ଜାଣନ୍ତୁ ଆଜିର ରାଶିଫଳ

ମେଷ: ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରିବେ। ଶୀଘ୍ର କୌଣସି ନୂଆ ଦାୟିତ୍ବ ମିଳିବ। ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କର ସହଯୋଗ ମିଳିବ। ଆସୁଥିବା ସମୟରେ ଆପଣଙ୍କର ମହତ୍ତ୍ବାକାଂକ୍ଷା ବୃଦ୍ଧି ହୋଇପାରେ।

ବୃଷ: ପରିବାରରେ ଖୁସିର ବାତାବରଣ ରହିବ। ଆପଣଙ୍କ ପାଇଁ କୌଣସି ଫଇସଲା କରିବା କଠିନ ହେବ। ଆପଣଙ୍କ ମନ ଆଧ୍ୟାତ୍ମିକ ଆଡ଼ିକୁ ରହିବ। ଭୁଲ୍ ବାଟରେ ନେଇଯିବା ଲୋକଙ୍କ ପ୍ରତି ସାବଧାନ ରହନ୍ତୁ।

ମିଥୁନ: ସାଥିରେ କାମ କରୁଥିବା ଲୋକଙ୍କର ସାହାଯ୍ୟ ପାଇବେ। ବ୍ୟକ୍ତିତ୍ବ ବିକଶିତ ପାଇଁ ଭଲ ଦିନଟିଏ। ପରିବାରରେ ନୂଆ ଦାୟିତ୍ବ ତୁଲାଇବେ। ଅଫିସ୍‌ରେ ବହୁ ଦିନରୁ ବାକି ଥିବା କାମ ପୂରା କରିପାରିବେ।

କର୍କଟ: ପିଲା ଆପଣଙ୍କୁ କୌଣସି ଶୁଭ ଖବର ଦେବେ। ଘର ପାଇଁ କୌଣସି ନୂଆ ଜିନିଷ କିଣ‌ିବେ। ଭବିଷ୍ୟତ ଉଜ୍ଜ୍ବଳ ପାଇଁ ନୂଆ ପଦକ୍ଷେପ ନେବେ। କୌଣସି ସୃଜନାତ୍ମକ କାର୍ଯ୍ୟରେ ଆପଣଙ୍କର ସୁନାମ ହେବ।

ସିଂହ: ସାମାଜିକ ଗତିବିଧିରେ ଆପଣଙ୍କର ପ୍ରତିଭା ଖୋଲିକରି ସାମନାକୁ ଆସିବ। ଚାକିରିଜୀବୀ ଅଧିକ କାର୍ଯ୍ୟଭାର ବହନ କରିବା ଯୋଗୁଁ ଅଫିସ୍‌ରେ ଅଧିକ ସମୟ ରହିବାକୁ ପଡ଼ିବ। ଘରକୁ କୁଣିଆ ଆସିବେ।

କନ୍ୟା: ଅଫିସ୍‌ କାମରେ ଅନ୍ୟର ମତ ନିଅନ୍ତୁ ନାହିଁ। ଆପଣ ନିଜର ବାଣୀ ଉପରେ ସଂଯମ ରଖିବା ଦରକାର। ପିଲାଙ୍କ ସଂପର୍କରେ ଆପଣଙ୍କୁ ଗର୍ବ ଅନୁଭବ ହେବ। ଇଂଜିନିୟର୍‌ଙ୍କ ଲାଗି ଦିନଟି ଲାଭପ୍ରଦ ହେବ।

ତୁଳା: ଅଚାନକ କିଛି ଖର୍ଚ୍ଚ ଆପଣଙ୍କ ସମ୍ମୁଖକୁ ଆସିବ। ଅର୍ଥ ମାମଲାକୁ ନେଇ ଅନୁଭବୀ ବ୍ୟକ୍ତିଙ୍କ ମାର୍ଗଦର୍ଶନ ନିଅନ୍ତୁ। ଜୀବନସାଥୀ ସହିତ କୌଣସି ହୋଟେଲ୍‌କୁ ମଧ୍ୟାହ୍ନ ଭୋଜନ ପାଇଁ ଯାଇପାରନ୍ତି।

ବିଛା: ସକାରାତ୍ମକ ବିଚାରଧାର ଲୋକଙ୍କ ସହ ରହିବାର ଅବସର ପାଇବେ। ମୂଲ୍ୟବାନ ବସ୍ତୁକୁ ସମ୍ଭାଳି କରି ରଖନ୍ତୁ। ଅଧିକତର ବ୍ୟବସାୟିକ କାମ ନିର୍ଦ୍ଧାରିତ ସମୟରେ ସମାପ୍ତ ହୋଇଯିବ।

ଧନୁ: କୌଣସି ଶୁଭ ଖବର ପାଇବେ। ଜମି ସମ୍ବନ୍ଧୀୟ ଅଟକିଥିବା ମାମଲା ପୂରା ହୋଇଯିବ। ଅନ୍ୟମାନଙ୍କ କଥାକୁ ବିଶ୍ବାସ ନକରି ନିଜର ନିର୍ଣ୍ଣୟକୁ ସର୍ବୋପରି ରଖନ୍ତୁ। ସଫଳତା ପାଇଁ ଅଧିକ ପରିଶ୍ରମ କରନ୍ତୁ।

ମକର: ଆପଣଙ୍କୁ କୌଣସି ଉପଲବ୍ଧି ମିଳିବା ଯୋଗ ରହିଛି। ପ୍ରତ୍ୟେକ କାମର ଯୋଜନା ପ୍ରସ୍ତୁତି କରି ସଂପୂର୍ଣ୍ଣ କରନ୍ତୁ। ଛାତ୍ରଛାତ୍ରୀ ପଢ଼ିବା କ୍ୟାରିୟର୍‌କୁ ନେଇ ପରିଶ୍ରମର ଅନୁକୂଳ ପରିଣାମ ପାଇବେ।

କୁମ୍ଭ: କାର୍ଯ୍ୟ କ୍ଷେତ୍ରରେ ଭଲ ଢଙ୍ଗରେ କାମ କରିବାକୁ ଚେଷ୍ଟା କରିବେ। ଦୀର୍ଘ ଦିନରୁ ଅଟକିଥିବା ସରକାରୀ କାମ ପୂରା ହୋଇଯିବ। ଛାତ୍ରଛାତ୍ରୀଙ୍କୁ ନୂଆ ପ୍ରୋଜେକ୍ଟ ଉପରେ କାମ କରିବାର ମଉକା ମିଳିବ।

ମୀନ: କୌଣସି ବଡ଼ କାମ କରିବା ପୂର୍ବରୁ ଉଭୟ ସକାରାତ୍ମକ ଓ ନକାରାତ୍ମକ ପାର୍ଶ୍ବ ଉପରେ ବିଚାର କରନ୍ତୁ। ଛାତ୍ରଛାତ୍ରୀ ନିଜର ପାଠପଢ଼ା ଓ କ୍ୟାରିୟର୍‌ ସମ୍ବନ୍ଧୀୟ ଗତିବିଧିକୁ ନେଇ ଗମ୍ଭୀର ରହିବେ।

ସମ୍ବନ୍ଧିତ ଖବର