଗହଣାର ବିଶେଷ ଧ୍ୟାନ ରଖନ୍ତୁ। ଗଣ୍ଠିବ୍ୟଥା ରୋଗୀ ଭଲ ଡାକ୍ତରଙ୍କର ପରାମର୍ଶ ନେବେ।
ସିଂହ: ରାଜନେତା ନୂଆ କାମ ଆରମ୍ଭ କରିବା ଲାଗି ଅତି ବ୍ୟଗ୍ର ହେବେ। ଜୀବନସାଥୀ ସହିତ ସମ୍ବନ୍ଧରେ ମଧୁରତା ବୃଦ୍ଧି ହେବ। ଯାନ ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
କନ୍ୟା: ଅଫିସରେ ତର୍କବିତର୍କ ଠାରୁ ଦୂରରେ ରହନ୍ତୁ। ଜୀବନସାଥୀ ଆପଣଙ୍କୁ କୌଣସି ଜରୁରୀ କଥା କହିବେ। ପ୍ରେମୀଯୁଗଳ ନିଜ ସମ୍ବନ୍ଧର ଏକ ନୂଆ ଶୁଭାରମ୍ଭ କରିବେ।
ତୁଳା: ନବ ବିବାହିତ ଦମ୍ପତ୍ତି ଧର୍ମାନୁଷ୍ଠାନକୁ ଯିବାର ମଉକା ପାଇବେ। କର୍ତ୍ତୃପକ୍ଷ ଆପଣଙ୍କ ପଦୋନ୍ନତିର ବିଚାର କରିବେ। ଚକ୍ଷୁ ସମସ୍ୟା ନେଇ ବିଶେଷଜ୍ଞଙ୍କ ପାଖକୁ ଯାଇପାରନ୍ତି।
ବିଛା: ଅସହାୟ ଲୋକଙ୍କୁ ସାହାଯ୍ୟ କରି ସାରାଦିନ ଖୁସି ରହିବେ। ଜୀବନସାଥୀ ଆପଣଙ୍କୁ ଖୁସି ରଖିବେ। ଶିକ୍ଷକଙ୍କର ଦରମା ବୃଦ୍ଧି ହେବ। ଜମି ସଂପର୍କିତ କାମ ସଂପୂର୍ଣ୍ଣ ହୋଇଯିବ।
ଧନୁ: ଶକ୍ତିରେ ପରିପୂର୍ଣ୍ଣ ରହିବେ। ପିଏଚ.ଡି. ଛାତ୍ରଛାତ୍ରୀଙ୍କର ପରିଶ୍ରମ ସଫଳ ହେବ। ଶିକ୍ଷକଙ୍କ ଲାଗି ଦିନଟି ସାମାନ୍ୟ ରହିବ। ଦାମ୍ପତ୍ୟ ଜୀବନରେ ବଡ଼ ଖୁସି ଖବର ପାଇବେ।
ମକର: ବନ୍ଧୁଙ୍କୁ ସାହାଯ୍ୟ ଯୋଗୁଁ ମନ ପ୍ରସନ୍ନ ରହିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଜୀବନସାଥୀ ସହିତ ସମ୍ବନ୍ଧ ସୁଖଦାୟକ ହେବ। ଅଳଙ୍କାର ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ।
କୁମ୍ଭ: ଅଫିସରେ କୌଣସି କାମ କରିବା ପୂର୍ବରୁ ବରିଷ୍ଠଙ୍କର ମତ ନିଅନ୍ତୁ। ସୋସିଆଲ୍ ମିଡିଆରେ ଆପଣଙ୍କ ପୋଷ୍ଟକୁ ଅଧିକ ଲୋକ ପସନ୍ଦ କରିବେ। ଛାତ୍ରଛାତ୍ରୀଙ୍କୁ ପରିଶ୍ରମର ଫଳ ମିଳିବ।
ମୀନ: ତେଜରାତି ଦୋକାନୀଙ୍କର ବିକ୍ରି ବଢ଼ିବ। ନବ ବିବାହିତ ଦମ୍ପତ୍ତି ରାତ୍ରିଭୋଜନ ପାଇଁ ହୋଟେଲକୁ ଯିବେ। ଛାତ୍ରଛାତ୍ରୀ ବରିଷ୍ଠଙ୍କ ସାହାଯ୍ୟ ନେଇ ପ୍ରାକ୍ଟିକାଲ୍ କରିବେ।