publive-imageମେଷ: ବନ୍ଧୁ ଆଗମନରେ ଘରେ ଖୁସିର ବାତାବରଣ ରହିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଭଲ। ଅଫିସ୍‌ରେ ଆପଣଙ୍କର ପ୍ରଶଂସା ହେବ।

Advertisment

publive-imageବୃଷ: ବେପାରରେ ନିବେଶ ଲାଗି ଦିନଟି ଲାଭଦାୟକ ରହିବ। ଛାତ୍ରଛାତ୍ରୀ ସିନିୟର ଠାରୁ କୌଣସି ପ୍ରାକ୍ଟିକାଲ୍ ସଂପୂର୍ଣ୍ଣ କରିବା ପାଇଁ ସାହାଯ୍ୟ ନେବେ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ। ଶିକ୍ଷକଙ୍କ ଲାଗି ଦିନଟି ବଢ଼ିଆ ରହିବ।

publive-imageମିଥୁନ: ନବବିବାହିତ ଦମ୍ପତ୍ତି କୌଣସି କଥାକୁ ନେଇ ସହଜରେ ଏକମତ ହୋଇପାରିବେ ନାହିଁ। ଅଫିସ୍‌ରେ ସହକର୍ମୀଙ୍କ ସହିତ ମିଳିମିଶି ରହନ୍ତୁ। ଜମି ବ୍ୟବସାୟୀଙ୍କର କୌଣସି ବଡ଼ ଡିଲ୍ ଫାଇନାଲ୍‌ ହେବ।

publive-image

କର୍କଟ: ପରିବାରରେ ସୁଖଶାନ୍ତି ବଜାୟ ରହିବ। ବ୍ୟବସାୟ କ୍ଷେତ୍ରରେ କୌଣସି ଅନୁଭବୀ ବ୍ୟକ୍ତିଙ୍କର ପରାମର୍ଶ ପାଇବେ। ଶିକ୍ଷକଙ୍କର ବଦଳିରେ ଲାଗି ରହିଥିବା ବାଧା ଦୂର ହେବ। ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।

publive-imageସିଂହ: ପ୍ରିୟଜନଙ୍କ ପ୍ରତି ଲାଗି ରହିଥିବା ଭ୍ରମ ଧାରଣା ସମାପ୍ତ ହେବ। ବ୍ୟବସାୟ କାମରେ ଅନୁକୂଳତା ବଜାୟ ରହିବ। ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତତ କରୁଥିବା ଛାତ୍ରଛାତ୍ରୀଙ୍କୁ ଆହୁରି ଅଧିକ ପରିଶ୍ରମ କରିବାକୁ ହେବ।

publive-imageକନ୍ୟା: ଧୈର୍ଯ୍ୟଧରି ରହିଲେ ଆପଣଙ୍କର ଅଟକିଥିବା କାମ ପୂରା ହେବ। ପାରିବାରିକ ବାତାବରଣ ଭଲ ରହିବ। ବ୍ୟବସାୟ ଭଲଭାବେ ଆଗକୁ ବଢ଼ିବ। କାର୍ଯ୍ୟକ୍ଷେତ୍ରରେ କରୁଥିବା ସବୁ ପ୍ରୟାସର ସଫଳ ହେବେ।

publive-imageତୁଳା: ଆର୍ଥିକ ସ୍ଥିତିରେ ମଜଭୁତ ଆସିବ। ଜୀବନସାଥୀ ସହିତ ରାତ୍ରିଭୋଜନର ଯୋଜନା କରିବେ। ମିଡିଆ‌ କ୍ଷେତ୍ରରେ ଥିବା ଲୋକ କୌଣସି ଭଲ ଖବର ପାଇବେ। ଛାତ୍ରଛାତ୍ରୀଙ୍କର ପଢ଼ିବାରେ ରୁଚି ରହିବ।

publive-imageବିଛା: ବେପାରରେ ପ୍ରତିଦିନ ଅପେକ୍ଷା ବେଶୀ ଲାଭ ହେବ। ଅଫିସ୍‌ କାମରେ ଅନ୍ୟ ସହରକୁ ଯାଇପାରନ୍ତି। ଘରୋଇ ଜିନିଷ କିଣିବାରେ ଖର୍ଚ୍ଚ ଅଧିକ କରିବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ ରହିବ।

publive-imageଧନୁ: କାର୍ଯ୍ୟ କ୍ଷେତ୍ରରେ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ପାଇବେ। ଅଫିସ୍‌ରେ ବାକିଥିବା କାମ ସଂପୂର୍ଣ୍ଣ କରିଦେବେ। ଆର୍ଥିକ କ୍ଷେତ୍ରରେ ସ୍ଥିରତା ବଜାୟ ରହିବ। ଛାତ୍ରଛାତ୍ରୀ ସମୟ ନିର୍ଦ୍ଧାରଣ କରି ପଢ଼ନ୍ତୁ।

publive-image

ମକର: ଅଚାନକ ଧନଲାଭ ହେବାର ସମ୍ଭାବନା। ରାଜନୀତି କ୍ଷେତ୍ରରେ ଥିବା ଲୋକ କୌଣସି ସମାରୋହରେ ନିଜକଥା ରଖିବାର ମଉକା ପାଇବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ମନୋଯୋଗ ଦିଅନ୍ତୁ।

publive-image

କୁମ୍ଭ: ପୂଜାପାଠରେ ସମୟ ବିତିବ। ସୁସମ୍ବାଦ ପାଇବେ। ଚାକିରି ବଦଳାଇବା ପାଇଁ ଦିନଟି ଅନୁକୂଳ। ଜମି ବ୍ୟବସାୟୀଙ୍କ କାମ ସୁରୁଖୁରରେ ହେବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର କିଛି ଆଶା ପୂରଣ ହେବ।

publive-image

ମୀନ: ପୂର୍ବ କଥାକୁ ନେଇ ସଂଶୟରେ ରହିବେ। କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ବେପାରରେ ପରିଶ୍ରମ ତୁଳନାରେ ଲାଭ କମ୍ ମିଳିପାରେ। ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ହେବ।