publive-imageମେଷ: ପୂଜାପାଠରେ ସମୟ ବିତିବ। ମନକୁ ଶାନ୍ତି ମିଳିବ। ନୂଆ କାରବାରରେ ପୁଞ୍ଜି ଲଗାଇବା ପୂର୍ବରୁ ତଦାରଖ କରି ନିଅନ୍ତୁ। ପ୍ରିୟଜନଙ୍କର ପ୍ରେମ ଓ ସହଯୋଗ ଉଭୟ ପାଇବେ।

Advertisment

publive-imageବୃଷ: ବ୍ୟବସାୟ କ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କର ସାହାଯ୍ୟ ପାଇବେ। ନିଜକୁ ପ୍ରମାଣିତ କରିବା ଲାଗି ସୁଯୋଗ ପାଇବେ। ଜୀବନସାଥୀଙ୍କ ସହ ରାତ୍ରିଭୋଜନ ପାଇଁ ଯୋଜନା କରିବେ।

publive-imageମିଥୁନ: ଜୀବନସାଥୀଙ୍କୁ କୋମଳ କଥା କୁହନ୍ତୁ। ଲୋକେ ଆପଣଙ୍କ କଥାରେ ସହମତ ହେବେ। ଜମି ବ୍ୟବସାୟୀଙ୍କ ଲାଗି ଭଲ ଦିନଟିଏ। ରାଜନୀତିରେ ସଫଳତା ପାଇବେ।

publive-imageକର୍କଟ: ନିର୍ମାଣ କାର୍ଯ୍ୟ କରୁଥିବା ଲୋକଙ୍କୁ ନୂଆ ପ୍ରକଳ୍ପ ମିଳିବ। ଅଫିସରେ ଆପଣଙ୍କ ସମ୍ମୁଖକୁ ବାଧା ଆସିପାରେ। ସ୍ବାସ୍ଥ୍ୟ ନେଇ ସତର୍କ ରୁହନ୍ତୁ ଓ ବାଛି ବିଚାରି ଖାଦ୍ୟ ପାନୀୟ ଗ୍ରହଣ କରନ୍ତୁ।

publive-imageସିଂହ: ଉନ୍ନତି ପାଇଁ ନୂଆ ସାଧନ ପାଇବେ। ଅନ୍ୟମାନଙ୍କ ସମ୍ମୁଖରେ ନିଜ କଥା ଭଲଭାବେ ରଖି ପାରିବେ। ରାଜନେତାଙ୍କର ସମାଜରେ ପ୍ରଭାବ ବଢ଼ିବ।

publive-imageକନ୍ୟା: ଅନ୍ତରଙ୍ଗ ବନ୍ଧୁ ଆପଣଙ୍କ ସହ ମିଶିବା ଲାଗି ଘରକୁ ଆସିବେ। ଅଧୁରା କାମ ପୂରା ହୋଇଯିବ। ସଂପତ୍ତି ବଢ଼ାଇବାର ଯୋଜନା ସଫଳ ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ।

publive-imageତୁଳା: ଜୀବନରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ବ୍ୟବସାୟରେ ବକେୟା ଅର୍ଥ ପାଇବେ। ସାଥିରେ କାମ କରୁଥିବା ଲୋକ ସାହାଯ୍ୟ କରିବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ।

publive-imageବିଛା: ଆପଣଙ୍କ ବ୍ୟବହାରରେ ଆଖପାଖର ଲୋକ ଖୁସି ରହିବେ। କାରବାରରେ ଉନ୍ନତି ହେବ। ପରିବାର ସହିତ ବିଶେଷ ପ୍ରସଙ୍ଗରେ ଆଲୋଚନା କରିବେ। ଛାତ୍ର ଭଲ ଖବର ଶୁଣିବେ।

publive-imageଧନୁ: ଆପଣଙ୍କ କାର୍ଯ୍ୟରେ ନୂତନତ୍ବ ଆସିବ। ପ୍ରେମୀଯୁଗଳ ପରସ୍ପର ସହ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। ପରିବାରରେ ମାଙ୍ଗଳିକ କାର୍ଯ୍ୟ‌ର ରୂପରେଖ ପ୍ରସ୍ତୁତ ହେବ।

publive-imageମକର: କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ଆପଣଙ୍କ କ୍ୟାରିୟର ଲାଗି ଭଲ ସୁଯୋଗ ଅପେକ୍ଷା କରି ରହିଛି। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

publive-image

କୁମ୍ଭ: ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ଆପଣଙ୍କୁ ଆନନ୍ଦଦାୟକ ଅନୁଭୂତି ମିଳିବ। ସାମାଜିକ କାର୍ଯ୍ୟ କରିବା ଲାଗି ଆଗ୍ରହ ବଢ଼ିବ। କର୍ମଜୀବୀ ମହିଳାଙ୍କର ଦିନଟି ଭଲରେ କଟିବ।

publive-imageମୀନ: ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଅଫିସରେ ଆପଣଙ୍କୁ କୌଣସି ନୂଆ କାମ ମିଳିବ। ପରିବାରରେ ଆନନ୍ଦ ଉଲ୍ଲାସର ପରିବେଶ ରହିବ।