publive-imageମେଷ: ମନର କଥା ମନରେ ରଖନ୍ତୁ। ଭାବପ୍ରବଣ ହେଲେ କଷ୍ଟ ପାଇବେ। ଅଯଥା କଥାରେ ଯୁକ୍ତିତର୍କ କରନ୍ତୁ ନାହିଁ। ବ୍ୟବସାୟୀଙ୍କ ପାଇଁ ବଜାର ସ୍ଥିତି ଭଲ ହେବ।

Advertisment

publive-imageବୃଷ: ଆପଣଙ୍କ ପାଇଁ ଦିନଟି ଆନନ୍ଦମୟ ରହିବ। କୌଣସି ଅନୁଷ୍ଠାନରେ ଯୋଗ ଦେବାର ଅବସର ପାଇବେ। ଅଫିସରେ ବାତାବରଣ ଭଲ ରହିବ। ପ୍ରିୟଜନଙ୍କ ସହ ସମ୍ବନ୍ଧ ମଧୁର ହେବ। ‌

publive-imageମିଥୁନ: ନିଜର ଯୋଜନାକୁ ନେଇ ମନରେ ସଂଶୟ ସୃଷ୍ଟି ହୋଇପାରେ। ଆପଣ ନିଷ୍ପତ୍ତି ନେବାରେ ଅସୁବିଧା ହେଇପାରେ। ପାରିବାରିକ ଚିନ୍ତା ଦୂର ହେବ। ‌

publive-image

କର୍କଟ: ପାଖ ଲୋକଙ୍କ ସହ ସମ୍ବନ୍ଧ ସୁଧାରିବାକୁ ଚେଷ୍ଟା କରିବେ। ବୁଦ୍ଧି ବଳରେ ଆପଣ ପ୍ରତ୍ୟେକ ସ୍ଥିତିକୁ ସମ୍ଭାଳି ନେବେ। ବେପାରରେ ଧନଲାଭ ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ। ‌

publive-imageସିଂହ: କୌଣସି ଉଦ୍ୟୋଗରୁ ଚାକିରି ପାଇଁ ଫୋନ ଆସିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ସାମାଜିକ ସ୍ତରରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ଦାମ୍ପତ୍ୟ ଜୀବନ ଭଲ ରହିବ। ‌

publive-imageକନ୍ୟା: ଅଧିକ ପରିଶ୍ରମ କରି ସବୁ କାମ ସଂପୂର୍ଣ୍ଣ କରିବେ। ସମ୍ମାନିତ ଲୋକଙ୍କ ସହ ମିଶିବାର ସୁଯୋଗ ପାଇବେ। ବ୍ୟବସାୟରେ ଭଲ ପ୍ରଗତି ହେବ।

publive-imageତୁଳା: ଆପଣ ସମସ୍ତଙ୍କ ଠାରୁ ଅଲଗା ଓ ସାହସୀ ଅନୁଭବ କରିବେ। ଯେଉଁ ମହିଳାମାନେ ଚାକିରି ଖୋଜୁଛନ୍ତି ସେମାନେ ଭଲ ଖବର ପାଇବେ। ବୈଜ୍ଞାନିକଙ୍କୁ ନୂଆ ସଫଳତା ମିଳିପାରେ। ‌

publive-imageବିଛା: ଆପଣଙ୍କୁ ବଢ଼ିଆ ସୁଯୋଗ ମିଳିବ। ବ୍ୟବସାୟରେ ଲାଗି ରହିଥିବା ଅଶାନ୍ତି ସମାପ୍ତ ହୋଇଯିବ। ଜୀବନସାଥୀଙ୍କୁ ଦାମିକା ଜିନିଷ ଉପହାର ଦେବେ। ‌

publive-imageଧନୁ: ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଭଲ ଲୋକଙ୍କ ସଙ୍ଗତିରୁ କିଛି ଶିକ୍ଷାଲାଭ କରିବେ। କିଣାବିକା କାମ ସଂପୂର୍ଣ୍ଣ ହେବ। ପ୍ରିୟଜନଙ୍କ ସହ ସମୟ କାଟିବେ।

publive-image
ମକର: ନିଜର ପରିବାର ଓ କାମ ମଧ୍ୟରେ ଭାରସାମ୍ୟ ବଜାୟ ରଖନ୍ତୁ। ଆପଣଙ୍କର ସୁଖ ସୁବିଧା ବଢ଼ିବ। ସଂପତ୍ତି ବଢ଼ିବାର ଯୋଗ ଅଛି। ଛାତ୍ରଛାତ୍ରୀ ନିଜର ପାଠପଢ଼ା ସମୟ ବଦଳାଇବେ।

publive-image

କୁମ୍ଭ: କଳାକାର ବଡ଼ ମଞ୍ଚରେ ପ୍ରଦର୍ଶନ ପାଇଁ ଅବସର ପାଇବେ। ବ୍ୟବସାୟୀଙ୍କୁ ଧନଲାଭ ହେବ। ପ୍ରିୟଜନଙ୍କ ଠାରୁ ମନ ପସନ୍ଦ ଉପହାର ପାଇବେ। ଛାତ୍ରଛାତ୍ରୀ କିଛି ନୂଆ ଶିକ୍ଷାଲାଭ କରିବେ।
publive-image

ମୀନ: ଦିନଟି ଆନନ୍ଦ ଉଲ୍ଲାସ ଭରା ରହିବ। କାମ ଲାଗି ଦୂର ସ୍ଥାନକୁ ଯିବେ। ଆର୍ଥିକ ସ୍ଥିତି‌ ସୁଦୃଢ଼ ହେବ। ସନ୍ତାନର ସଫଳତାରେ ଗୌରବାନ୍ବିତ ଅନୁଭବ କରିବେ।