ଜାଣନ୍ତୁ ଆଜିର ରାଶିଫଳ

ମେଷ: ବ୍ୟବସାୟରେ ଭଲ ଲାଭ ପାଇବେ। ସାମାଜିକ ଗତିବିଧିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଲୋକେ ଆପଣଙ୍କ କାମର ପ୍ରଶଂସା କରିବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।

ବୃଷ: ଜମିରେ ନିବେଶ ଲାଗି ଭଲ ଦିନଟିଏ। ପ୍ରତିଯୋଗୀ ପରୀକ୍ଷାର ପରିଣାମ ଆପଣଙ୍କ ପକ୍ଷରେ ଆସିବ। କୌଣସି କଥାରେ ଜଲଦି ରାଗନ୍ତୁ ନାହିଁ। ଅଚାନକ ଆୟର ନୂଆ ଉତ୍ସ ପାଇବେ।

ମିଥୁନ: ବିରୋଧୀମାନଙ୍କ ପ୍ରତି ସାବଧାନ ରହନ୍ତୁ। ଜୀବନସାଥୀର ଜୀବନରେ ପରିବର୍ତ୍ତନ ଆସିବା ଯୋଗୁଁ ଖୁସିର ପରିବେଶ ସୃଷ୍ଟି ହେବ। ପୁରୁଣା ଜମି ବିକ୍ରିରେ ଭଲ ଲାଭ ପାଇବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

କର୍କଟ: ଅଫିସ୍‌ରେ ଆପଣଙ୍କର ଆତ୍ମବିଶ୍ବାସ ଦେଖି କର୍ତ୍ତୃପକ୍ଷ ଖୁସି ହୋଇଯିବେ। ନୂଆ କାମ ଆରମ୍ଭ କରନ୍ତୁ ଭବିଷ୍ୟତରେ ଯଥେଷ୍ଟ ଲାଭ ପାଇବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନ ନିବେଶ କରନ୍ତୁ।

ସିଂହ: ଅଫିସ୍‌ରେ କାର୍ଯ୍ୟକୁ ନେଇ କାହାରି ଉପରେ ଭରସା କରନ୍ତୁ ନାହିଁ। ନିଜର କାମ ନିଜେ କରନ୍ତୁ। ବନ୍ଧୁ ସହିତ ମନଖୋଲା କଥା ହେଲେ ଆପଣଙ୍କର ସମସ୍ୟାର ସମାଧାନ ବାହାରିବ।

କନ୍ୟା: ଜମି ବ୍ୟବସାୟୀଙ୍କ ଜମି ଭଲ ଦାମରେ ବିକ୍ରି ହେବ। ବାଲ୍ୟବନ୍ଧୁ ସହିତ ମିଶିବା ପାଇଁ ମନ କହିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ। କୌଣସି ବଡ଼ ଯୋଜନା ଆରମ୍ଭ କରିପାରନ୍ତି।

ତୁଳା: ବକେୟା ଅର୍ଥ ଅଚାନକ ଫେରସ୍ତ ପାଇବେ। କାର୍ଯ୍ୟରେ ପରିବାର ଲୋକଙ୍କର ସହଯୋଗ ପାଇବେ। ଆପଣଙ୍କର କଳା କୌଶଳ ସମସ୍ତଙ୍କୁ ପସନ୍ଦ ଆସିବ। ଜୀବନସାଥୀଙ୍କର ପ୍ରେମ ଓ ସୁଖ ପାଇବେ।

ବିଛା: ବେପାର ବଢ଼ାଇବା ଯୋଗୁଁ ଧନଲାଭ ହେବ। କୌଣସ କାମ କରିବା ଲାଗି ତରତର ହୁଅନ୍ତୁ ନାହିଁ। ଘନିଷ୍ଠ ବନ୍ଧୁଙ୍କ ସହ ମିଶିବା ପାଇଁ ତାଙ୍କ ଘରକୁ ଯିବେ। ବିରୋଧୀ ଆପଣଙ୍କ ଠାରୁ ଦୂରତ୍ବ ବନାଇ ରହିବେ।

ଧନୁ: ଆପଣଙ୍କ ସମ୍ମୁଖକୁ ଆସୁଥିବା ସବୁ ଆହ୍ବାନର ଦୃଢ଼ଭାବେ ମୁକାବିଲା କରିବେ। ନବ ବିବାହିତ ଦମ୍ପତିଙ୍କର ସମ୍ବନ୍ଧ ଆହୁରି ମଜଭୁତ ହେବ। ଅଫିସ୍‌ରେ କୌଣସି ବଡ଼ କାମର ଦାୟିତ୍ବ ଆପଣଙ୍କୁ ଦିଆଯିବ।

ମକର: ଭାଗ୍ୟ ଆପଣଙ୍କ ସଙ୍ଗରେ ରହିବ। ଅନ୍ୟମାନଙ୍କ ସହିତ କଥା ହେବାବେଳେ ଠିକ୍ ଭାଷା ପ୍ରୟୋଗ କରନ୍ତୁ। ଦୀର୍ଘ ଦିନରୁ ଭାବିଥିବା କାମ କାହାରି ସାହାଯ୍ୟରେ ସଂପୂର୍ଣ୍ଣ ହୋଇଯିବ।

କୁମ୍ଭ: ଯେଉଁ କାମ କରିବାକୁ ଚାହିଁବେ ସହଜରେ ସଂପୂର୍ଣ୍ଣ ହୋଇଯିବ। ସନ୍ଧ୍ୟାରେ ଆବଶ୍ୟକ ସାମଗ୍ରୀ କିଣିବା ପାଇଁ ବଜାରକୁ ଯିବେ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କର ଦରମା ବୃଦ୍ଧି ହେବ।

ମୀନ: ଆଗକୁ ବଢ଼ିବା ଲାଗି ଭଲ ଦିନଟିଏ। ବିଲଡର୍ସଙ୍କୁ ଧନଲାଭ ହେବ, ଠିକା ମିଳିବ। ଛାତ୍ରଛାତ୍ରୀ ପ୍ରୋଜେକ୍ଟ ସଂପୂର୍ଣ୍ଣ କରିବା ପାଇଁ ପୂରା ମନ ଲଗାଇବେ। ପିଲାଙ୍କର ସଫଳତାରେ ଗୌରବାନ୍ବିତ ଅନୁଭବ କରିବେ।

ସମ୍ବନ୍ଧିତ ଖବର