ଜାଣନ୍ତୁ ଆଜିର ରାଶିଫଳ

ମେଷ: ଭାବିଥିବା କାମ ସଂପୂର୍ଣ୍ଣ ହେବ। ଆପଣଙ୍କ ବ୍ୟବହାରରେ ପରିବାରର ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ନିର୍ମିତ ହେବ। କୌଣସି ପାଖଲୋକ ଆର୍ଥିକ ସହାୟତା ମାଗିବେ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ। ‌

ବୃଷ: ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ହେବ। ଆପଣଙ୍କୁ ନୂଆ ଉତ୍ସରୁ ଧନପ୍ରାପ୍ତି ହେବ। ଦାମ୍ପତ୍ୟ ଜୀବନ ବହୁତ ରୋଚକ ଓ ସୁଖମୟ ରହିବ। ଛାତ୍ରଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। ‌

ମିଥୁନ: ବିନା କାରଣରେ କାହାରି ସହିତ ଅଭଦ୍ରତା କରନ୍ତୁ ନାହିଁ। ଯେଉଁମାନେ ରାଜନୀତି କ୍ଷେତ୍ରରେ ଅଛନ୍ତି ସେମାନଙ୍କର ସମାଜରେ ପ୍ରତିଷ୍ଠା ବୃଦ୍ଧି ହେବ। ପାରିବାରିକ ଜୀବନ ସମୃଦ୍ଧ, ଶାନ୍ତିପୂର୍ଣ୍ଣ ରହିବ। ‌

କର୍କଟ: ଦିନଟି ଆପଣଙ୍କୁ ଉନ୍ନତି ଦେବ। ମୁସ୍କିଲ ପରିସ୍ଥିତିରେ ବନ୍ଧୁର ସାହାଯ୍ୟ ପାଇବେ। ବ୍ୟବସାୟୀ କୌଣସି ବଡ଼ ନିର୍ଣ୍ଣୟ ନେବେ। ବାପା ମାଆ ପିଲାଙ୍କର ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଚିନ୍ତା କରିବେ।

ସିଂହ: ପାରିବାରିକ ଜୀବନ ଆହ୍ଲାଦିତ ହେବ। ବେପାରୀବର୍ଗଙ୍କୁ ଧନଲାଭ ହେବ। କୌଣସି ପ୍ରକାର ବିବାଦ ଠାରୁ ଦୂରରେ ରହନ୍ତୁ। ଆପଣ ଆଶା କରିଥିବା ଜାଗାରେ ଚାକିରି ପାଇବେ।

କନ୍ୟା: ସରକାରୀ କାମରେ ଆପଣ ସଫଳତା ପାଇବେ। ବାପା ମାଆଙ୍କର ପରାମର୍ଶ ଆପଣଙ୍କ ପାଇଁ ଲାଭକାରୀ ସିଦ୍ଧି ହେବ। ଓକିଲଙ୍କର ସମାଜରେ ପ୍ରସିଦ୍ଧି ବଢ଼ିବ। ଆୟ ବ୍ୟୟରେ ସମାନତା ରହିବ।

ତୁଳା: ଆପଣଙ୍କ ଭିତରେ ସଫଳତା ଓ ଉଚ୍ଚପଦ ପ୍ରାପ୍ତ କରିବାର ଇଚ୍ଛା ଜାଗ୍ରତ ହେବ। ନିବେଶ ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ସହ ପରାମର୍ଶ କରନ୍ତୁ। ବିବାହିତଙ୍କ ଲାଗି ଦିନଟି ଭଲ ରହିବ।

ବିଛା: ନୂଆ କାମ କରିବା ପୂର୍ବରୁ ବଡ଼ଙ୍କ ସମ୍ମତି ନିଅନ୍ତୁ। ବ୍ୟବସାୟରେ ବେଶୀ ଲାଭ ପାଇଁ ଅଧିକ ମନୋଯୋଗରେ କାମ କରନ୍ତୁ। ପ୍ରେମୀଯୁଗଳଙ୍କର ସମ୍ବନ୍ଧ ମଜଭୁତ ହେବ।

ଧନୁ: ଆପଣଙ୍କୁ ବେପାରରେ ଉନ୍ନତି ଦିଶିବ। ଅଫିସ୍‌ରେ କର୍ତ୍ତୃପକ୍ଷ ଆପଣଙ୍କ କାମ ଦେଖି ଖୁସି ହେବେ। ପୈତୃକ ସଂପତ୍ତିରୁ ଲାଭ ମିଳିପାରେ। ଗୃହିଣୀମାନଙ୍କ ଲାଗି ଦିନଟି ଭଲ ରହିବ।

ମକର: ପ୍ରଭୁଙ୍କ ସ୍ମରଣରେ ମନରେ ସକାରାତ୍ମକ ଶକ୍ତି ସଂଚାର ହେବ। ବେପାରରେ ଆପଣଙ୍କୁ ଖୁବ୍ ଉନ୍ନତି ମିଳିବ। ସରକାରୀ ଚାକିରିଆଙ୍କର ପଦୋନ୍ନତି ହୋଇପାରେ। ପ୍ରେମ ଜୀବନ ଭଲ ରହିବ।

କୁମ୍ଭ: ଆପଣଙ୍କ ପାଖକୁ ଯେଉଁ ଦାୟିତ୍ବ ଆସିବ ତାକୁ ଭଲ ଭାବେ ନିର୍ବାହ କରିପାରିବେ। ପଇସା ଦିଆନିଆରେ ସାବଧାନତା ଅବଲମ୍ବନ କରନ୍ତୁ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

ମୀନ: କାମ କରିବା ସମୟରେ ଧ୍ୟାନ ଏକତ୍ର କରନ୍ତୁ। ସରକାରୀ କାମରେ କିଛି ଲୋକଙ୍କ ସାହାଯ୍ୟ ପାଇବେ। ନୂଆ ଘର କିଣିବାର ବିଚାର ବଡ଼ମାନଙ୍କ ସହିତ ବସି କରିନେବେ। ନବଦମ୍ପତିଙ୍କ ଲାଗି ଭଲ ଦିନଟିଏ।

ସମ୍ବନ୍ଧିତ ଖବର