ମେଷ: କରିଆସୁଥିବା ଚେଷ୍ଟାରେ ସଫଳ ହେବେ। ସମାଜରେ ଆପଣଙ୍କ ପ୍ରଭାବ ବଢ଼ିବ। ଆର୍ଥିକ ସ୍ଥିତିରେ ସୁଧାର ହେବ। ଭଲ ଖବର ଶୁଣିବେ। ନବବିବାହିତ ଦମ୍ପତିଙ୍କ ଲାଗି ସମୟ ଭଲ।
ବୃଷ: ନୂଆ ବିଚାର ଗ୍ରହଣ କରିବେ। କମ୍ ପରିଶ୍ରମରୁ ଯଥେଷ୍ଟ ଲାଭ ପାଇବେ। ଅଚାନକ ଧନଲାଭର ଯୋଗ ଅଛି। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।
ମିଥୁନ: ସକାରାତ୍ମକ ଭାବନା ଘେନି ଆଗକୁ ବଢ଼ିବେ। ମକଦ୍ଦମାରେ ଜୟଲାଭ କରିବେ। ସାମାଜିକ ସମାରୋହକୁ ଯିବାର ଅବସର ପାଇବେ। ଜୀବନସାଥୀ ସହ ସମ୍ବନ୍ଧରେ ମଧୁରତା ବଢ଼ିବ।
କର୍କଟ: ସବୁ ସମସ୍ୟାର ସମାଧାନ ବାହାରିବ। ଶିକ୍ଷାକ୍ଷେତ୍ରରେ ଆପଣଙ୍କର ଉନ୍ନତି ହେବ। ବ୍ୟବସାୟରେ ପ୍ରଗତି ଲାଗି ସମୟ ଭଲ। ଆଇନ ଛାତ୍ର ବଡ଼ ଓକିଲଙ୍କ ସହ କାମ କରିବେ।
ସିଂହ: ଆତ୍ମବିଶ୍ବାସ ବଳରେ ପ୍ରତ୍ୟେକ କାମରେ ସଫଳ ହେବେ। କବିମାନଙ୍କ ଲାଗି ସମୟ ମହତ୍ତ୍ବପୂର୍ଣ୍ଣ। ବୈବାହିକ ଜୀବନ ଖୁସିରେ ପୂର୍ଣ୍ଣ ରହିବ। ନୂଆ ଘର କିଣିବା ଲାଗି ଆଗ୍ରହ ବଢ଼ିବ।
କନ୍ୟା: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। କାମକୁ ନେଇ ସହକର୍ମୀଙ୍କ ସହ ବିଚାର ବିମର୍ଶ କରିବେ। ପରିବାର ସହ ସହରକୁ ଜିନିଷ କିଣିବା ଲାଗି ଯିବେ।
ତୁଳା: ଅଚାନକ ଧନଲାଭ ହେବ। ନୂଆ କାମ କରିବାରେ ରୁଚି ବଢ଼ିବ। ସରକାରୀ ଚାକିରିଆଙ୍କ ସମୟ ଭଲ। ଦାମ୍ପତ୍ୟ ଜୀବନରେ ଖୁସି ଖବର ପାଇବେ।
ବିଛା: ସ୍ବାସ୍ଥ୍ୟରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ଧନଲାଭର ଅବସର ପାଇବେ। ମନରେ ନୂଆ ଆଶା ଉତ୍ପନ୍ନ ହେବ।
ଧନୁ: ମଧୁର ବ୍ୟବହାର ଦ୍ବାରା ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିବେ। ବେପାରରେ ଗତି ବୃଦ୍ଧି ହେବ। ସଫ୍ଟୱେର ଇଂଜିନିୟରଙ୍କ ଲାଗି ଦିନଟି ଖୁବ୍ ଗୁରୁତ୍ବପୂର୍ଣ୍ଣ।
ମକର: ସୁସମ୍ବାଦ ପାଇବେ। ନୂଆ ଚାକିରିର ସୁଯୋଗ ଅଛି। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। କାରବାରରେ ଯଥେଷ୍ଟ ଲାଭ ପାଇବେ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ।
କୁମ୍ଭ: ଦିନଟି ସବୁ ଦୃଷ୍ଟିରୁ ଭଲ। ଜମି ବ୍ୟବସାୟୀଙ୍କର କୌଣସି ବଡ଼ ଚୁକ୍ତି ସୁନିଶ୍ଚିତ ହୋଇଯିବ। ଜୀବନସାଥୀଙ୍କୁ ଖୁସି କରିବା ଲାଗି କୌଣସି ଉପହାର ଦେବେ। ପ୍ରେମ ସଂପର୍କ ମଜଭୁତ ହେବ।
ମୀନ: ବ୍ୟବସାୟରେ ଲାଭ ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ବନ୍ଧୁ ସହ ସମ୍ବନ୍ଧରେ ସୁଧାର ହେବ। ଛାତ୍ରଛାତ୍ରୀ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ଫଳ ପାଇବେ।