ଜାଣନ୍ତୁ ଆଜିର ରାଶିଫଳ

ମେଷ: ମହତ୍ତ୍ବପୂର୍ଣ୍ଣ କାମ କରିବା ଲାଗି ଶାରୀରିକ ଓ ମାନସିକ ରୂପେ ନିଜକୁ ପ୍ରସ୍ତୁତ ରଖନ୍ତୁ। ଧନଲାଭର ଯୋଗ ରହିଛି। ପାରିବାରିକ ଜୀବନ ସୁଖମୟ ହେବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ‌

ବୃଷ: ବଡ଼ ଭାଇଭଉଣୀଙ୍କର ପୂରା ସହଯୋଗ ପାଇବେ। ଆର୍ଥିକ ଚିନ୍ତା ଦୂର ହେବ। ବିବାହିତଙ୍କ ଲାଗି ଦିନଟି ଭଲ ରହିବ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ।

ମିଥୁନ: ଦିନଟି ବ୍ୟସ୍ତତାରେ କଟିବ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହିତ ବଚସା ହୋଇପାରେ। ବିରୋଧୀ ପକ୍ଷ ଆପଣଙ୍କ ଉପରେ ଦୃଷ୍ଟି ରଖିବେ। ବେପାରରେ ଲାଭ ପାଇବେ। ପ୍ରେମ ସଂପର୍କ ନିବିଡ଼ ହେବ। ‌

କର୍କଟ: ଜରୁରୀ କାମ ଅବିଳମ୍ବେ ପୂରା କରିବେ। ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଆରାମଦାୟକ ରହିବ। ଜମି କିଣିବାର ଯୋଗ ରହିଛି। ‌

ସିଂହ: ଅର୍ଥ ଦିଆନିଆ ବେଳେ ସାବଧାନ ରହନ୍ତୁ। ଆପଣଙ୍କ କାମର ନୂଆ ଯୋଜନା ଆକର୍ଷଣୀୟ ହେବ। ଚାକିରିଆମାନଙ୍କର ଆୟରେ ବୃଦ୍ଧି ହେବ। ପରିବାରରେ ସୌହାର୍ଦ୍ଦ ବଜାୟ ରହିବ। ‌

କନ୍ୟା: କୌଣସି କଥା ଅଧିକ ଚିନ୍ତା କଲେ ମାନସିକ ଶାନ୍ତି ଭଙ୍ଗ ହେବ। ସମସ୍ୟାର ସମାଧାନ ଲାଗି ଜୀବନସାଥୀର ସାହାଯ୍ୟ ପାଇବେ। ସମାଜରେ ମାନ ସମ୍ମାନ ବଢ଼ିବ।

ତୁଳା: ନିଜ ବ୍ୟକ୍ତିତ୍ବର ବିକାଶ ଲାଗି ଦିନଟି ଭଲ। କୌଣସି ସମ୍ମାନିତ ଲୋକଙ୍କ ସହ ମିଶିବାର ସୁଯୋଗ ପାଇବେ। ଘରୋଇ କାମରେ ଗୃହିଣୀମାନଙ୍କର ଦାୟିତ୍ବ ବଢ଼ିବ।

ତୁଳା: ଆପଣଙ୍କର କଳାତ୍ମକ ଓ ରଚନାତ୍ମକ କାର୍ଯ୍ୟକୁ ଯଥେଷ୍ଟ ପ୍ରଶଂସା ମିଳିବ। ବ୍ୟବସାୟୀ ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ। ମହିଳାମାନଙ୍କ ଲାଗି ଦିନଟି ଆରାମଦାୟକ ରହିବ।


ବିଛା: ଆଜି ଆପଣ ବହୁତ ସକ୍ରିୟ ରହିବ। ଲୋକମାନଙ୍କ ସହିତ ମିଳାମିଶା ବଢ଼ିବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ଭଉଣୀକୁ ଲେଖାପଢ଼ାରେ ସାହାଯ୍ୟ କରିପାରନ୍ତି।

ଧନୁ: ଆର୍ଥିକ ଚିନ୍ତା ଦୂର ହେବ। ପରିବାର ଲୋକ ଆପଣଙ୍କ ସହିତ ଖୁସି ବାଣ୍ଟିବେ। ଅଫିସରେ କାମ ପୂରା କରିବା ଦିଗରେ ବାଧା ଉପୁଜିବ। ରାଜନୀତିରେ ମହତ୍ତ୍ବାକାଂକ୍ଷା ପୂରା ହେବ।

ମକର: ଆପଣଙ୍କ ଆତ୍ମବିଶ୍ବାସର ସ୍ତର ଉଚ୍ଚା ରହିବ। ନୂଆ କାମ ସମ୍ପର୍କରେ ବିଚାରବିମର୍ଶ କରିବା ଲାଗି ଦିନଟି ଭଲ। ପୁରୁଣା ବନ୍ଧୁଙ୍କ ସାହାଯ୍ୟ ପାଇବେ। ଜୀବନସାଥୀଙ୍କୁ ଖୁସି ରଖିବା ଲାଗି କିଛି ଉପହାର ଦେବେ।

କୁମ୍ଭ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଜୀବନସାଥୀ ସହ ଲାଗି ରହିଥିବା ମନୋମାଳିନ୍ୟ ଦୂର ହୋଇଯିବ। ଛାତ୍ରଙ୍କୁ ନୂଆ ପ୍ରକଳ୍ପରେ କାମ କରିବାର ମଉକା ମିଳିବ।

ମୀନ: ସ୍ବାସ୍ଥ୍ୟ ସମ୍ବନ୍ଧୀୟ କୌଣସି କାମର ଯୋଜନା ପ୍ରସ୍ତୁତ କରିବେ। ବ୍ୟବସାୟରେ ଅନ୍ୟ ଦିନ ଅପେକ୍ଷା ଅଧିକ ଲାଭ ମିଳିବ। ଜୀବନସାଥୀଙ୍କ ଠାରୁ ପ୍ରଚୁର ପ୍ରେମ ଓ ସୁଖ ପାଇବେ। କଲେଜ ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

ସମ୍ବନ୍ଧିତ ଖବର