ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦିନଟି ସମାଜରେ ମାନ ସମ୍ମାନ ଆଣିଦେବ। ଅନ୍‌ଲାଇନ୍‌ରେ ବେପାର କରିବା ଲାଗି ଯୋଜନା କରିବେ। ପ୍ରେମୀଯୁଗଳ ପରସ୍ପର ଉପରେ ଭରସା ରଖନ୍ତୁ।

ବୃଷ: ଆପଣ ଆଜି ବହୁତ ସକ୍ରିୟ ରହିବେ। ଘର କାମରେ ପରିଜନଙ୍କର ସହଯୋଗ ପାଇବେ। ବନ୍ଧୁ ସହିତ ଭ୍ରମଣ ଯୋଜନା ବାତିଲ ହେବ। ଦୋକାନୀଙ୍କ ଲାଗି ଦିନଟି ଭଲ।

ମିଥୁନ: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ। ବ୍ୟବସାୟୀଙ୍କୁ ଭଲ ଲାଭ ହେବ। ଚାକିରିରେ ପଦୋନ୍ନତି ହେବ। ରାଜନୀତିରେ ସଫଳତା ପାଇବେ।

କର୍କଟ: ଆପଣଙ୍କ ଶକ୍ତିର ସ୍ତର ଭଲ ରହିବ। କାଷ୍ଠ ତିଆରି ଜିନିଷ କିଣିବା ଲାଗି ଦିନଟି ଶୁଭ। ଭାଗୀଦାରଙ୍କ ସହିତ ବସି ବେପାର ବଢ଼ାଇବା ପାଇଁ ଯୋଜନା କରିବେ।

ସିଂହ: ମନପ୍ରାଣ ଢାଳି କରିଆସୁଥିବା କାମରେ ସଫଳତା ପାଇବେ। ଛାତ୍ରଛାତ୍ରୀ ନୂଆ‌ ପ୍ରୋଜେକ୍ଟରେ କାମ କରିବେ। ବଡ଼ଙ୍କ ସହଯୋଗ ଆପଣଙ୍କ କ୍ୟାରିଅରକୁ ଆଗକୁ ବଢ଼ାଇବ।

କନ୍ୟା: ଆପଣ ନିଜର ଦାୟିତ୍ବ ଭଲଭାବେ ତୁଲାଇବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ନୂଆ ଦାୟିତ୍ବ ମିଳିବ।

ତୁଳା: ଅଧିକ ସମୟ ପରିବାର ଲୋକଙ୍କ ସହିତ ଅତିବାହିତ କରିବେ। ନିଷ୍ପତ୍ତି ନେବାରେ ସମସ୍ୟା ହେବ। କୌଣସି କାମରେ ଅନୁମାନଠୁ ଅଧିକ ଲାଭ ହେବ।

ବିଛା: ଦାମ୍ପତ୍ୟ ଜୀବନରେ ସୁଖ ସମୃଦ୍ଧି ବଜାୟ ରହିବ। ଭାବପ୍ରବଣ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଭାଗୀଦାରି ବ୍ୟବସାୟରେ ଲାଭ ହେବ।

ଧନୁ: ମହିଳାମାନଙ୍କ ଲାଗି ଦିନଟି ଭଲ। କୌଣସି ସାମାଜିକ ସମାରୋହକୁ ଯିବାର ମଉକା ପାଇବେ। ଅଫିସରେ କାମକୁ ନେଇ କର୍ତ୍ତୃପକ୍ଷ ପ୍ରଶଂସା କରିବେ।

ମକର: ପିଲାଙ୍କ ଠାରୁ ଶୁଭ ଖବର ପାଇବେ। ସୃଜନଶୀଳ କାର୍ଯ୍ୟ ପାଇଁ ଆପଣଙ୍କର ପ୍ରଶଂସା ହେବ। ଫିଲ୍ମ ଜଗତରେ ଥିବା ଲୋକଙ୍କୁ ବଡ଼ ପ୍ରୋଜେକ୍ଟ ମିଳିବ।

କୁମ୍ଭ: ଅଫିସରେ ସହକର୍ମୀ ଆପଣଙ୍କ ଠାରୁ କିଛି ଶିଖିବାକୁ ଚାହିଁବେ। ବେକାରଙ୍କୁ ରୋଜଗ‌ାର ମିଳିପାରେ। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ସମସ୍ୟା ସମାପ୍ତ ହେବ।

ମୀନ: ବ୍ୟବସାୟରେ ବଡ଼ ଚୁକ୍ତି ଫାଇନାଲ ହେବ। ଚାକିରିଆ ସହକର୍ମୀଙ୍କର ପୂରା ସହଯୋଗ ପାଇବେ। ଶିକ୍ଷକଙ୍କ ଲାଗି ଦିନଟି ଭଲ।

ସମ୍ବନ୍ଧିତ ଖବର