ଜାଣନ୍ତୁ ଆଜିର ରାଶିଫଳ

ମେଷ: ରାଜନୀତିରେ ଥିବା ବ୍ୟକ୍ତିଙ୍କର ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ। ଭାଇ ଭଉଣୀଙ୍କ ସହିତ ଭଲ ଜାଗାକୁ ବୁଲି ଯିବାର ଯୋଜନା କରିବେ। ଉଚ୍ଚଶିକ୍ଷା ପାଇଁ ଭଲ କଲେଜରେ ନାମ ଲେଖାଇବେ।

ବୃଷ: ଡାକ୍ତର ନୂଆ ଚିକିତ୍ସାଳୟ ଆରମ୍ଭ କରିବା ପାଇଁ ମନସ୍ଥ କରିବେ। ବାଣୀ ଉପରେ ସଂଯମ ରଖନ୍ତୁ। ଆପଣଙ୍କ ବ୍ୟବସାୟରେ ବୃଦ୍ଧି ହେବ। ଛାତ୍ରଛାତ୍ରୀ କୌଣସି ଏକାନ୍ତ ଜାଗାକୁ ଯାଇ ପଢ଼ନ୍ତୁ।

ମିଥୁନ: ଜୀବନସାଥୀ ସହିତ ଲାଗି ରହିଥିବା ମନାନ୍ତର ସମାପ୍ତ ହୋଇଯିବ। ଅଚାନକ ଧନପ୍ରାପ୍ତି ଯୋଗୁଁ ଆର୍ଥିକ ସ୍ଥିତି ମଜଭୁତ ହେବ। ଲେଖକଙ୍କ ରଚନାର ପ୍ରଶଂସା ହେବ। ଅନାବଶ୍ୟକ କଥାଠାରୁ ଦୂରରେ ରହନ୍ତୁ।

କର୍କଟ: ପୁରୁଣା କାମ ସଂପୂର୍ଣ୍ଣ କରିବା ଲାଗି ସମୟ ବହୁତ ଭଲ। ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ଥିବା ଲୋକଙ୍କୁ କିଛି ନୂଆ ପ୍ରୋଜେକ୍ଟ ମିଳିବ। ବଡ଼ଙ୍କଠାରୁ ପାଇଥିବା ପରାମର୍ଶ କାମରେ ଆସିବ।

ସିଂହ: ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ। ଅଫିସ୍‌ କାମରେ ଅନ୍ୟ ସହରକୁ ଯିବେ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ଆସିବ। ନୂଆ ବେପାର ଆରମ୍ଭ କରିବା ଲାଗି ବଡ଼ ଭାଇର ସହଯୋଗ ପାଇବେ।

କନ୍ୟା: ଆପଣଙ୍କର ସଫଳତା ଓ ଉଚ୍ଚପଦ ପ୍ରାପ୍ତ କରିବା ପାଇଁ ଇଚ୍ଛା ଜାଗ୍ରତ ହେବ। ଯାହାଦ୍ବାରା ଅଧିକ ପରିଶ୍ରମ କରିବେ। ଅଭିନୟ କ୍ଷେତ୍ରରେ ଥିବା ଲୋକଙ୍କୁ କୌଣସି ବଡ଼ ସୁଯୋଗ ମିଳିବ।

ତୁଳା: ଭବିଷ୍ୟତର ଯୋଜନା ବନାଇବା ପାଇଁ ଦିନଟି ଭଲ। ଅର୍ଡର ସପ୍ଲାଇଙ୍କୁ ଯଥେଷ୍ଟ ଧନଲାଭ ହେବ। ନବ ବିବାହିତ ଦମ୍ପତ୍ତି କୌଣସି କଥାକୁ ନେଇ ସହଜରେ ଏକମତ ହୋଇପାରିବେ ନାହିଁ।

ବିଛା: କୌଣସି କାମରେ ପଡ଼ୋଶୀର ସହଯୋଗ ପାଇବେ। ସଫଳତାରେ ଆସୁଥିବା ବାଧା ଦୂର ହେବ। ପରିବାରରେ ଆପୋସୀ ସୌହାର୍ଦ୍ଦ ବଜାୟ ରହିବ। ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କର ଭାବନାକୁ ବୁଝନ୍ତୁ।

ଧନୁ: ନ୍ୟାୟାଳୟରେ ଥିବା ବିଚାରାଧୀନ ମକଦ୍ଦମା ଆପଣଙ୍କ ପକ୍ଷରେ ଆସିବ। ବେପାରରେ ଆପଣଙ୍କୁ ଖୁବ୍ ଉନ୍ନତି ମିଳିବ। ନୂଆ ଜମି କିଣିବାକୁ ଚାହୁଁଥିଲେ ତା’ ସଂପର୍କରେ ଠିକ୍ ଭାବେ ଜାଣନ୍ତୁ।

ମକର: ପୂର୍ବରୁ କରିଆସୁଥିବା ପ୍ରୟାସର ଫଳ ପାଇବେ। କୌଣସି ବନ୍ଧୁ ସାହାଯ୍ୟରେ ଚାକିରି ପାଇବେ। ଜୀବନସାଥୀ ସହିତ ସମ୍ବନ୍ଧରେ ମଧୁରତା ବୃଦ୍ଧି ହେବ। ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ।

କୁମ୍ଭ: ଆପଣଙ୍କ ମନ ଆଧ୍ୟାତ୍ମିକରେ ଅଧିକ ଲାଗି ରହିବ। କୌଣସି ବନ୍ଧୁ ସହିତ ଅଚାନକ ଦେଖାହେବ। କୌଣସି ନୂଆ କାମ କରିବା ପାଇଁ ମନରେ ବିଚାର ଆସିବ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ବଜାୟ ରହିବ।

ମୀନ: କାମଧନ୍ଦାରେ ସାବଧାନତା ଅବଲମ୍ବନ କରନ୍ତୁ। ବିରୋଧୀ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିବ। ତେଣୁ ସତର୍କ ରହନ୍ତୁ। ଆପଣ ଯେଉଁ ଲକ୍ଷ୍ୟ ନିର୍ଦ୍ଧାରିତ କରିଛନ୍ତି ତା’ର ନିକଟବର୍ତ୍ତୀ ହୋଇପାରିବେ।

ସମ୍ବନ୍ଧିତ ଖବର