ଜାଣନ୍ତୁ ଆଜିର ରାଶିଫଳ

ମେଷ: ସାମାଜିକ କାର୍ଯ୍ୟରେ ସହଯୋଗ ଦେବେ। ସମସ୍ତେ ଆପଣଙ୍କ କଥାକୁ ଧ୍ୟାନ ଦେଇ ଶୁଣିବେ। ଅର୍ଥ ସଂପର୍କିତ ମାମଲାରେ ବୁଦ୍ଧି ଖଟାଇ କାମ କରନ୍ତୁ।

ବୃଷ: ବନ୍ଧୁ ଆପଣଙ୍କୁ ସାହାଯ୍ୟ ସହଯୋଗ କରିବେ। କୋର୍ଟ କଚେରି ମାମଲାରେ ଖଚ୍ଚାର୍ନ୍ତ ହୋଇପାରନ୍ତି। ଶିକ୍ଷାକ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ଲାଭଦାୟକ।

ମିଥୁନ: କାହାରି ମାମଲାରେ ଦଖଲ ଦିଅନ୍ତୁ ନାହିଁ। ନୂଆ କାମରୁ ଧନଲାଭ ହେବ। ରାଜନୀତିରେ ସଫଳତା ପାଇବେ। ଘରେ ଛୋଟିଆ ସମାରୋହର ଆୟୋଜନ କରିପାରନ୍ତି।

କର୍କଟ: ଦିନଟି ଆପଣଙ୍କ ଲାଗି ବହୁତ ଭଲ। ଯେଉଁ କାମ ଆରମ୍ଭ କରିବେ ନିର୍ଦ୍ଧାରିତ ସମୟ ମଧ୍ୟରେ ପୂରା ହୋଇଯିବ। ବିରୋଧୀମାନେ ଦୂରତ୍ବ ବଜାୟ ରଖିବେ।

ସିଂହ: ପୂର୍ବ କଥାକୁ ନେଇ ଭାବପ୍ରବଣ ହେବେ। ବିଶିଷ୍ଟ ବ୍ୟକ୍ତିଙ୍କ ସହ କଥା ହୋଇପାରନ୍ତି। ଚାକିରି ଖୋଜୁଥିବା ଲୋକ ଭଲ ଖବର ପାଇବେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

କନ୍ୟା: ଲେଖକଙ୍କ ଲାଗି ଦିନଟି ଭଲ; ନୂଆ ରଚନା ଆରମ୍ଭ କରିପାରନ୍ତି। ବ୍ୟବସାୟରେ ଉନ୍ନତି ହେବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ପରିବାର ସହିତ ହସଖୁସିରେ ସମୟ କଟିବ।

ତୁଳା: ଅକାରଣରେ ଆରମ୍ଭ ହୋଇଥିବା ବାଧା ସମାପ୍ତ ହୋଇଯିବ। ସାଧୁ ଲୋକଙ୍କ ସହିତ ମିଶିବାକୁ ଚେଷ୍ଟା କରିବେ। ବେପାର ବଢ଼ାଇବା ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ।

ବିଛା: କାମ ପ୍ରସଙ୍ଗରେ ଖୁବ୍ ଯତ୍ନଶୀଳ ରହିବେ। ମଧୁର ବଚନ ଆପଣଙ୍କ କାମକୁ ଶୀଘ୍ର ପୂରା କରିବ। କ୍ଷୁଦ୍ର ‌ଉଦ୍ୟୋଗୀଙ୍କୁ ଯଥେଷ୍ଟ ଲାଭ ହେବ। ପାରିବାରିକ ସମ୍ବନ୍ଧ ସୁଦୃଢ଼ ହେବ।

ଧନୁ: ଦିନଟି ପୂର୍ବ ଅପେକ୍ଷା ଯଥେଷ୍ଟ ଲାଭ ଦେବ। ଅଧିକ କଥା ନକହି କାମରେ ଧ୍ୟାନ ଦେବା ଦରକାର। ଲେଖକ ନୂଆ କାହାଣୀ ଲେଖିବେ। ବହୁମୂଲ୍ୟ ବସ୍ତୁ କିଣିପାରନ୍ତି।

ମକର: ଦିନଟି ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ଆଣିବ। ଆର୍ଥିକ ସ୍ଥିତି ମଜଭୁତ ରହିବ। ବ୍ୟବସାୟ ବଢ଼ାଇବା ଲାଗି ଅଧିକ ପରିଶ୍ରମ କରିବେ। ନବ ବିବାହିତଙ୍କ ଜୀବନରେ ଖୁସି ବଢ଼ିବ।

କୁମ୍ଭ: ନିଜ ବାଣୀ ଉପରେ ସଂଯମ ରଖନ୍ତୁ। ଅନ୍‌ଲାଇନ୍‌ ବ୍ୟବସାୟୀଙ୍କୁ ବଡ଼ ଅର୍ଡର୍ ମିଳିବ। ବିରୋଧୀଙ୍କ ସହ ବିବାଦ ସମାପ୍ତ ହୋଇଯିବ। ଛାତ୍ରଛାତ୍ରୀ ପଢ଼ାରେ ଅଧିକ ସମୟ ଦେବେ।

ମୀନ: ଆପଣଙ୍କ ଧର୍ମନିଷ୍ଠତାରୁ ଲୋକେ ପ୍ରେରଣା ନେବେ। କୃଷିଜୀବୀଙ୍କ ଲାଗି ଦିନଟି ଭଲ। ବେପାର କ୍ଷେତ୍ରରେ ଆପଣଙ୍କୁ ଯଥେଷ୍ଟ ଲାଭ ହେବ। ପାରିବାରିକ ଜୀବନ ସୁଖକର ହେବ।

ସମ୍ବନ୍ଧିତ ଖବର