publive-imageମେଷ: ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ବ୍ୟବସାୟ ବଢ଼ାଇବା ଲାଗି ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। ପଡ଼ୋଶୀ କୌଣସି ପ୍ରକାର ସହାୟତା ମାଗିବେ। ରାଜନୀତିରେ ସଫଳତା ପାଇବେ।

Advertisment

publive-imageବୃଷ: ଅଫିସରେ କୌଣସି ସହକର୍ମୀଙ୍କ ସହିତ ବନ୍ଧୁତା ହେବ। ନିଜର ବାଣୀ ଉପରେ ସଂଯମ ରଖନ୍ତୁ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଖୁସିଭରା ହେବ।

publive-imageମିଥୁନ: ଲୋକମାନଙ୍କ ଭରସା ଆପଣଙ୍କ ଉପରେ ରହିବ। ଆପଣଙ୍କର ସଚ୍ଚୋଟତାରେ ଲୋକେ ପ୍ରେରଣା ନେବେ। ବକେୟା ଅର୍ଥ ପାଇବେ। କର୍ମଜୀବୀ ମହିଳା ନୂଆ ପ୍ରକଳ୍ପରେ କାମ କରିବେ।

publive-image

କର୍କଟ: ସାମାଜିକ ଗଣମାଧ୍ୟମରେ ସାମାଜିକ କାର୍ଯ୍ୟରେ ସହଯୋଗ ଦେବେ। ପୂର୍ବରୁ କରିଥିବା କାମରେ ଦି’ଗୁଣା ଲାଭ ପାଇବେ। ଶିକ୍ଷକଙ୍କ ସହଯୋଗରେ କୌଣସି ପ୍ରକଳ୍ପ ପୂରା ହେବ।

publive-imageସିଂହ: କୋର୍ଟ କଚେରି ମାମଲାରେ କିଛି ବାଧା ଆସିପାରେ। ଯାହା ବି ବେପାର ଆରମ୍ଭ କରିବେ, ସେଥିରେ ସଫଳତା ପାଇବେ। କୌଣସି ବନ୍ଧୁର ସହାୟତା ପାଇବେ। ପିଲାଙ୍କର ସ୍ବାସ୍ଥ୍ୟ ଭଲ ରହିବ।

publive-imageକନ୍ୟା: କାହାରି ମାମଲାରେ ଦଖଲ ଦିଅନ୍ତୁ ନାହିଁ। ବୁଦ୍ଧିମାନ ବ୍ୟକ୍ତିଙ୍କ ମତ ନେଇ କୌଣସି ବଡ଼ ପ୍ରକଳ୍ପରେ ପୁଞ୍ଜି ଲଗାନ୍ତୁ। ସ୍ବାସ୍ଥ୍ୟ ପ୍ରତି ସଚେତନ ରହନ୍ତୁ। ବୈବାହିକ ଜୀବନ ଭଲ ରହିବ।

publive-imageତୁଳା: ଆରମ୍ଭ ହେବା କାମ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ। କ୍ୟାରିୟର ସମ୍ବନ୍ଧ‌ରେ ନୂଆ ଅବସର ପାଇବେ। ବାଣିଜ୍ୟ ଛାତ୍ରଛାତ୍ରୀ ମାର୍କେଟିଂ ବିଷୟରେ ଜାଣିବାକୁ ଶିକ୍ଷକଙ୍କର ସହଯୋଗ ପାଇବେ।

publive-imageବିଛା: ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କର ମତ ନେବାକୁ ଚାହିଁବେ। ଅଫିସରେ କର୍ତ୍ତୃତ୍ବ ବଢ଼ିବ। କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହୋଇପାରେ। ବିବାହିତଙ୍କ ଲାଗି ଦିନଟି ଭଲ ରହିବ।

publive-imageଧନୁ: ଦୂରରେ ଥିବା ଭାଇ ଭଉଣୀଙ୍କ ସହିତ ଫୋନରେ କଥା ହେବେ। ଅଫିସ କାମରେ ବାଧା ଦୂର ହେବ। ଲେଖକଙ୍କ ଲାଗି ଦିନଟି ବହୁତ ଭଲ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।

publive-image
ମକର: ବିନା କାରଣରେ ଆରମ୍ଭ ହୋଇଥିବା ବାଧା ସଂପୂର୍ଣ୍ଣ ଶେଷ ହୋଇଯିବ। ଅଜା ଘରୁ ଖୁସି ଖବର ପାଇବେ। ସାମାଜିକ ଗଣମାଧ୍ୟମରେ କାହା ସହ କଥା ଭବିଷ୍ୟତରେ ଲାଭ ଦେବ।

publive-image

କୁମ୍ଭ: କାମ ମାମଲାରେ ବହୁତ ବ୍ୟାବହାରିକ ରହିବେ। ଆପଣଙ୍କର ମିଠାବାଣୀ କାମ ପୂରା କରିବାରେ ସାହାଯ୍ୟ କରିବ। ବକେୟା ଅର୍ଥ ପାଇବେ। ପରିବାର ଲୋକଙ୍କ ସହ ଭଲ ସାମଞ୍ଜସ୍ୟ ରହିବ।
publive-image

ମୀନ: ଅନ୍ୟର ପ୍ରେରଣା ନେଇ କାମ କରିବା ଦରକାର। କଥା କମ୍, କାମରେ ଅଧିକ ମନୋଯୋଗ ଦିଅନ୍ତୁ। ବାପା ମାଆଙ୍କ ସହ ସମୟ ଅତିବାହିତ କରିବା ଦରକାର। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।