ମେଷ: ସୁଖସମ୍ପଦ, ସୁଖାଦ୍ୟ ଭୋଜନ, ବନ୍ଧୁମିଳନ, ଅତିଥିସେବା, ବ୍ୟବସାୟିକ ଉନ୍ନତି ଆଦି ଯୋଗ ଅଛି। ନକାରାତ୍ମକ ଜିନିଷ ମଧ୍ୟ ଆପଣଙ୍କୁ ବିବ୍ରତ କରିପାରେ। ଆୟ ସହିତ ଖର୍ଚ୍ଚର ମଧ୍ୟ ଆଧିକ୍ୟ ରହିବ। ନିଜର ବଜେଟ ଅନୁସାରେ ଖର୍ଚ୍ଚ କରନ୍ତୁ। ବ୍ୟବସାୟ ସହ ଜଡିତ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ଦରକାର ମନେହେଲେ ଜଣେ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନେବା ଭଲ । କୌଣସି ଛୋଟ ଜିନିଷକୁ ନେଇ ଜୀବନସାଥୀଙ୍କ ସହ ଝଗଡା ନ ହେବା ଉଚିତ। ନିଜର ଆଚରଣକୁ ସକାରାତ୍ମକ ରଖିବା ଜରୁରୀ।
ବୃଷ: ଆର୍ଥିକ କାରବାରରେ ଲାଭ ମିଳିବ। ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ। କିଛି ସମୟ ଧରି ଚାଲିଆସୁଥିବା ସମସ୍ୟାର ସମାଧାନ ପାଇବା ଦ୍ୱାରା ଆପଣ ଆଶ୍ୱସ୍ତି ଅନୁଭବ କରିବେ। ପରିଶ୍ରମ ଅନୁଯାୟୀ ସୁଫଳ ପାଇବେ। ପ୍ରତିଯୋଗିତାପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ଲାଗି ବହୁ ପରିଶ୍ରମ କରିବାକୁ ପଡ଼ିପାରେ। ବୃଥା ବିବାଦ, କଳିଝଗଡ଼ା, ମାଲିମକଦ୍ଦମା ଭିତରେ ନ ପଶିବା ବିଜ୍ଞତାର ପରିଚୟକ। କାଦୁଅରେ ପଶନ୍ତୁ ନାହିଁ କି ଗୋଡ଼ ଧୋଇବାର ପରିଶ୍ରମ କରନ୍ତୁ ନାହିଁ । ଚାପ ଯୋଗୁଁ ମାଂସପେଶୀୟ ଯନ୍ତ୍ରଣା ହୋଇପାରେ।
ମିଥୁନ: ଦୁଃଖ, ଯାତନା ସହ ଉଦ୍ବେଗ ଦେଖାଦେଇପାରେ। ଇଷ୍ଟ ମନନଶୀଳ ରହନ୍ତୁ, ଅଶୁଭ ପରିସ୍ଥିତିକୁ ଏଡ଼ାଇପାରିବେ। କିଛି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସୃଷ୍ଟି ହୋଇପାରେ । ଅନ୍ୟମାନଙ୍କ କଥା ଉପରେ ଧ୍ୟାନ ନ ଦେଇ ଆପଣଙ୍କର କାର୍ଯ୍ୟଦକ୍ଷତା ଉପରେ ବିଶ୍ୱାସ କରନ୍ତୁ। ଆପଣଙ୍କର ବ୍ୟବସାୟିକ କାର୍ଯ୍ୟକଳାପକୁ ଗୁପ୍ତ ରଖନ୍ତୁ। କାରଣ ଆପଣଙ୍କ ଯୋଜନା ଅନ୍ୟମାନଙ୍କ ନିକଟରେ ପ୍ରକାଶ ପାଇଲେ ତାହା ଭଣ୍ଡୁର ହୋଇପାରେ। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ପରିବାରର ସମର୍ଥନ ନେବା ଉଚିତ।
କର୍କଟ: ଭୟର ବାତାବରଣ ସହ ମାନସିକ ଅଶାନ୍ତି ସୃଷ୍ଟି ହୋଇପାରେ। ନୂତନ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ। ଏହି ସମୟରେ ଗ୍ରହ ସ୍ଥିତି କିଛିଟା ଆପଣଙ୍କ ସପକ୍ଷରେ ଓ କିଛିଟା ବିପକ୍ଷରେ ରହିଛି। ଧୈର୍ଯ୍ୟ ଧରିଲେ ଲାଭର ନୂତନ ପଥ ଖୋଲିଯିବ। କୌଣସି ଧାର୍ମିକ କାର୍ଯ୍ୟକ୍ରମକୁ ଯିବାର ସୁଯୋଗ ପାଇବେ। ପିଲାମାନଙ୍କର କୌଣସି କାର୍ଯ୍ୟକଳାପ ହେତୁ ଘରେ ଅଶାନ୍ତି ଦେଖାଦେଇପାରେ। ଆଜି ମାର୍କେଟିଂ ଏବଂ ମିଡିଆ ସମ୍ବନ୍ଧୀୟ କାର୍ଯ୍ୟଠାରୁ ଦୂରରେ ରୁହନ୍ତୁ। ଜୀବନସାଥୀଙ୍କ ସମର୍ଥନ ଆପଣଙ୍କ ମନୋବଳ ବଜାୟ ରଖିବ।
ସିଂହ: କାର୍ଯ୍ୟରେ ସଫଳତା ମିଳିବ। ଗୃହକୁ ବନ୍ଧୁ-ଅତିଥିଙ୍କ ଆଗମନ ଘଟିପାରେ। ବ୍ୟବସାୟରେ ଉନ୍ନତି, ଅଳ୍ପଦୂର ଯାତ୍ରା ଓ ବକେୟା ଅର୍ଥଲାଭ ଯୋଗ ଅଛି। ପ୍ରତିକୂଳ ପରିସ୍ଥିତି ବିରୋଧରେ ଲଢ଼େଇ କରିବାର କ୍ଷମତା ଅର୍ଜନ କରିବେ। କିଛି ସମୟ ଧରି ଚାଲିଆସୁଥିବା ସମସ୍ୟାର ଠିକ୍ ସମାଧାନ ମଧ୍ୟ ମିଳିଯିବ। ତେବେ ଅନ୍ୟମାନଙ୍କୁ ପରାମର୍ଶ ଦେବା ଅପେକ୍ଷା ନିଜ ଭିତରେ କିଛି ଭୁଲତ୍ରୁଟି ଥିଲେ ତାହା ସଂଶୋଧନ କରିବା ବୁଦ୍ଧିମତ୍ତାର କାର୍ଯ୍ୟ। ଭୁଲ ଖାଦ୍ୟ ଖାଇବା କାରଣରୁ ଗଳା ଖରାପ ହୋଇପାରେ।
କନ୍ୟା: ସ୍ୱାସ୍ଥ୍ୟ ଓ ଅର୍ଥ ଲାଗି କେତେକ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇପାରେ। ଖର୍ଚ୍ଚ ବଢ଼ିପାରେ। ଶୁଭ କର୍ମର ଶୁଭ ଓ ଅଶୁଭ କର୍ମର ଅଶୁଭ ଫଳ ନିଜ ଉଦ୍ୟମ ଅନୁଯାୟୀ ମିଳିବ। ଅନିୟନ୍ତ୍ରିତ କ୍ରୋଧ ଉପରେ ଅଙ୍କୁଶ ରଖନ୍ତୁ। କିଛି ବିନିଯୋଗ ସମ୍ବନ୍ଧୀୟ ଯୋଜନା ପ୍ରସ୍ତୁତ କରିପାରନ୍ତି। ପିତୃତୁଲ୍ୟ ବ୍ୟକ୍ତିଙ୍କ ସମର୍ଥନ ଆପଣଙ୍କ ପାଇଁ ଲାଭଦାୟୀ ହେବ। ଧୈର୍ଯ୍ୟ ସହିତ କାମ କରିବାର ଆବଶ୍ୟକତା ଅଛି। ଆଧ୍ୟାତ୍ମିକ ଓ ଧାର୍ମିକ କାର୍ଯ୍ୟକଳାପରେ ମଧ୍ୟ କିଛି ସମୟ ବିତାନ୍ତୁ। ବ୍ୟବସାୟ ଦୃଷ୍ଟିକୋଣରୁ ସମୟ ଭଲରେ ଚାଲିଛି।
ତୁଳା: ଉତ୍ତମ ପାନ-ଭୋଜନରେ ଆପ୍ୟାୟିତ ହେବେ। ବସ୍ତ୍ର-ଆଭୂଷଣ ପ୍ରାପ୍ତି ଓ ବନ୍ଧୁମିଳନ ଯୋଗ ଅଛି କିନ୍ତୁ କଳହ, ମକଦ୍ଦମା, ଦୂରଯାତ୍ରା, ଯାନବାହନ ଓ ପଶୁକ୍ରୟ ଆଦି ପାଇଁ ସମୟ ଅନୁକୂଳ ନୁହେଁ। ବ୍ୟବସାୟ ଅନେକ ପ୍ରତିଯୋଗିତାର ସମ୍ମୁଖୀନ ହେବ। କିଛି ନକାରାତ୍ମକ ପ୍ରବୃତ୍ତିର ଲୋକ ଆପଣଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚିପାରନ୍ତି। ସ୍ୱାମୀ-ସ୍ତ୍ରୀ ସଂପର୍କରେ କିଛି ବିବାଦ ଦେଖାଦେବ। ପାଦ ଫୁଲିଯିବା ବା ପାଦରେ ଯନ୍ତ୍ରଣା ଭଳି ସମସ୍ୟା ଦେଖାଦେଇପାରେ। ସମୟ ସମୟରେ ବିଶ୍ରାମ ନେବା ଆବଶ୍ୟକ।
ବିଛା: ବୃଥା ଭ୍ରମଣ, ବ୍ୟୟ ଓ ଅର୍ଥହାନି ଘଟିପାରେ। ନୂତନ ଦ୍ରବ୍ୟ କ୍ରୟ ବା ସତ୍କାର୍ଯ୍ୟରେ ଦାନ କରିପାରନ୍ତି। ଭାଇମାନଙ୍କ ସହିତ ସମ୍ପର୍କ ମଧୁର ହେବ ଏବଂ ଅତୀତର କିଛି ନକାରାତ୍ମକ ଭୁଲ ଧାରଣା ଦୂର ହେବ। ଅଜ୍ଞାତ ବ୍ୟକ୍ତିଙ୍କ ସହିତ ସାକ୍ଷାତ ଏବଂ ଯୋଗାଯୋଗ ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ। ଆଜି ବାହାରର ଅଚିହ୍ନା ବ୍ୟକ୍ତିଙ୍କ ସହିତ କୌଣସି ପ୍ରକାର ବ୍ୟବସାୟିକ ଚୁକ୍ତି କରନ୍ତୁ ନାହିଁ। ଜୀବନସାଥୀ ସହିତ ସୁସମ୍ପର୍କ ରହିବ। ଥଣ୍ଡା ଭଳି ସମସ୍ୟା ଦେଖାଦେଇପାରେ। ସେପରି ହେଲେ ଉପଯୁକ୍ତ ଚିକିତ୍ସା କରାଇବା ଆବଶ୍ୟକ।
ଧନୁ: ମନର ଆଶା ପୂରଣ ହେବ। କାର୍ଯ୍ୟ ସଫଳ ହେବ। ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ପୁଞ୍ଜିନିବେଶ ଲାଭଜନକ ହେବ। ଆର୍ଥିକ ଲାଭ ଓ ଉନ୍ନତିର ସମ୍ଭାବନା ରହିଛି। ବନ୍ଧୁ-ପରିଜନରେ ଖୁସି ମନାଇବାର ସୁଯୋଗ ମିଳିପାରେ। ଘରର ଜଣେ ସଦସ୍ୟଙ୍କ ଦାମ୍ପତ୍ୟ ଜୀବନରେ ସମସ୍ୟା ହେତୁ ଅସନ୍ତୋଷ ରହିପାରେ। ବ୍ୟବସାୟିକ କାର୍ଯ୍ୟକଳାପ ସୁରୁଖୁରୁରେ ଚାଲିବ। ବିଲଡର୍ସ ଏବଂ ସମ୍ପତ୍ତି ଡିଲରମାନେ ଲାଭ କରିବେ। ବୈବାହିକ ଜୀବନ ସ୍ୱାଭାବିକ ହେବ। ତେବେ ଶାରୀରିକ ଓ ମାନସିକ ଦୁର୍ବଳତା ଅନୁଭବ କରିପାରନ୍ତି।
ମକର: କାର୍ଯ୍ୟସିଦ୍ଧି ହେବ ଓ ମନର ଆଶା ପୂରଣ ହେବ। କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ। ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ। ଅତ୍ୟଧିକ ବ୍ୟସ୍ତତା ହେତୁ ଆପଣ ଘରେ ସମୟ ଦେଇ ପାରିବେ ନାହିଁ। କିନ୍ତୁ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାଧାନ କରିବାରେ ସଫଳ ହେବେ। କଠିନ ପରିଶ୍ରମ ଓ ଆତ୍ମବିଶ୍ୱାସ ହେତୁ ଉଦ୍ୟମରେ ସଫଳତା ପ୍ରାପ୍ତ ହେବେ। ନକାରାତ୍ମକ ପ୍ରବୃତ୍ତିର ଲୋକଙ୍କଠାରୁ ଦୂରତା ବଜାୟ ରଖନ୍ତୁ ମା’ଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରିପାରନ୍ତି। ସ୍ୱାମୀ-ସ୍ତ୍ରୀ ସମ୍ପର୍କ ସ୍ୱାଭାବିକ ରହିବ।
କୁମ୍ଭ: ଅସୁସ୍ଥତା, ମାନସିକ ଅବସାଦ, ବିଷମ ପରିସ୍ଥିତି ଓ ଆର୍ଥିକ ସମସ୍ୟା ଭିତରଦେଇ ଗତି କରିବାକୁ ପଡ଼ିପାରେ। ସ୍ୱାସ୍ଥ୍ୟ ଚିନ୍ତା ଘାରିବ। ବ୍ୟବସାୟ-ବାଣିଜ୍ୟ ବା ଶିଳ୍ପ କାରବାରରେ କିଛି ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିପାରେ। ଦୂରଯାତ୍ରା ସ୍ପୃହଣୀୟ ନୁହେଁ। ପେଟ ଗୋଳମାଳ ସହ ପାଗ ପରିବର୍ତ୍ତନଜନିତ ସମସ୍ୟା ଦେଖାଦେଇପାରେ। କୌଣସି ପ୍ରକାର ଅର୍ଥନୈତିକ କାରବାରରୁ ଦୂରେଇ ରୁହନ୍ତୁ। ମନୋରଞ୍ଜନରେ ସମୟ ଅତିବାହିତ କରିପାରନ୍ତି। ମଧୁମେହ ରୋଗୀମାନେ ସେମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ଉଚିତ।
ମୀନ: ଘଟଣା, ଦୁର୍ଘଟଣା, ଅସୁସ୍ଥତା, ପେଟ ଗୋଳମାଳ, ମାନସିକ ଅବସାଦ, ପାରିବାରିକ ସମସ୍ୟା, ଅର୍ଥହାନି ଆଦି ଦେଖାଦେଇପାରେ। କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ। ଯଦି ଆପଣ ବୀମା କିମ୍ବା ବିନିଯୋଗ ସହ ଜଡିତ ଏକ ଯୋଜନା କରୁଛନ୍ତି, ତେବେ ଏହା ତୁରନ୍ତ କାର୍ଯ୍ୟକାରୀ ନ କରି କିଛିଟା ବିଳମ୍ବ କରନ୍ତୁ। ଋଣ କାରବାର କରନ୍ତୁ ନାହିଁ। ସହଭାଗିତାରେ କରାଯାଉଥିବା ବ୍ୟବସାୟ ଏକ ଯୋଜନାବଦ୍ଧ ଢଙ୍ଗରେ କରିବା ଆବଶ୍ୟକ । ସ୍ୱାମୀ-ସ୍ତ୍ରୀ ସମ୍ପର୍କ ଆନ୍ତରିକ ରହିବ।