ଜାଣନ୍ତୁ ଆଜିର ରାଶିଫଳ

ମେଷ: ପୂର୍ବରୁ ଲାଗି ରହିଥିବା ବିବାଦର ସମାଧାନ ହୋଇଯିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଘରୋଇ ଉଦ୍ୟୋଗରେ ଚାକିରି ଲାଗି ଡ଼ାକରା ଆସିବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ। ‌

ବୃଷ: ଅଧ୍ୟାପକଙ୍କ ଲାଗି ଦିନଟି ଭଲ। ଯାହା ବି କାମ କରିବେ ନିର୍ଦ୍ଧାରିତ ସମୟରେ ପୂରା କରିନେବେ। ବ୍ୟବସାୟରେ ଲାଭ ପାଇବେ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ।

ମିଥୁନ: ଜୀବନରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ଧର୍ମକାର୍ଯ୍ୟରେ ଆସ୍ଥା ବଢ଼ିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ। ସରକାରୀ କାମରେ ବଡ଼ ଲୋକଙ୍କ ସାହାଯ୍ୟ ପାଇବେ।

କର୍କଟ: ବ୍ୟବସାୟରେ ଆଶାଜନକ ଫଳ ପାଇବେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ। ଘରର ପରିବେଶ ଭଲ ରହିବ। ବାହନ କିଣିବା ଲାଗି ଆଗ୍ରହ ବଢ଼ିବ।

ସିଂହ: ବାପାଙ୍କର ସ୍ନେହ ପାଇବେ। କୌଣସି କାମ‌ରେ ଆପଣଙ୍କ ସମ୍ମୁଖକୁ ବଡ଼ ଚାଲେଞ ଆସିବ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

କନ୍ୟା: ସଂଚାର କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। କାନୁନ ମାମଲାରେ ଆପଣଙ୍କୁ ଆରାମ ମିଳିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନ ସମ୍ମାନ ବଢ଼ିବ। ପ୍ରେମ ସଂପର୍କ ନିବିଡ଼ ହେବ।

ତୁଳା: ଓକିଲଙ୍କ ଲାଗି ଦିନଟି ମହତ୍ବପୂର୍ଣ୍ଣ। ନୂଆ ମକଦ୍ଦମା ପାଇବେ। ବନ୍ଧୁ ସହ ଫୋନରେ କଥା ହେବେ। ଅଫିସରେ ଅଧିକ କାମ କରିବେ। ଆପଣଙ୍କ ସାକ୍ଷାତ ପୁରୁଣା ବନ୍ଧୁ ସହିତ ହେବ।

ବିଛା: ଜମି କିଣିବା ପୂର୍ବରୁ ଦଲିଲକୁ ଭଲଭାବେ ଯାଞ୍ଚ କରି ନିଅନ୍ତୁ। ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ। ମାନ ପ୍ରତିଷ୍ଠା ବଜାୟ ରଖିବା ଲାଗି ସାମାଜିକ କାର୍ଯ୍ୟରେ ସହଯୋଗ କରନ୍ତୁ।

ଧନୁ: ପେସାଦାର ବ୍ୟବସାୟୀଙ୍କୁ ଭଲ ଜାଗାରେ ପୁଞି ଲଗାଇବା ପାଇଁ ସୁଯୋଗ ମିଳିବ। ପରିବାର ସହିତ ଅଧିକ ସମୟ ଅତିବାହିତ କରିବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ।‌

ମକର: ଆପଣଙ୍କ ସଂପର୍କରେ ଆସୁଥିବା ଲୋକଙ୍କ ସହ ପ୍ରେମପୂର୍ବକ କଥା ହେବେ। କୌଣସି କାମରେ ଅଧିକ ସମୟ ବ୍ୟୟ ହେବ। ପରିବାରରେ କୌଣସି ଲୋକଙ୍କ ସହ ମତଭେଦ ହୋଇପାରେ। ‌

କୁମ୍ଭ: ଆପଣଙ୍କ ଲାଗି ଯେଉଁ ଜିନିଷ ମହତ୍ବପୂର୍ଣ୍ଣ ତାହା ଉପରେ ଗୁରୁତ୍ବ ଦିଅନ୍ତୁ। ଦୋକାନୀଙ୍କ ଲାଗି ଦିନଟି ବହୁତ ଭଲ ରହିବ। ସାମାଜିକ ସ୍ତରରେ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବେ।

ମୀନ: କୌଣସି ବନ୍ଧୁଙ୍କୁ ନିଜର କଥା କହିବେ। ପୂର୍ବ ବିଚାରକୁ ଛାଡ଼ି ନୂଆ ବିଚାର ଗ୍ରହଣ କରିବେ। ବ୍ୟବସାୟୀଙ୍କୁ ଧନଲାଭ ହେବ। ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ। ଯାନ କିଣିବା ଯୋଗ ଅଛି।

ସମ୍ବନ୍ଧିତ ଖବର