ଜାଣନ୍ତୁ ଆଜିର ରାଶିଫଳ

ମେଷ: ରୋଜଗାରର ଉଚିତ ଅବସର ମିଳିବ। ରାଜନୀତି କ୍ଷେତ୍ରରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

ବୃଷ: ନୂଆ ପ୍ରୋଜେକ୍ଟରେ ବନ୍ଧୁର ସାହାଯ୍ୟ ନେଇପାରନ୍ତି। ଜମିରେ ନିବେଶ ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ମତ ନିଅନ୍ତୁ। ଘରୋଇ ଜୀବନରେ ସୁଖ ବୃଦ୍ଧି ହେବ।

ମିଥୁନ: କୌଣସି ବ୍ୟକ୍ତିଙ୍କଠାରୁ କିଛି ପାଇବାର ଆଶା ଅଧିକ ରହିବ। ଓକିଲଙ୍କ ଲାଗି ଦିନଟି ଭଲ ରହିବ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ। ଦିନଟି ଭଲରେ କଟିବ।

କର୍କଟ: ସମାଜରେ ମାନ ସମ୍ମାନ ପାଇବେ। କୌଣସି ଉତ୍ସବକୁ ଯିବେ। ପାରିବାରିକ ସମ୍ବନ୍ଧରେ ମଧୁରତା ବଢ଼ିବ।

ସିଂହ: ଆପଣଙ୍କ ମନ ଲେଖାପଢ଼ାରେ ରହିବ। କଲେଜରେ କୌଣସି କାମ ପାଇଁ ପୁରସ୍କାର ପାଇବେ। ଟଙ୍କା ପଇସା ନେଣେଦେଣରେ ସାବଧାନତା ଅବଲମ୍ବନ କରନ୍ତୁ।

କନ୍ୟା: ପରିବାରରେ ସମସ୍ତଙ୍କ ସହିତ ସମ୍ବନ୍ଧ ଭଲ ହେବ। ଆପଣ କମ୍ ସମୟରେ କାମ ପୂରା କରିନେବେ। ଅଫିସରେ ସ୍ଥିତି ଠିକ୍ ରହିବ।

ତୁଳା: ବ୍ୟବସାୟିକ କାର୍ଯ୍ୟରେ ବନ୍ଧୁର ସାହାଯ୍ୟ ନେବେ। ନବବିବାହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ଛାତ୍ର କୌଣସି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।

ବିଛା: କୌଣସି କାମରେ ଅଧିକ ସମୟ ଲଗାଇବା ଯୋଗୁଁ ଅନ୍ୟ କାମ ଅଧୁରା ରହିପାରେ। ଦାମ୍ପତ୍ୟ ଜୀବନରେ ଜଣେ ଅନ୍ୟଜଣଙ୍କ ପ୍ରତି ସମ୍ମାନ ବନାଇ ରଖନ୍ତୁ।

ଧନୁ: କ୍ୟାରିୟର ସମ୍ବନ୍ଧରେ ଗୁରୁଙ୍କଠାରୁ ପୂରା ସାହାଯ୍ୟ ପାଇବେ। ଆପଣଙ୍କୁ ବହୁ ରାଷ୍ଟ୍ରୀୟ କଂପାନିରେ ଚାକିରିର ସୁଯୋଗ ମିଳିବ। ଜୀବନସାଥୀଙ୍କୁ ଉପହାର ଦେଇପାରନ୍ତି।

ମକର: ଜୀବନସାଥୀ ସହିତ ସମ୍ବନ୍ଧ ଭଲ ହେବ। ପରିବାରରେ ପ୍ରସନ୍ନତାର ବାତାବରଣ ରହିବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ବ୍ୟସ୍ତତାଭରା ରହିବ।

କୁମ୍ଭ: କ୍ୟାରିୟର ବିଷୟରେ ଆପଣଙ୍କ କ୍ଷମତାଠାରୁ ଅଧିକ ଦାୟତ୍ବ ନେଇ ପାରନ୍ତି। ବିବାହିତ ସୁନ୍ଦର ମୁହୂର୍ତ୍ତ ଅତିବାହିତ କରିବେ। ଛାତ୍ରୀଙ୍କୁ କୌଣସି କାମରେ ଭଲ ଫଳ ମିଳିବ।

ମୀନ: ପାରିବାରିକ ଜୀବନରେ ଉତ୍ସାହର ବାତାବରଣ ରହିବ। ପଡ଼ୋଶୀ ଆପଣଙ୍କ ଶୁଭ କାମରେ ସାହାଯ୍ୟ କରିବେ। କୌଣସି ବଡ଼ କଂପାନିରୁ ବଡ଼ ଅର୍ଡ଼ର ପାଇବେ।

ସମ୍ବନ୍ଧିତ ଖବର