ମେଷ: ମାନସମ୍ମାନରେ ବୃଦ୍ଧି ହେବ। ଆପଣ କାହାରି ସହିତ କଥା ହେବାବେଳେ ସଂଯମ ରଖନ୍ତୁ। ପାରିବାରିକ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ। ପଡ଼ୋଶୀ ଆପଣଙ୍କୁ କୌଣସି ପ୍ରକାର ସହାୟତା ମାଗିବେ।
ବୃଷ: ସମାଜରେ ଆପଣଙ୍କର ମାନପ୍ରତିଷ୍ଠା ବଢ଼ିବ। ଘର ପାଇଁ ବିଳାସ ଉପକରଣ କିଣିବେ। କଥା କମ୍ କାମ ଉପରେ ଅଧିକ ଧ୍ୟାନ ଦିଅନ୍ତୁ। ଆର୍ଥିକ ସ୍ଥିତି ଭଲ ରହିବ। ସଂଯମ ଓ ଧୈର୍ଯ୍ୟର ସହ ପାଦ ଆଗକୁ ବଢ଼ାଇବେ।
ମିଥୁନ: ଆପଣଙ୍କ ବିନମ୍ର ସ୍ବଭାବର ପ୍ରଶଂସା କରାଯିବ। ମାତାପିତାଙ୍କୁ ଆପଣଙ୍କ ମନର କଥା କହିବେ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ। ଛାତ୍ରଛାତ୍ରୀ ପ୍ରତିଯୋଗିତା ପରୀକ୍ଷାରେ ଭଲ ପରିଣାମ ହାସଲ କରିବେ।
କର୍କଟ: ଦିନଟି ଆନନ୍ଦଭରା ରହିବ। ବନ୍ଧୁ ସହାୟତାରେ ଆୟର ଅବସର ପାଇବେ। ସବୁ କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରିବେ। ବନ୍ଧୁ ସନ୍ଧ୍ୟା ପାଇଁ ବଢ଼ିଆ ଯୋଜନା ପ୍ରସ୍ତୁତି କରିବେ।
ସିଂହ: ଦିନଟି ସୁଖ ଓ ଶାନ୍ତିପୂର୍ବକ ବିତିବ। ଆପଣଙ୍କ ଉପରେ ପରିବାରରେ କିଛି ଦାୟିତ୍ବ ଆସିବ। ଆପଣଙ୍କ ମନପସନ୍ଦ କାମ କରିବାରେ ସଫଳ ହେବେ। ଲୋକେ ଆପଣଙ୍କ କାମରେ ଖୁସି ନଜର ଆସିବେ।
କନ୍ୟା: ଲକ୍ଷ୍ୟ ପ୍ରତି ସମର୍ପଣ ଭାବ ହି ଆପଣଙ୍କୁ ସଫଳ କରାଇବ। ଉଚ୍ଚବର୍ଗର ଲୋକଙ୍କ ସହିତ ସଂପର୍କ ହେବ। ଅଫିସ୍ରେ କାହାରି ଉପରେ ନିର୍ଭର ହୋଇ କାମ କରନ୍ତୁ ନାହିଁ। ବୈବାହିକ ଜୀବନ ଭଲ ରହିବ।
ତୁଳା: ବଡ଼ଙ୍କର ପରାମର୍ଶ ନେବା ଉଚିତ ହେବ। ଯାହା ଦ୍ବାରା ଆପଣଙ୍କୁ ଲାଭ ହେବ। ଆପଣ ନିଜର ଦିନଚର୍ଯ୍ୟା ପରିବର୍ତ୍ତନ କରିବେ। କୌଣସି ବିଷୟରେ ଅଧିକ ଭାବନ୍ତୁ ନାହିଁ। ଅଧ୍ୟୟନରେ ଭଲ ପରିଣାମ ପାଇବେ।
ବିଛା: ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟରେ ବ୍ୟସ୍ତ ରହିବେ। ମିଡିଆ କ୍ଷେତ୍ରରେ ଥିବା ଲୋକଙ୍କୁ ଲାଭ ମିଳିବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଆପଣଙ୍କୁ ସବୁ ଅଶାନ୍ତିରେ ମୁକ୍ତି ମିଳିବ। ମହିଳାମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ଘର କାମ ସାରିଦେବେ।
ଧନୁ: ସକାରାତ୍ମକ ମାନସିକତା ଆପଣଙ୍କୁ ଲାଭ ଦେବ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କୁ ପଦୋନ୍ନତିର ଆଭାସ ମିଳିବ। ରାଜନୀତି କ୍ଷେତ୍ରରେ ଥିବା ଲୋକ ସାମାଜିକ କାର୍ଯ୍ୟରେ ରୁଚି ନେବେ।
ମକର: ବୃଥା ଭ୍ରମଣରେ କ୍ଳାନ୍ତ ଅନୁଭବ କରିବେ। ସରକାରୀ ବିଭାଗ ଲୋକଙ୍କର ପଦବୀ ବୃଦ୍ଧି ହେବ। ଜମି ବ୍ୟବସାୟୀଙ୍କୁ ଧନଲାଭ ହେବ। ଅନ୍ୟମାନଙ୍କୁ ନିଜ କଥାରେ ଆକର୍ଷିତ କରିନେବେ।
କୁମ୍ଭ: ଚାକିରିରେ ସୁଖଦ ପରିଣାମର ନଜର ଆସିବ। ମାଆଙ୍କ ମନପସନ୍ଦର ଜିନିଷ ନେଇ ଉପହାର ଦେବେ। ଲୁଗା ବେପାରୀଙ୍କୁ ଭଲ ଧନଲାଭ ହେବ। ରାଜନୀତିରେ ମହତ୍ବାକାଂକ୍ଷା ପୂରା ହେବ।
ମୀନ: ଫେସନ୍ ଡିଜାଇନର୍ସଙ୍କ ଲାଗି ଦିନଟି ଭଲ ରହିବ। କୌଣସି କାମରେ ବିରୋଧୀ ଆପଣଙ୍କୁ ପରାମର୍ଶ ମାଗିବେ। ଆର୍ଥିକ ସ୍ଥିତି ସୁଖଦ ରହିବ। ପାରିବାରିକ ସମ୍ବନ୍ଧ ପୂର୍ବ ଅପେକ୍ଷା ଅନୁକୂଳ ହେବ।