ଜାଣନ୍ତୁ ଆଜିର ରାଶିଫଳ

ମେଷ: ଜୀବନରେ ଖୁସି ହି ଖୁସି ଆସିବ। ଅଫିସ୍‌ରେ ଆପଣଙ୍କ ବେଶଭୂଷାର ପ୍ରଶଂସା ହେବ। ସମାଜରେ ଆପଣଙ୍କ କାମର ପ୍ରଶଂସା ହେବ। ଦାମ୍ପତ୍ୟ ଜୀବନ ଖୁସି ଭରା ରହିବ। ଛାତ୍ରଛାତ୍ରୀଙ୍କ ଲାଗି ସମୟ ଅନୁକୂଳ।

ବୃଷ: ବାପା ମାଆଙ୍କ ସହିତ ଧର୍ମାନୁଷ୍ଠାନକୁ ଯିବେ। କୌଣସି ଶୁଭ ଖବର ପାଇବେ। ଆପଣଙ୍କର ରଚନାତ୍ମକ ପ୍ରତିଭା ସ୍ପଷ୍ଟ ରୂପେ ଲୋକଙ୍କ ସମ୍ମୁଖକୁ ଆସିବ। ଛାତ୍ରଛାତ୍ରୀଙ୍କୁ ଲେଖାପଢ଼ାରେ ଅଧିକ ପରିଶ୍ରମ କରିବାକୁ ହେବ।

ମିଥୁନ: ଅଟକି ରହିଥିବା ଧନ ମିଳିପାରେ। ବେପାରରେ ଯୋଜନାବଦ୍ଧ ରୂପେ କାମ କରନ୍ତୁ ଲାଭ ହେବ। ସାମାଜିକ କାର୍ଯ୍ୟରେ ଆଗୁଆ ରହିବେ। ଜରୁରୀ କାମର ଯାତ୍ରା ସଫଳ ହେବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଦିନଟି ଭଲ।

କର୍କଟ: ସନ୍ତାନ ସୁଖ ପ୍ରାପ୍ତ ହୋଇପାରେ। ଅଧିକାରୀବର୍ଗ ସହିତ କଥାବାର୍ତ୍ତା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ସହଯୋଗୀ ଆପଣଙ୍କ ବିଚାରରେ ପ୍ରଭାବିତ ହେବେ। ପରିବାରରେ କୌଣସି ଦାୟିତ୍ବ ନିର୍ବାହ କରିବାକୁ ପଡ଼ିପାରେ।

ସିଂହ: ଆପଣଙ୍କ ଭବିଷ୍ୟତ ପାଇଁ ବିଚାର ବିମର୍ଶ କରିବେ। ଆମଦାନି ବୃଦ୍ଧି ହେବାର ସମ୍ଭାବନା। କାର୍ଯ୍ୟ କ୍ଷେତ୍ରରେ ଲୋକଙ୍କ ସହଯୋଗ ମିଳିବା ଯୋଗୁଁ କାମ ନିର୍ଦ୍ଧାରିତ ସମୟରେ କାମ ପୂରା କରିନେବେ। ଘରକୁ କୌଣସି ବନ୍ଧୁ ଆସିପାରନ୍ତି।

କନ୍ୟା: କାମ ପାଇଁ ବଡ଼ ନିଷ୍ପତ୍ତି ନିଅନ୍ତୁ ସଫଳ ହେବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଅସହାୟଙ୍କୁ ସହାୟତା କରିବା ଲାଗି ତତ୍ପର ରହିବେ। ଜୀବନସାଥୀ ସହିତ ହୋଟେଲ୍‌ରେ ମଧ୍ୟାହ୍ନ ଭୋଜନ ପାଇଁ ଯୋଜନା କରିବେ।

ତୁଳା: ଘରେ କୌଣସି ଧର୍ମାନୁଷ୍ଠାନ ଆୟୋଜନ ହୋଇପାରେ। ଅଧୁରା କାମ ପୂରା ହେବ। ଧନଲାଭର ଅବସର ପାଇବେ। ପିଲାର କୌଣସି ଫଇସଲାରେ ଆପଣ ଅସହମତ ହୋଇପାରନ୍ତି। ପ୍ରେମ ଜୀବନ ଭଲ ରହିବ।

ବିଛା: କର୍ମ କ୍ଷେତ୍ରରେ ବାଦବିବାଦ ହୋଇପାରେ। ପରିବାର ଲୋକଙ୍କ ସହିତ ଆପଣଙ୍କ ସଂପର୍କ ମଜଭୁତ ହେବ। ଅଫିସ୍‌ରେ ବରିଷ୍ଠଙ୍କ ସହଯୋଗ ପାଇବେ। କୌଣସି ନୂଆ କାମ ଶିଖିବେ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଭଲ।

ଧନୁ: ନୂଆ କାମର ଯୋଜନା କରିବେ। ବିଶେଷ ମାମଲାରେ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ପାଇବେ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ। ପ୍ରିୟଜନଙ୍କ ସହିତ ଫୋନ୍‌ରେ ଦୀର୍ଘ ସମୟ ଧରି କଥା ହେବେ।

ମକର: ଆପଣ ବୁଦ୍ଧିମାନୀରେ ସବୁ କାମ ସମ୍ଭାଳି ନେବେ। ଜୀବନସାଥୀ ସହିତ ତୀର୍ଥସ୍ଥାନକୁ ଯିବେ। ରୋଜଗାରର ଅବସର ପାଇବେ। ନିଜକୁ ସୁସ୍ଥ ଅନୁଭବ କରିବେ। ଛାତ୍ରଛାତ୍ରୀଙ୍କୁ ଭଲ ପରିଣାମ ପ୍ରାପ୍ତ ହେବ।

କୁମ୍ଭ: ବାପା ମାଆଙ୍କର ସାହାଯ୍ୟ ମିଳିବା ଯୋଗୁଁ ଆପଣଙ୍କର ବିଶେଷ କାମ ପୂରା ହେବ। ଜୀବନସାଥୀ ସହିତ ସଂପର୍କରେ ଭାରସାମ୍ୟ ବଜାୟ ରଖନ୍ତୁ। ବନ୍ଧୁ ସହିତ ବୁଲି ଯିବାର ଯୋଜନା କରିବେ। ସ୍ବାସ୍ଥ୍ୟରେ ଧ୍ୟାନ ରଖନ୍ତୁ।

ମୀନ: ଦିନଚର୍ଯ୍ୟାରେ ପରିବର୍ତ୍ତନ ହେବ। ପରିବାର ଲୋକଙ୍କ ପରାମର୍ଶ ଲାଭକାରୀ ହେବ। ଭୌତିକ ସୁଖ ସୁବିଧାରେ ବୃଦ୍ଧି ହେବ। ଘନିଷ୍ଠ ବନ୍ଧୁ ଆପଣଙ୍କୁ ସାହାଯ୍ୟ ମାଗି ପାରନ୍ତି। ବିଦ୍ୟାର୍ଥୀ ନିଜର ପାଠପଢ଼ାରେ ଧ୍ୟାନ ଦିଅନ୍ତୁ।

ସମ୍ବନ୍ଧିତ ଖବର