publive-image

Advertisment

ମେଷ: କଠିନ ପରିଶ୍ରମର ଭଲ ଫଳ ଆପଣଙ୍କୁ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ରହିବ। ବ୍ୟବସାୟରେ ନିଜର ଦାୟିତ୍ବକୁ ଭଲଭାବେ ତୁଲାଇବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।

publive-image

ବୃଷ: ଜମି କିଣାବିକା ନେଇ ବଡ଼ ଚୁକ୍ତି ହୋଇପାରେ। ଅସାବଧାନତା ବ୍ୟବସାୟ ଲାଗି କ୍ଷତିକାରକ ସାବ୍ୟସ୍ତ ହେବ। ଅନ୍ତରଙ୍ଗ ବନ୍ଧୁ ସହ ଫୋନରେ ଦୀର୍ଘ ସମୟ କଥା ହେବେ।

publive-image

ମିଥୁନ: ଚାକିରି କ୍ଷେତ୍ରରେ ସଫଳତା ପାଇବେ। ପ୍ରିୟଜନଙ୍କ ଠାରୁ ଆପଣଙ୍କର ମନ ପସନ୍ଦ ଉପହାର ମିଳିବ। ଦୀର୍ଘ ଦିନରୁ ଘରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ।

publive-image

କର୍କଟ: ଯେଉଁ କାମ ଆରମ୍ଭ କରୁଛନ୍ତି ତାକୁ ନିର୍ଦ୍ଧାରିତ ସମୟରେ ପୂରା କରିବାକୁ ପ୍ରୟାସ କରିବେ। ଚାକିରି ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କୁ ଭଲ ଉଦ୍ୟୋଗରୁ ଫୋନ ଆସିବ। ‌

publive-image

ସିଂହ: ଭାବିଥିବା କାମ ସଂପୂର୍ଣ୍ଣ ହୋଇଯିବ। କୌଣସି ମାମଲା ନେଇ କେହି ଆପଣଙ୍କ ପରାମର୍ଶ ନେଇ ପାରନ୍ତି। ବ୍ୟବସାୟୀଙ୍କୁ ନୂଆ ଅଭିଜ୍ଞତା ମିଳିବ। ପାରିବାରିକ ଜୀବନ ସୁଖମୟ ହେବ।

publive-image

କନ୍ୟା: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। କୃଷିଜୀବୀଙ୍କ ଲାଗି ଦିନଟି ଭଲ। କୌଣସି କାମରେ ବାପାଙ୍କର ସହଯୋଗ ପାଇବେ। ଆପଣ ନିଜକୁ ଶକ୍ତିବାନ ଅନୁଭବ କରିବେ।

publive-image

ତୁଳା: ବନ୍ଧୁମାନଙ୍କ ସହିତ ବୁଲି ଯିବା ଯୋଜନା ବାତିଲ ହେବ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବା ପାଇଁ ବିଚାର କରିବେ। ପରିବାରର ଅବଶ୍ୟକତାକୁ ଅଣଦେଖା କରନ୍ତୁ ନାହିଁ।

publive-image

ବିଛା: ଆପଣଙ୍କର ବ୍ୟବହାର ଆପଣଙ୍କୁ ଲୋକପ୍ରିୟ କରିଦେବ। ସମାଜସେବା ପାଇଁ ଆଗ୍ରହ ବଢ଼ିବ। ଧନଲାଭର ଯୋଗ ଅଛି। କୌଣସି କାମ ପାଇଁ ଆପଣଙ୍କର ଚେଷ୍ଟା ଫଳପ୍ରଦ ହେବ।

publive-image

ଧନୁ: ବନ୍ଧୁ ସହ ଭବିଷ୍ୟତ ଯୋଜନା ଉପରେ ବିଚାର ବିମର୍ଶ କରିବେ। କାହାରିକୁ ସାହାଯ୍ୟ କରିବାର ମଉକା ପାଇବେ। ବେପାରରେ ଅଚାନକ ଧନଲାଭ ହେବ।

publive-image

ମକର: ବାପାମାଆଙ୍କ ସହିତ କୌଣସି ସ୍ଥାନକୁ ଯିବାର ଯୋଜନା କରିବେ। ସରକାରୀ କାମରେ ଅସାବଧାନତା ଅବଲମ୍ବନ କରନ୍ତୁ ନାହିଁ। ବନ୍ଧୁମାନଙ୍କ ସହ ସିନେମା ଦେଖିବାର ଯୋଜନା କରିବେ।

publive-image

କୁମ୍ଭ: ଜମିରେ ନିବେଶ ପାଇଁ ଭଲ ଦିନଟିଏ। ଚାକିରି ଖୋଜୁଥିବା ମହିଳାମାନେ ଭଲ ଖବର ପାଇବେ। ଘରେ ଧାର୍ମିକ ଆୟୋଜନ ହୋଇପାରେ। ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ।

publive-image

ମୀନ: ଚାକିରିଆଙ୍କର ଅଫିସ କାମରେ ଯାତ୍ରା ଯୋଗ ଅଛି। ଛାତ୍ରଛାତ୍ରୀଙ୍କର ଆତ୍ମବିଶ୍ବାସ ଉଚ୍ଚା ରହିବ। ପ୍ରେମୀଯୁଗଳ ସମ୍ବନ୍ଧକୁ ଅଧିକ ମଜଭୁତ କରିବା ଲାଗି ଏକାଠି ସମୟ କାଟନ୍ତୁ।