publive-imageମେଷ: ଆବଶ୍ୟକତା ଠାରୁ ଅଧିକ ଚିନ୍ତା କରନ୍ତୁ ନାହିଁ। ଭ୍ରମଣ ସୁଖ ରହିଛି। କ‌ାମରେ ଜୀବନସାଥୀର ସହଯୋଗ ପାଇବେ। ରାଜନୀତିରେ ଆର୍ଥିକ ଲାଭ ହେବ। ଛାତ୍ରଛାତ୍ରୀ ଶିକ୍ଷକଙ୍କର ପୂରା ସହଯୋଗ ପାଇବେ।

Advertisment

publive-imageବୃଷ: କିଛି ମାମଲାରେ ଆପଣଙ୍କ ବୁଦ୍ଧିରେ କାମ କରିବାକୁ ହେବ। ଆପଣଙ୍କ ବିନମ୍ର ସ୍ବଭାବର ପ୍ରଶଂସା ହେବ। ସମାଜରେ ମାନସମ୍ମାନ ପାଇବେ। ଦାମ୍ପତ୍ୟ ଜୀବନରେ ସୁଖ ପାଇବେ। ଆୟରେ ବୃଦ୍ଧି ହେବ।

publive-imageମିଥୁନ: ଆପଣଙ୍କ ଭିତରେ ନୂଆ ଆଶା ଓ ଖୁସି ରହିବ। ଆପଣ କୌଣସି ବନ୍ଧୁର ସହଯୋଗ ପାଇବେ। କୌଣସି ସଂଶୟରୁ ମୁକ୍ତି ପାଇବେ। ଘରେ ଖୁସିର ପରିବେଶ ରହିବ। ବେପାରରେ ଲାଭ ହେବ।

publive-image

କର୍କଟ: କାମ ସଂପୂର୍ଣ୍ଣ କରିବା ପାଇଁ ନୂଆ ପଦ୍ଧତି ଉପରେ ବିଚାର କରିବେ। ଜୀବନସାଥୀର ସଂପୂର୍ଣ୍ଣ ରୂପେ ସହଯୋଗ ପାଇବେ। ଆର୍ଥିକ ସ୍ଥିତି ମଜଭୁତ ରହିବ। ବିଦ୍ୟାର୍ଥୀ ମନ ଲଗାଇ ପଢ଼ିବେ।

publive-imageସିଂହ: ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ହେବ। ଆପଣଙ୍କ କାମ ପୂରା କରିବାରେ ସମୟ ଲାଗିପାରେ। ଫାଲ୍‌ତୁ କଥାଠୁ ଦୂରରେ ରହନ୍ତୁ। ରାଜନୀତିରେ ସଫଳତା ପାଇବେ। ପାରିବାରିକ ଜୀବନ ସୁଖମୟ ରହିବ।

publive-imageକନ୍ୟା: ଦିନଟି ଆପଣଙ୍କ ଲାଗି ସକାରାତ୍ମକ ରହିବ। ବନ୍ଧୁ ସହାୟତାରେ ଆୟର ସାଧନ ମିଳିବ। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ପରିଶ୍ରମରେ ଆପଣ ପ୍ରସିଦ୍ଧି ବଢ଼ାଇବେ। କୌଣସି ବନ୍ଧୁ ଘରକୁ ଯିବା ପାଇଁ ନିମନ୍ତ୍ରଣ ଆସିବ।

publive-imageତୁଳା: ଏଭଳି ଜାଗାରୁ ଡାକରା ଆସିବ ଯାହା ଦୀର୍ଘ ଦିନରୁ ଯାଇନାହାନ୍ତି। ଆପଣଙ୍କୁ ଟଙ୍କାପଇସାର ଆବଶ୍ୟକତା ହେବ। କ୍ୟାରିୟରକୁ ନେଇ ଅନୁଭବୀଙ୍କ ଠାରୁ ପରାମର୍ଶ ନେବେ। ପ୍ରେମ ଜୀବନ ଭଲ ରହିବ।

publive-imageବିଛା: ଆପଣଙ୍କ ଦିନଚର୍ଯ୍ୟା ଭଲ ରହିବ। ଭୌତିକ ସୁଖ ସୁବିଧାରେ ବୃଦ୍ଧି ହେବ। ଘରୋଇ ଉଦ୍ୟୋଗରେ କାମ କରୁଥିବା କର୍ମଚାରୀଙ୍କ ଲାଗି ଦିନଟି ଭଲ। ଅସହାୟଙ୍କୁ ସାହାଯ୍ୟ କରିବା ଲାଗି ଆଗେଇ ଆସିବେ।

publive-imageଧନୁ: ପଡ଼ୋଶୀରେ ହେଉଥିବା ଭଜନ କୀର୍ତ୍ତନ ପରିବାର ସହ ସମ୍ମିଳିତ ହେବେ। ବ୍ୟବସାୟରେ ପରିବର୍ତ୍ତନ ପାଇଁ ବାପାଙ୍କ ସହ କଥାବାର୍ତ୍ତା କରିବେ। ରାଜନୀତି କ୍ଷେତରେ ଥିବା ଲୋକ ସଭାରେ ଭାଷଣ ଦେବାର ମଉକା ପାଇବେ।

publive-image

ମକର: ବାପା ମାଆଙ୍କୁ ନିଜର ମନର କଥା କହିବେ। କାହାରି ଠାରୁ ଫୋନ‌୍‌ରେ ଶୁଭ ସୂଚନା ପାଇବେ। ପରିବାର ସହ ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହେବେ। ଭାଇ ଭଉଣୀଙ୍କର ସହଯୋଗ ପାଇବେ।

publive-image

କୁମ୍ଭ: ସମାଜ ସେବା କ୍ଷେତ୍ରରେ ଥିବା ଲୋକଙ୍କର ପ୍ରଭାବ ବଢ଼ିବ। ଲେଖନ କ୍ଷେତ୍ରରେ ଥିବା ଲୋକଙ୍କୁ ଖୁସି ଖବର ମିଳିବ। ରୋଜଗାରର ନୂଆ ଅବସର ପାଇବେ। ବାଣିଜ୍ୟ ଛାତ୍ରଙ୍କ ଲାଗି ଦିନଟି ଭଲ।

publive-image

ମୀନ: ବନ୍ଧୁ ଆଉ ସଂପର୍କୀୟ ସହିତ ଭଲ ତାଳମେଳ ରହିବେ। ଜମି ସଂପର୍କିତ ସମସ୍ୟା ଅଧିକ ଯାଆସ ପରେ କାମ ହୋଇଯିବ। ସିଲାଇ କାମ କରୁଥିବା ଲୋକଙ୍କୁ ଭଲ ଲାଭ ହେବ।