ଜାଣନ୍ତୁ ଆଜିର ରାଶିଫଳ

‌ମେଷ: ଭବିଷ୍ୟତ ଯୋଜନା ପାଇଁ ନୂଆ କୌଶଳରେ କାମ କରିବେ। ବ୍ୟବସାୟରେ ବଡ଼ ଗୋଷ୍ଠୀ ସହିତ ଯୋଡ଼ିବାର ମଉକା ପାଇବେ। ରାଜନୀତିକ ଲୋକଙ୍କର ସମାଜିକ ପ୍ରତିଷ୍ଠା ବଢ଼ିବ।

ବୃଷ: ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବେ। ଯାହା ନିଷ୍ପତ୍ତି ନେବେ ଫଳପ୍ରଦ ସାବ୍ୟସ୍ତ ହେବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ସାକ୍ଷାତକାରରେ ସଫଳତା ମିଳିବାର ଯୋଗ ରହିଛି।

ମିଥୁନ: ଦିନଟି ଆଶାଠୁ ଅଧିକ ଭଲ ରହିବ। ସତ୍‌ ପଥରେ ଚାଲିବା ଯୋଗୁଁ ପ୍ରସିଦ୍ଧି ବଢ଼ିବ। ଭଲ ଚାକିରି ମିଳିପାରେ, ଖୁବ୍ ଉନ୍ନତି କରିବେ। ଜୀବନସାଥୀ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ।

କର୍କଟ: ଆପଣଙ୍କୁ ନୂଆ ଚୁକ୍ତିବଦ୍ଧ କାମ ମିଳିବ। ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ଜମି କିଣିବା ଲାଗି ଯୋଜନା କରିପାରନ୍ତି। ଛାତ୍ରଛାତ୍ରୀଙ୍କୁ ଲେଖାପଢ଼ାରେ ଅଧିକ ପରିଶ୍ରମ କରିବାକୁ ହେବ।

ସିଂହ: କ୍ୟାରିୟରରେ ଉନ୍ନତିର ରାସ୍ତା ଖୋଲିବ। ପରିବାର ଲୋକଙ୍କର ପୂରା ସହଯୋଗ ପାଇବେ। ଇଲେକ୍ଟ୍ରିକ୍ ଯାନ କିଣିବାକୁ ଚାହୁଁଥିଲେ ଆଜି କିଣି ନିଅନ୍ତୁ। କୌଣସି ବଡ଼ ଡିଲ୍ ଫାଇନାଲ୍‌ ହୋଇପାରେ।

କନ୍ୟା: ଅଫିସ୍‌ରେ ତଳିଆ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବାକୁ ଚାହିଁବେ। ଅବିବାହିତଙ୍କ ଲାଗି ବିବାହର ଭଲ ପ୍ରସ୍ତାବ ଆସିବ। ଆପଣଙ୍କ ସହିତ ସବୁ ଲୋକ ପ୍ରେମପୂର୍ବକ ବ୍ୟବହାର କରିବେ।

ତୁଳା: ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ସମାଜରେ ପ୍ରତିଷ୍ଠା ବଢ଼ିବ। ଚାକିରିରେ ପଦୋନ୍ନତିର ଯୋଗ ଅଛି। ଆପଣଙ୍କୁ କୌଣସି ପୁରସ୍କାର ବା ପ୍ରତିଦାନ ମିଳିପାରେ। ପିଲାଙ୍କ ସହିତ ଉଦ୍ୟାନକୁ ବୁଲି ଯାଇପାରନ୍ତି।

ବିଛା: ଅଚାନକ ଆପଣଙ୍କୁ କିଛି ଏଭଳି ମିଳିବ ଯାହା ତଲାସରେ ଥିଲେ। କ୍ଷୁଦ୍ର ଉଦ୍ୟୋଗୀ ଲୋକଙ୍କ କାମରେ ଦ୍ରୁତ ଆସିବ। ଶତ୍ରୁଙ୍କୁ ଜୟ କରିବେ। ସ୍ବାସ୍ଥ୍ୟ ଭଲ ରହିବ। ବାହାର ଖାଦ୍ୟ ବର୍ଜନ କରନ୍ତୁ।

ଧନୁ: ନିଜକୁ ଆର୍ଥିକ ରୂପେ ସୁଦୃଢ଼ କରିବାରେ ସଫଳ ହେବେ। କୋର୍ଟର ଫଇସଲା ଆପଣଙ୍କ ପକ୍ଷରେ ଆସିବ। ଧାର ଦିଅନ୍ତୁ ନାହିଁ ଟଙ୍କାପଇସା ଅଟକି ରହିପାରେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

ମକର: ଦିନଟି ଭଲରେ ଅତିବାହିତ ହେବ ଆଉ ମନ ଶାନ୍ତ ରହିବ। ଲୋକମାନଙ୍କ ଗହଣରେ ଆପଣଙ୍କର ଭାବମୂର୍ତ୍ତି ଭଲ ବନିବ। ବିରୋଧୀ ବି ଆପଣଙ୍କ ସମ୍ମୁଖରେ ବନ୍ଧୁତାର ହାତ ବଢ଼ାଇବେ।

କୁମ୍ଭ: ଆପଣଙ୍କ କଳାତ୍ମକ ଦକ୍ଷତାର ବିକାଶ ହେବ। ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ସନ୍ତାନ ସୁଖ ସହ ଜଡ଼ିତ ଭଲ ଖବର ପାଇପାରନ୍ତି। ପାରିବାରିକ ଜୀବନ ସୁଖମୟ ରହିବ।

ମୀନ: ଅଫିସ୍‌ରେ ଅଧିକ ପରିଶ୍ରମ କରିବାକୁ ହେବ। ବିନା ପରୀକ୍ଷା ନିରୀକ୍ଷାରେ କୌଣସି କ୍ଷେତ୍ରରେ ନିବେଶ କରନ୍ତୁ ନାହିଁ। ସମାଜରେ ଆପଣଙ୍କର ଜଣାଶୁଣା ବଢ଼ିବ। ଛାତ୍ରଙ୍କୁ ଯଥେଷ୍ଟ ସଫଳତା ମିଳିବ। ‌

ସମ୍ବନ୍ଧିତ ଖବର