ମେଷ: କର୍ମ ଜୀବନରେ ନୂଆ ଅବସର ପାଇବେ। ଦୀର୍ଘ ଦିନରୁ ଲାଗି ରହିଥିବା ଚିନ୍ତା କମ୍ ହେବ। ବୈବାହିକ ଜୀବନରେ ନୂଆ ଖୁସି ଆସିବ। କୌଣସି ବଡ଼ କଲେଜରେ ନାମ ଲେଖାଇବାର ଯୋଗ ଅଛି।
ବୃଷ: ପାରିବାରିକ ଜୀବନ ସୁଖମୟ ରହିବ। ନୂଆ କ୍ଷେତ୍ରରେ ଭଲ ଉପଲବ୍ଧି ହାସଲ ହେବ। କଣ୍ଠଶିଳ୍ପୀଙ୍କ ଲାଗି ଭଲ ଦିନଟିଏ। ସମାଜରେ ମାନ ସମ୍ମାନ ବଢ଼ିବ।
ମଥୁନ: କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ। ଘରେ କୌଣସି କଥାକୁ ନେଇ ଆଲୋଚନା ହୋଇପାରେ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ।
କର୍କଟ: ମନ ପସନ୍ଦର କାମ ପୂରା ହେବ। ନିଜକୁ ମାନସିକ ରୂପେ ଦୃଢ଼ ଅନୁଭବ କରିବେ। ପରିବାର ସହିତ ସମୟ କାଟିବେ। ପିଲାମାନଙ୍କ କଥାକୁ ପ୍ରାଥମିକତା ଦେବେ।
ସିଂହ: ନୂଆ ଲୋକଙ୍କ ସହିତ ମିଶିବାର ଅବସର ପାଇବେ। ଆର୍ଥିକ ମାମଲାରେ ନିଜକୁ ଭାଗ୍ୟଶାଳୀ ଅନୁଭବ କରିବେ। ଘର ପରିବେଶ ସକାରାତ୍ମକ ରହିବ।
କନ୍ୟା: ପ୍ରଗତି ପାଇଁ ବଢ଼ିଆ ଯୋଗ ଅଛି। ଭାଗୀଦାରିରେ ବେପାର କରୁଥିବା ଲୋକଙ୍କ ଲାଗି ଦିନଟି ବହୁତ ଭଲ। ଆପଣଙ୍କ ସାମାଜିକ ଜୀବନ ଭଲ ରହିବ। ସନ୍ତାନ ପକ୍ଷରୁ ଭଲ ଖବର ପାଇବେ।
ତୁଳା: ଦିନଟି ସଫଳତା ଦେବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପରିଶ୍ରମର ପ୍ରଶଂସା ହେବ। ଯାନ ସାବଧାନତାର ସହ ଚଳାନ୍ତୁ।
ବିଛା: ଆପଣଙ୍କୁ ନୂଆ ଅବସର ମିଳିବ। କାର୍ଯ୍ୟକ୍ଷେତ୍ରରେ ମନପ୍ରାଣ ଢାଳି କାମ କରିବେ। ବେପାର ବିସ୍ତାର ଦିଗରେ କିଛି ବାଧା ଆସିବ। ଚାକିରିରେ ପଦୋନ୍ନତିର ଯୋଗ ଅଛି। ପାରିବାରିକ ଜୀବନ ଭଲ ରହିବ।
ଧନୁ: ଜୀବନସାଥୀ ସହ କୌଣସି କଥାକୁ ନେଇ ଚର୍ଚ୍ଚା କରିବେ। ଧନଲାଭର ଯୋଗ ଅଛି। କାର୍ଯ୍ୟକ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଅବସର ପାଇବେ। ନୂଆ ଚାକିରିର ସୁଯୋଗ ମିଳିବ।
ମକର: ଆପଣ ଆଶାବାଦୀ ହୋଇ ରହିବେ। ଚାକିରିରେ ପଦୋନ୍ନତି ହୋଇପାରେ। ଆର୍ଥିକ ସ୍ଥିତି ବହୁତ ଭଲ ହେବ। ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ପ୍ରେମ ଜୀବନ ଘଟଣାବହୁଳ ରହିବ।
କୁମ୍ଭ: ଦିନଟି ଆପଣଙ୍କ ଲାଗି ନୂଆ ପରିବର୍ତ୍ତନ ଆଣିବ। ନିଜର ଦିନଚର୍ଯ୍ୟା ବଦଳାଇବେ। ଜୀବନସାଥୀ ଆପଣଙ୍କୁ ବହୁତ ସହଯୋଗ କରିବେ। ବ୍ୟବସାୟୀଙ୍କ ପାଇଁ ଦିନଟି ବହୁତ ଭଲ।
ମୀନ: ଆପଣ ନିଜ ଭିତରେ ପରିବର୍ତ୍ତନ ଆଣିବା ପାଇଁ ପ୍ରୟାସ କରିବେ। ଅଧିକ ପରିଶ୍ରମ କରିବା ପାଇଁ ବରିଷ୍ଠଙ୍କ ପାଖରୁ ପ୍ରେରଣା ମିଳିବ। କିଛି ଲୋକଙ୍କର ପଦୋନ୍ନତି ହେବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଦିନଟି ଭଲ।