ଜାଣନ୍ତୁ ଆଜିର ରାଶିଫଳ

ମେଷ: ଅଚାନକ କୌଣସି ବନ୍ଧୁ ସହ ସାକ୍ଷାତ ହେବ। ଭଲ ଖବର ପାଇବେ। ପେସା ସମ୍ପର୍କିତ ବଡ଼ ନିଷ୍ପତ୍ତି ନେବେ। ପ୍ରିୟଜନଙ୍କ ଠାରୁ ମନ ପସନ୍ଦର ଉପହାର ପାଇବେ। ‌

ବୃଷ: ଅଧୁରା କାମ ସଂପୂର୍ଣ୍ଣ କରିପାରିବେ। ଧନଲାଭର ସୁଯୋଗ ମିଳିବ। ନବ ବିବାହିତଙ୍କ ଲାଗି ଭଲ ଦିନଟିଏ। ବିଦ୍ୟାର୍ଥୀଙ୍କୁ ଶିକ୍ଷକଙ୍କ ଠାରୁ ବିଶେଷ ମାର୍ଗଦର୍ଶନ ମିଳିବ।

ମିଥୁନ: ଜୀବନସାଥୀଙ୍କ ସହ ଠାକୁର ଦର୍ଶନ କରିବା ପାଇଁ ଯିବେ। ରୋଜଗାର ଲାଗି ନୂଆ ସୁଯୋଗ ପାଇବେ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହ ତା‌ଳମେଳ ବଜାୟ ରଖନ୍ତୁ।

କର୍କଟ: ନୂଆ କାମର ଯୋଜନା କରିବେ। ଆପଣଙ୍କ ବ୍ୟବହାରରେ ଲୋକେ ପ୍ରଭାବିତ ହେବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଆପଣଙ୍କୁ ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ପ୍ରାପ୍ତ ହେବ।

ସିଂହ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ନିଜର ଧୀଶକ୍ତିରେ ସବୁ କାମ ସମ୍ଭାଳି ନେବେ। ସନ୍ତାନ ଠାରୁ ଶୁଭ ଖବର ପାଇବେ। ଜୀବନସାଥୀ ସହ ଧର୍ମାନୁଷ୍ଠାନକୁ ଯିବେ।

କନ୍ୟ‌ା: ବାପାମାଆଙ୍କ ସାହାଯ୍ୟରେ ବିଶେଷ କାମ ସଂପୂର୍ଣ୍ଣ କରିବେ। ଧାର ନେବା ଦେବାରୁ ନିବୃତ୍ତ ରୁହନ୍ତୁ। କୌଣସି ପରୀକ୍ଷାରେ ସଫଳ ହେବା ଯୋଗୁଁ ପ୍ରଶଂସା ମିଳିବ।

ତୁଳା: ପରିବାର ଲୋକଙ୍କ ପରାମର୍ଶ ଆପଣଙ୍କ ଲାଗି ଲାଭପ୍ରଦ ହେବ। ମହତ୍ତ୍ବପୂର୍ଣ୍ଣ ପ୍ରସଙ୍ଗରେ ବିଶିଷ୍ଟ ବ୍ୟକ୍ତିଙ୍କ ସହ କଥା ହେବେ। କୋର୍ଟ କଚେରି ମାମଲାରେ ଆରାମ ପାଇବେ।

ବିଛା: କିଛି ପ୍ରସଙ୍ଗ ନେଇ ଆପଣଙ୍କ ଚିନ୍ତା ସକାରାତ୍ମକ ରହିବ। ଜରୁରୀ କାମରେ ଲାଗି ରହିଥିବା ବାଧାର ସମାଧାନ ହେବ। ସମାଜରେ ଆପଣଙ୍କ ବ୍ୟକ୍ତିତ୍ବର ଚର୍ଚ୍ଚା ହେବ।

ଧନୁ: ଆପଣଙ୍କ ରଚନାତ୍ମକ ପ୍ରତିଭା ସମସ୍ତଙ୍କ ସମ୍ମୁଖକୁ ଆସିବ। ଭଲ ଖବର ପାଇବେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କ ସମ୍ବନ୍ଧରେ ମଧୁର ହେବ। ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ।

ମକର: ଅଚାନକ ଧନଲାଭ ହେବ। ଜରୁରୀ କାମରେ ଯାତ୍ରା ସଫଳ ହେବ। ଭାଗୀଦାରି ବେପାରରେ ଆପଣଙ୍କୁ ଲାଭ ମିଳିବ। ସାମାଜିକ କାର୍ଯ୍ୟରେ ଆପଣ ଆଗରେ ରହିବେ।

କୁମ୍ଭ: ଆପଣଙ୍କୁ ସନ୍ତାନ ସୁଖ ମିଳିବାର ଯୋଗ ଅଛି। ମନ ମୁତାବକ କାମ ସଂପୂର୍ଣ୍ଣ ହେବା ଯୋଗୁଁ ମନ ଖୁସି ହେବ। ବନ୍ଧୁ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ।

ମୀନ: ଭବିଷ୍ୟତ ବିଷୟରେ ମାନସମନ୍ଥନ କରିବେ। ଘରକୁ ଅଚାନକ ବନ୍ଧୁ ଆସିବେ। କାର୍ଯ୍ୟକ୍ଷେତ୍ରରେ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ଖୁସିର ଆଗମନ ହେବ।

ସମ୍ବନ୍ଧିତ ଖବର