publive-imageମେଷ: ଆପଣଙ୍କ ମନ ସକାରାତ୍ମକ ରହିବ। ବ୍ୟବସାୟରେ ଖୁବ୍ ଲାଭ ପାଇବେ। ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ପ୍ରେମ ଜୀବନ ଭଲ ରହିବ।

Advertisment

publive-imageବୃଷ: ବେପାରୀଙ୍କ ଲାଗି ଦିନଟି ଭଲ। ଅଫିସରେ ଆପଣଙ୍କ କାମ ଦେଖି କର୍ତ୍ତୃପକ୍ଷ ପଦୋନ୍ନତି ପାଇଁ ବିଚାର କରିବେ। ସନ୍ଧ୍ୟାରେ ଭାଇ ଭଉଣୀଙ୍କ ସହ ସମୟ ବିତିବ।

publive-imageମିଥୁନ: ଆପଣଙ୍କ ମନରେ ବିଶେଷ ବିଚାର ଆସିବ। ବ୍ୟବସାୟରେ ବଡ଼ ସଫଳତା ପାଇବେ। କୋର୍ଟ କଚେରି ମାମଲାରେ ବାଧା ଆସିପାରେ। ଦାମ୍ପତ୍ୟ ସୁଖ ବଢ଼ିବ।

publive-image

କର୍କଟ: ଆପଣଙ୍କ ଭାଗ୍ୟର ଦ୍ବାର ଖୋଲିବ। ପ୍ରତିଟି କାମରେ ଭଲ ପରିଣାମ ପାଇବେ। ବଡ଼ ପ୍ରକଳ୍ପରେ ପୁଞ୍ଜି ଲଗାଇବା ପାଇଁ ଭାବୁଥିଲେ କୌଣସି ବୁଦ୍ଧିମାନ ବ୍ୟକ୍ତିଙ୍କ ମତ ନିଅନ୍ତୁ।

publive-imageସିଂହ: ନିଜ କାମ ଉପରେ ପୂରା ଧ୍ୟାନ କେନ୍ଦ୍ରିତ କରି ରଖନ୍ତୁ। ରାଜନେତା ବଡ଼ ସମାରୋହରେ ଅତିଥି ହେବାର ମଉକା ପାଇବେ। ଦାମ୍ପତ୍ୟ ଜୀବନରେ ନୂଆ ନୂଆ ଖୁସି ଆସିବ।

publive-imageକନ୍ୟା: ଛୋଟମୋଟ କାମରେ ସକାରାତ୍ମକ ଫଳ ପାଇବେ। ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ ହୋଇପାରେ। ଅନ୍ୟମାନଙ୍କ ଆଗରେ ନିଜର କଥା ସ୍ପଷ୍ଟଭାବେ ରଖି ପାରିବେ।

publive-imageତୁଳା: ଟଙ୍କା ପଇସା ମାମଲାରେ କାହାରି ଉପରେ ଅଧିକ ଭରସା କରନ୍ତୁ ନାହିଁ। ପେସାଦାର ବ୍ୟବସାୟୀଙ୍କୁ ଭାଗ୍ୟର ସହଯୋଗ ମିଳିବ। ଦାମ୍ପତ୍ୟ ସୌହାର୍ଦ୍ଦ୍ୟ ବଜାୟ ରହିବ।

publive-imageବିଛା: ପ୍ରଭୁ ଜଗନ୍ନାଥଙ୍କ ଆରାଧନାରେ ମନ ଲଗାଇବେ। ରାଜନେତାଙ୍କର ସାମାଜିକ ପ୍ରତିଷ୍ଠା ବଢ଼ିବ। ଘରୋଇ ଉଦ୍ୟୋଗରେ କାମ କରୁଥିଲେ ପଦୋନ୍ନତି ହୋଇପାରେ।

publive-imageଧନୁ: କାହା ସମ୍ପର୍କରେ ଅଧିକ ଆଲୋଚନା କରନ୍ତୁ ନାହିଁ। ସନ୍ତାନ ପକ୍ଷରୁ ସୁଖଦ ଖବର ମିଳିବାର ଯୋଗ ଅଛି। ନୂଆ ଜମି କିଣିବାକୁ ମନସ୍ଥ କରିବେ।

publive-image
ମକର: ନିତିଦିନିଆ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବେ। ନୂଆ କୌଶଳ ଆପଣଙ୍କ ବ୍ୟବସାୟକୁ ଆଗକୁ ବଢ଼ାଇବ। ଛାତ୍ରଛାତ୍ରୀଙ୍କ ଲାଗି ସମୟ ଶୁଭ।

publive-image

କୁମ୍ଭ: କୌଣସି ଜଟିଳ ମାମଲାର ସମାଧାନ ବାହାରିବ। କୃଷିକ୍ଷେତ୍ରରେ ଥିବା ଲୋକଙ୍କୁ ଲାଭ ମିଳିବ। ଅଫିସରେ ସହକର୍ମୀଙ୍କୁ ସାହାଯ୍ୟ କରିବେ।
publive-image

ମୀନ: ଆପଣଙ୍କର କୋମଳ ବ୍ୟବହାର ଲୋକମାନଙ୍କୁ ଆକର୍ଷିତ କରିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଛାତ୍ରଛାତ୍ରୀଙ୍କର ଆତ୍ମବିଶ୍ବାସ ଉଚ୍ଚା ରହିବ।