publive-imageମେଷ: ବେଶୀ ଲାଭ ପାଇଁ ମନ ଲଗାଇ କାମ କରିବେ। ଆପଣଙ୍କ ବ୍ୟବହାରରେ ଜୀବନସାଥୀ ଖୁସି ରହିବେ। ଚାକିରିଆଙ୍କ ଲାଗି ଦିନଟି ଭଲ।

Advertisment

publive-imageବୃଷ: ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ନୂଆ କଥା ଜାଣିବେ। ମାଗଣାରେ କାହାରିକୁ ପରାମର୍ଶ ଦିଅନ୍ତୁ ନାହିଁ। ବୈବାହିକ ସମ୍ବନ୍ଧରେ ଉତ୍ସାହ ରହିବ।

publive-imageମିଥୁନ: ଆପଣଙ୍କ ଭିତରେ ସକାରାତ୍ମକତା ଆସିବ। ମନରେ ଘୂରି ବୁଲୁଥିବା ଯୋଜନାର ଲାଭ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ।

publive-image

କର୍କଟ: ସାମାଜିକ କାର୍ଯ୍ୟରେ ସହଯୋଗ କରନ୍ତୁ, ପ୍ରସିଦ୍ଧି ବଢ଼ିବ। କୋର୍ଟ କଚେରି ମାମଲାରେ ଖର୍ଚ୍ଚାନ୍ତ ହୋଇପାରନ୍ତି। ପରିବାରରେ ଅଧିକ ଦାୟିତ୍ବ ତୁଲାଇବାକୁ ପଡ଼ିପାରେ।

publive-imageସିଂହ: ଜୀବନ ଭଲ ଢଙ୍ଗରେ ଜିଇବା ପାଇଁ ପ୍ରୟାସ କରିବେ। ଅନ୍ୟମାନଙ୍କ ଆଗରେ ନିଜର କଥା ଭଲଭାବେ ରଖି ପାରିବେ। ବେପାରୀଙ୍କୁ ନୂଆ ସଫଳତା ମିଳିପାରେ।

publive-imageକନ୍ୟା: ପ୍ରତ୍ୟେକ ଲୋକ ଆପଣଙ୍କ କଥାକୁ ମନଦେଇ ଶୁଣିବେ। ମନ ଚାହୁଁଥିବା କାମରେ ସଫଳତା ପାଇବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।

publive-imageତୁଳା: ଆପଣଙ୍କର ଧ୍ୟାନ ଧର୍ମ କାର୍ଯ୍ୟରେ ଲଗାନ୍ତୁ। କାମରେ ସକାରାତ୍ମକ ଫଳ ପାଇବେ। ‌ସୋସିଆଲ୍ ମିଡ଼ିଆରେ ବନ୍ଧୁ ସଂଖ୍ୟା ବଢ଼ିବେ। ପାରିବାରିକ ସୁଖ ବଢ଼ିବ।

publive-imageବିଛା: ନୂଆ ଉପାୟରେ କାମ କରିବା ସମ୍ପର୍କରେ ବିଚାର କରିବେ। ଅଫିସରେ ବଡ଼ ଦାୟିତ୍ବ ମିଳିପାରେ। ପ୍ରେମ ଜୀବନ ଭଲ ରହିବ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ।

publive-imageଧନୁ: ଚାକିରିରେ ଆଗକୁ ବଢ଼ିବାର ସୁଯୋଗ ପାଇବେ। ଧାର ଦେଇଥିବା ପଇସା ପାଇବେ। ରାଜନୀତିରେ ସଫଳତା ପାଇବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।

publive-image

ମକର: କଥା କଥାରେ ଆପଣଙ୍କୁ କ୍ରୋଧ ଆସିପାରେ। ଅନ୍ୟମାନଙ୍କ କଥାରେ ଦଖଲ ଦିଅନ୍ତୁ ନାହିଁ। ଆର୍ଥିକ ଲାଭ ହେବ। ପ୍ରେମୀଯୁଗଳଙ୍କ ସମ୍ବନ୍ଧରେ ମଧୁରତା ବଢ଼ିବ।

publive-image

କୁମ୍ଭ: ନିଜର ବ୍ୟବହାର ମାର୍ଜିତ କରିବାକୁ ଚେଷ୍ଟା କରିବେ। ଓକିଲ ପୁରୁଣା ମକଦ୍ଦମାରେ ମନ ନିବେଶ କରିବେ। ନୂଆ ଲୋକଙ୍କ ସଂପର୍କରୁ ଲାଭ ମିଳିବ।
publive-image

ମୀନ: ବ୍ୟକ୍ତିଗତ ଜୀବନରେ ଦାୟିତ୍ବ ବଢ଼ିପାରେ। କାରବାରରେ ଲାଗି ରହିଥିବା ବାଧା ଦୂର ହେବ। ବିଦେଶ ଯିବାର ଆଶା ପୂରଣ ହୋଇପାରେ।