ଜାଣନ୍ତୁ ଆଜିର ରାଶିଫଳ

ମେଷ: ଅଧିକାରୀବର୍ଗ ଆପଣଙ୍କ କାମରେ ପ୍ରସନ୍ନ ହେବେ। ଆପଣ ଜୀବନରେ ଖୁବ୍ ଆଗକୁ ବଢ଼ିବେ। ନୂଆ ଲୋକଙ୍କ ସହିତ ସଂପର୍କରେ ଆସିବାକୁ ଚେଷ୍ଟା କରନ୍ତୁ।

ବୃଷ: କାମରେ ଅଭିଭାବକଙ୍କ ସାହାଯ୍ୟ ମିଳିବା ଯୋଗୁଁ କାମ ଶୀଘ୍ର ପୂରା ହେବ। ଧାର କାହାରିକୁ ଦିଅନ୍ତୁ ନାହିଁ କିମ୍ବା କାହାଠାରୁ ନିଅନ୍ତୁ ନାହିଁ। ସମାଜସେବୀ ଭଲ କାମ କରିବେ।

ମିଥୁନ: ବାଲ୍ୟବନ୍ଧୁ ସହିତ ଆପଣଙ୍କ ସାକ୍ଷାତ୍‌ ହେବ। ଅଧୁରା କାମ ସଂପୂର୍ଣ୍ଣ ହେବ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ସନ୍ଧ୍ୟା ଯାଏ ମନ ଭିତରେ କୌଣସି ଭୟ ରହିବ।

କର୍କଟ: ଲୋକମାନଙ୍କ ମଧ୍ୟରେ ଆପଣଙ୍କ କାମର ପ୍ରଶଂସା ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ମୋଟର ଯାନ ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

ସିଂହ: କାମରେ ବରିଷ୍ଠଙ୍କର ପୂରା ସହଯୋଗ ପାଇବେ। ବେପାରରେ ଅଚାନକ ଧନଲାଭର ଅବସର ପାଇବେ। ଜୀବନସାଥୀ ସହିତ ସମ୍ବନ୍ଧ ଆହୁରି ମଜଭୁତ ହେବ।

କନ୍ୟା: ଏଭଳି ବ୍ୟକ୍ତିଙ୍କୁ ଭେଟିବେ ଯିଏ ଆପଣଙ୍କ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିବେ। ଅଫିସରେ ଆପଣଙ୍କର ଭଲ କାମ ଦେଖି ସହକର୍ମୀ ଅନୁକରଣ କରିପାରନ୍ତି।

ତୁଳା: ବେପାରରେ ଭଲ ଲାଭ ମିଳିବା ଯୋଗୁଁ ନୂଆ ଶାଖା ଆରମ୍ଭ କରିବା କଥା ଭାବିବେ। ପରିବାରର ସହଯୋଗ ମିଳିବା ଯୋଗୁଁ ବଡ଼ ସମସ୍ୟାର ସମାଧାନ ମିଳିବ।

ବିଛା: ଅଫିସରେ ଆପଣଙ୍କ ବେଶଭୂଷାର ପ୍ରଶଂସା ହେବ। ବ୍ୟବସାୟକୁ ନେଇ ଅନ୍ୟମାନଙ୍କ ସହିତ ଘନିଷ୍ଠତା ବଢ଼ାନ୍ତୁ। ଆୟ ଏବଂ ବ୍ୟୟ ଲାଗି ଏକ ବଜେଟ ପ୍ରସ୍ତୁତ କରି ଚାଲନ୍ତୁ।

ଧନୁ: ବିରୋଧୀ ବନ୍ଧୁତାର ହାତ ବଢ଼ାଇବେ। ଛାତ୍ରଛାତ୍ରୀ ପାଠପଢ଼ାରେ କିଛି ପରିବର୍ତ୍ତନ କରି ପାରନ୍ତି। ପ୍ରେମିକା ସହିତ ଲାଗି ରହିଥିବା ମତଭେଦ ଦୂର ହେବ।


ମକର: ବ୍ୟବସାୟରେ ଆପଣଙ୍କୁ ଭଲ ଲାଭ ମିଳିପାରେ। କୋର୍ଟ କଚେରି ମାମଲା ଠାରୁ ଦୂରରେ ରହିବା ଭଲ। ଆର୍ଥିକ ସ୍ଥିତିରେ ବଡ଼ ପରିବର୍ତ୍ତନ ହୋଇପାରେ।

କୁମ୍ଭ: କୌଣସି କାମ ସଂପୂର୍ଣ୍ଣ ହେବା ଯୋଗୁଁ ଖୁସି ମିଳିବ। ବ୍ୟବସାୟରେ କିଛି ପରିବର୍ତ୍ତନ ହେବାର ଯୋଗ ରହିଛି। ଛାତ୍ରଛାତ୍ରୀଙ୍କୁ ସକାରାତ୍ମକ ଫଳ ମିଳିବ।

ମୀନ: ପରିବାର ଲୋକଙ୍କ ପରାମର୍ଶ ଲାଭପ୍ରଦ ସାବ୍ୟସ୍ତ ହେବ। ସଫ୍‌ଟୱେର୍‌ ଇଂଜିନିଅରଙ୍କ ଲାଗି ଦିନଟି ଭଲ। ବ୍ୟବସାୟରେ ବିଶେଷ ସଫଳତା ହାସଲ କରିବେ।

ସମ୍ବନ୍ଧିତ ଖବର