publive-imageମେଷ: ଆପଣଙ୍କ ବିଚାରରେ ମହତ୍ତ୍ବପୂର୍ଣ୍ଣ ପରିବର୍ତ୍ତନ ଆସିବ। ବେପାରରେ ଲାଭର ଯୋଗ ସୃଷ୍ଟି ହେବ। ବନ୍ଧୁ ସହିତ ବାହାରକୁ ବୁଲି ଯିବେ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ।

Advertisment

publive-imageବୃଷ: ଆତ୍ମବିଶ୍ବାସ ବଳରେ ବହୁତ କିଛି କରିପାରିବେ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ସାକ୍ଷାତ ହେବ। ମନରେ କିଛି ନୂଆ କରିବାର ଇଚ୍ଛା ଜାଗିବ। ଘରେ ଧାର୍ମିକ ପରିବେଶ ରହିବ।

publive-imageମିଥୁନ: କାର୍ଯ୍ୟକ୍ଷେତ୍ରରେ ବିଶେଷ ସଫଳତା ପାଇବେ। ପ୍ରେମିକ ପ୍ରେମିକା ତର୍କବିତର୍କ ଠାରୁ ଦୂରରେ ରହନ୍ତୁ। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ପରିବାର ଲୋକଙ୍କ ମତ ନିଅନ୍ତୁ।

publive-imageକର୍କଟ: କ୍ୟାରିୟର ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ। ଆର୍ଥିକ ସ୍ଥିତିରେ ଯଥେଷ୍ଟ ସୁଧାର ହେବ। ପାରିବାରିକ ଜୀବନରେ ଭଲ ପରିଣାମ ଦେଖିବେ। ଶତ୍ରୁ ଆପଣଙ୍କ ଠାରୁ ଦୂରେଇ ରହିବେ।

publive-imageସିଂହ: ଘରେ କୌଣସି ଶୁଭ କାର୍ଯ୍ୟ ସଂପନ୍ନ ହୋଇପାରେ। କାମକୁ ନେଇ ଚାପ ଅନୁଭବ କରିବେ। ମନ ଶାନ୍ତ ରଖନ୍ତୁ। ଅଧ୍ୟାପକଙ୍କ ଲାଗି ଦିନଟି ବହୁତ ଭଲ। ସମାଜରେ ମାନ ସମ୍ମାନ ବଢ଼ିବ।

publive-imageକନ୍ୟା: କାର୍ଯ୍ୟକ୍ଷେତ୍ରରେ ନିଜ ଯୋଗ୍ୟତାର ଭଲ ପ୍ରଦର୍ଶନ କରିବେ। ବ୍ୟାଙ୍କ ବାଲାନ୍‌ସ ବୃଦ୍ଧି ହେବ। ଆଧ୍ୟାତ୍ମିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ।

publive-imageତୁଳା: ଯେଉଁ କାମ ହାତକୁ ନେବେ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରି ଦେଖାଇବେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଉପରେ ଅନେକ ଦାୟିତ୍ବ ରହିବ। ନୂଆ ଜମି କିଣିବାକୁ ମନ ବନାଇବେ।

publive-imageବିଛା: ଆର୍ଥିକ ସ୍ଥିତି ଯଥେଷ୍ଟ ସୁଦୃଢ଼ ହେବ। ବେପାରରେ ଭଲ ପ୍ରଗତି ହେବ। ଦାମ୍ପତ୍ୟ ଜୀବନରେ ଖୁସି ବଜାୟ ରହିବ। ପରୀକ୍ଷା ଲାଗି ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କ ଲାଗି ସମୟ ଶୁଭ।

publive-imageଧନୁ: ସ୍ବାସ୍ଥ୍ୟ ସମସ୍ୟାର ସୁଧାର ହେବ। ଆପଣଙ୍କ ମନ ଧାର୍ମିକ କାର୍ଯ୍ୟରେ ଲାଗିବ। ଭଲ ଖବର ପାଇବେ। ନିଜ ବିବେକକୁ ପଚାରି ଉଚତି ନିଷ୍ପତ୍ତି ନିଅନ୍ତୁ। ଆର୍ଥିକ ସ୍ଥିତିରେ ସୁଧାର ହେବ।

publive-imageମକର: ଆପଣଙ୍କୁ ରୋଜଗାର ବୃଦ୍ଧିର ଅବସର ମିଳିବ। ବରିଷ୍ଠଙ୍କ ସହିତ ବାଦବିବାଦ କରନ୍ତୁ ନାହିଁ। ବନ୍ଧୁ ଓ ପରିବାର ପାଇଁ ଖର୍ଚ୍ଚ କରିପାରନ୍ତି। ଭଲ ସାମାଜିକ କର୍ମୀ ରୂପେ ପ୍ରସିଦ୍ଧି ବଢ଼ିବ।

publive-image

କୁମ୍ଭ: ଭାଗୀଦାରିରେ କୌଣସି କାରବାର ଆରମ୍ଭ କରିପାରନ୍ତି। ଜୀବନସାଥୀଙ୍କ ସହିତ ବୈବାହିକ ଉତ୍ସବରେ ସାମିଲ ହେବେ। ଅଭାବରେ ଥିବା ଲୋକଙ୍କୁ ସାହାଯ୍ୟ କରିବେ।

publive-imageମୀନ: ଆପଣଙ୍କର ସୁଖ ସୁବିଧା ବଢ଼ିବ। ପରିବାର ସହିତ ସୁଖଦ ସମୟ ଅତିବାହିତ କରିବେ। ଆପଣଙ୍କ ଭିତରେ ଆଧ୍ୟାତ୍ମିକ ବିଚାର ଆସିବ। ତୀର୍ଥ ଯାତ୍ରାରେ ଯାଇପାରନ୍ତି।