ମେଷ: ସରକାରୀ ଚାକିରିଆଙ୍କ ଲାଗି ଦିନଟି ଭଲ। ଯେଉଁମାନେ ରାଜନୀତି କରୁଛନ୍ତି ସେମାନେ ଲୋକମାନଙ୍କ ସହ ତାଳମେଳ ରଖିବା ଦରକାର। ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ।
ବୃଷ: ଘରେ ଧାର୍ମିକ କାର୍ଯ୍ୟ କରିବା ପାଇଁ ଯୋଜନା କରିବେ। କାହାରିକୁ କୌଣସି କଥା ବୁଝାଇବାରେ ଭୁଲ୍ ହୋଇପାରେ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ।
ମିଥୁନ: ଆପଣ ପ୍ରସ୍ତୁତ କରିଥିବା ଯୋଜନା ସଫଳ ହେବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ଅଫିସରେ କାମ ସଂପୂର୍ଣ୍ଣ କରିବାରେ ସମୟ ଲାଗିବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।
କର୍କଟ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ଯାହା ବି କାମ କରିବେ ଆପଣଙ୍କ ମନ ମୁତାବକ ସଂପୂର୍ଣ୍ଣ ହେବ। ଆପଣଙ୍କର ନୂଆ ବନ୍ଧୁ ସୃଷ୍ଟି ହୋଇପାରନ୍ତି।
ସିଂହ: ଜୀବନସାଥୀ ଆପଣଙ୍କୁ ସବୁ ପ୍ରକାର ସାହାଯ୍ୟ କରିବେ। ଧାର୍ମିକ କାର୍ଯ୍ୟରେ ଧ୍ୟାନ ରହିବ। ବ୍ୟବସାୟୀ ନିଜ ଯୋଜନାରେ ଅନ୍ୟମାନଙ୍କୁ ସହମତ କରାଇବେ। ପ୍ରେମ ଜୀବନ ଭଲ ରହିବ।
କନ୍ୟା: କୌଣସି ନୂଆ ସୁଯୋଗ ପାଇଁ ପ୍ରସ୍ତୁତ ରହିବେ। ସ୍କୁଲ ଶିକ୍ଷକ ନିଜ କାମରେ ଖୁସି ରହିବେ। ଜଟିଳ ପରିସ୍ଥିତିରେ ବନ୍ଧୁର ସାହାଯ୍ୟ ପାଇବେ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ।
ତୁଳା: ଲେଖକ ଓ କଳାକାରଙ୍କ ଲାଗି ସମୟ ଅନୁକୂଳ। ବ୍ୟାଙ୍କ ବାଲାନ୍ସ ବୃଦ୍ଧି ହେବ। ବେପାର ବଢ଼ାଇବା ପାଇଁ ନୂଆ ଯୋଜନା ଲାଗୁ କରିବେ। ଅଧିକାରୀ ଆପଣଙ୍କ କାମରେ ଖୁସି ହେବେ।
ବିଛା: ବିରୋଧୀ ଆପଣଙ୍କ ଠାରୁ ଦୂରତ୍ବ ବଜାୟ ରଖିବେ। ଆପଣଙ୍କ ଚେଷ୍ଟାରେ ସକାରାତ୍ମକ ଫଳ ପାଇବେ। ପ୍ରେମୀଯୁଗଳ ପ୍ରାକୃତିକ ପରିବେଶରେ ସମୟ ଅତିବାହିତ କରିବେ।
ଧନୁ: କାର୍ଯ୍ୟରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ନୂଆ ଯାନ କିଣିବା ଲାଗି ଯୋଜନା କରିପାରନ୍ତି। ବ୍ୟବସାୟରେ ପୁଞ୍ଜି ଲଗାଇଲେ ଦିଗୁଣା ଲାଭ ହେବ। ସମ୍ବନ୍ଧରେ ମଧୁରତା ଆସିବ।
ମକର: ଅଫିସ କାମରେ ବାହାରକୁ ଯିବେ। କୌଣସି ବନ୍ଧୁ ସହ ସାକ୍ଷାତ ହୋଇପାରେ। ଡାକ୍ତରଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। କୌଣସି ସମ୍ମାନିତ ଲୋକଙ୍କ ସହ ମିଶିବାର ମଉକା ପାଇବେ।
କୁମ୍ଭ: ଅଫିସରେ ପ୍ରତିଯୋଗିତା ଭଳି ସ୍ଥିତି ଉତ୍ପନ୍ନ ହୋଇପାରେ। ବ୍ୟବସାୟ କାମରେ ଜିଲ୍ଲା ବାହାରକୁ ଯିବାକୁ ପଡ଼ିପାରେ। ଜୀବନସାଥୀ ଆପଣଙ୍କ ବିଚାରରେ ପ୍ରଭାବିତ ହେବେ।
ମୀନ: ପେସାଦାର ବ୍ୟବସାୟୀଙ୍କୁ ଧନଲାଭର ସୁଯୋଗ ମିଳିବ। ପାଖଲୋକ ଠାରୁ ସୁସମ୍ବାଦ ପାଇବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ବେକାରଙ୍କ ଲାଗି ଚାକିରିର ସୁଯୋଗ ଆସିବ।