ଜାଣନ୍ତୁ ଆଜିର ରାଶିଫଳ

ମେଷ:-ବୈବାହିକ ଜୀବନ ଖୁସିରେ ଭରା ରହିବ। ଅଫିସରେ ପରିବେଶ ଭଲ ରହିବ। ବରିଷ୍ଠଙ୍କ ସହ କୌଣସି ବିଷୟରେ କଥାବର୍ତ୍ତା ବେଳେ ନିଜର ଭାବଭଙ୍ଗୀ ଉପରେ ଧ୍ୟାନ ରଖନ୍ତୁ। ବ୍ୟବସାୟରେ ଉନ୍ନତି ହେବ।

ବୃଷ;-ଆପଣଙ୍କ କାମରେ ଭାଇ ଭଉଣୀ ସହଯୋଗ କରିବେ। ଆପଣଙ୍କୁ ଉନ୍ନତି ପାଇଁ ନୂଆ ମାର୍ଗ ମିଳିବ। କଳାଛାତ୍ରଙ୍କ ଲାଗି ଦିନଟି ଭଲ। ପରିବାରରେ ସୁଖଦ ବାତାବରଣ ରହିବ।

ମିଥୁନ:-ଆପଣ ଲୋକମାନଙ୍କୁ ନିଜ ଯୋଜନାରେ ସହମତ କରାଇନେବେ। ମାତା ପିତାଙ୍କ ଠାରୁ ଭଲ ପରାମର୍ଶ ପାଇବେ। ଦୀର୍ଘ ଦିନର ସ୍ଥଗିତ କାମ ସଂପୂର୍ଣ୍ଣ ହୋଇଯିବ। ସମ୍ବନ୍ଧରେ ମଧୁରତା ଆସିବ।

କର୍କଟ:-ଅଫିସରେ କୌଣସି କାମରେ ବ୍ୟସ୍ତ ରହିବେ। ଜୀବନସାଥୀ ସହ ସମ୍ବନ୍ଧକୁ ନେଇ ଅଧିକ ଭାବୁକ ହେବେ। ଆପଣଙ୍କର ସବୁ ସମସ୍ୟାର ସମାଧାନ ବାହାରିବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।

ସିଂହ:-କୌଣସି ସୁସମ୍ବାଦ ପାଇବା ଯୋଗୁଁ ପରିବାରରେ ଖୁସିର ପରିବେଶ ରହିବ। କ୍ୟାରିୟରକୁ ନେଇ ପରିଶ୍ରମର ସୁଫଳ ପାଇବେ। ସମାଜର ଲୋକ ଆପଣଙ୍କ ସହ ମିଶିବା ପାଇଁ ଆସିବେ।

କନ୍ୟା:-ନିତିଦିନିଆ କାମରେ ସଫଳତା ପାଇବେ। ଅଫିସରେ ସହକର୍ମୀଙ୍କ ସାହାଯ୍ୟ ପାଇବେ। ଲୋକମାନଙ୍କୁ ଆପଣଙ୍କ ବିଚାର ପସନ୍ଦ ଆସିବ। ସନ୍ତାନ ତରଫରୁ ଆପଣଙ୍କୁ ଖୁସି ଖବର ମିଳିବ।

ତୁଳା:-ଅଧିକ ସମୟ ଭ୍ରମଣରେ ଅତିବାହିତ କରିବେ। ବେପାରବର୍ଗଙ୍କୁ ଅଚାନକ ଧନଲାଭ ହେବାର ସମ୍ଭାବନା। ଅଫିସରେ ଭାବିଥିବା କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରିନେବେ।

ବିଛା:-ଛୋଟଛୋଟ କଥାରେ ଧ୍ୟାନ ଦେଲେ, କାମଧନ୍ଦାରେ ସଫଳତା ପାଇବେ। ଅଭିଭାବକଙ୍କ ପରାମର୍ଶ ଫଳପ୍ରଦ ସାବ୍ୟସ୍ତ ହେବ। ମହିଳାମାନେ ଜିନିଷ କିଣିବା ପାଇଁ ମନ ବଳାଇବେ।

ଧନୁ:-ଆପଣଙ୍କର କୌଣସି ଜୁରୁରୀ କାମ ସଂପୂର୍ଣ୍ଣ ହେବ। ମହିଳାମାନେ ନିଜର ପିଲାମାନଙ୍କ ସହ ଜିନିଷ କିଣିବାକୁ ସହରକୁ ଯିବେ। ନୂଆ ବେପାର ଆରମ୍ଭ କରିବାର ଯୋଗ ଅଛି।‌

ମକର:-ଅଧିକାରୀମାନଙ୍କ ସହ ବିଶେଷ ବିଷୟରେ କଥାବର୍ତ୍ତା କରିବେ। ଇଲେକ୍କ୍ଟ୍ରୋନିକ୍ସ ଇଂଜିନିୟର ନିଜର ଅନୁଭବ ସଠିକ ଦିଶାରେ କରିବେ। ଆପଣ କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ।

କୁମ୍ଭ:-ଆପଣଙ୍କୁ ଧନଲାଭର ସୁଯୋଗ ମିଳିବ। ଅଯଥା କଥାଠୁଁ ଦୂରରେ ରୁହନ୍ତୁ। କୌଣସି ମାମଲାରେ ନିଜର ଆତ୍ମବିଶ୍ବାସକୁ ଦୃଢ଼ ରଖିପାରିବେ ନାହିଁ। ପାରିବାରିକ ଜୀବନ ଶାନ୍ତିମୟ ହେବ।

ମୀନ:-କୌଣସି କାନୁନ ମାମଲାରେ ବିଶେଷ ଲୋକଙ୍କ ସାହାଯ୍ୟ ପାଇବେ। ପରିବାରରେ ସମସ୍ତଙ୍କୁ ସାହାଯ୍ୟ କରିବାରେ ସଫଳ ହେବେ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହ ଭଲରେ ସମୟ ବିତିବ।

ସମ୍ବନ୍ଧିତ ଖବର