ଜାଣନ୍ତୁ ଆଜିର ରାଶିଫଳ

ମେଷ: ବ୍ୟବସାୟରେ ଲାଭ ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ବନ୍ଧୁ ସହ ସମ୍ବନ୍ଧରେ ସୁଧାର ହେବ। ଛାତ୍ରଛାତ୍ରୀ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ଫଳ ପାଇବେ। ‌

ବୃଷ: କରିଆସୁଥିବା ଚେଷ୍ଟାରେ ସଫଳ ହେବେ। ସମାଜରେ ପ୍ରଭାବ ବଢ଼ିବ। ଆର୍ଥିକ ସ୍ଥିତିରେ ସୁଧାର ହେବ। ଘରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ। ନୂଆ ଦମ୍ପତିଙ୍କ ଲାଗି ସମୟ ଭଲ।

ମିଥୁନ: ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ। କମ୍ ପରିଶ୍ରମରୁ ଯଥେଷ୍ଟ ଲାଭ ମିଳିବ। ପରିବାରରେ ଖୁସିର ବାତାବରଣ ରହିବ। ଅଚାନକ ଧନଲାଭର ଯୋଗ ଅଛି।

କର୍କଟ: ସକାରାତ୍ମକ ଭାବନା ଘେନି ଆଗକୁ ବଢ଼ିବେ। ମକଦ୍ଦମାରେ ଜୟଲାଭ କରିବେ। ସାମାଜିକ ସମାରୋହକୁ ଯାଇପାରନ୍ତି। ଜୀବନସାଥୀ ସହ ସମ୍ବନ୍ଧରେ ମଧୁରତା ବଢ଼ିବ।

ସିଂହ: ସବୁ ସମସ୍ୟାର ସମାଧାନ ବାହାରିବ। ଶିକ୍ଷାରେ ଉନ୍ନତି ହେବ। ବ୍ୟବସାୟରେ ପ୍ରଗତି ଲାଗି ସମୟ ଭଲ। ଆଇନ ଛାତ୍ର କୌଣସି ବଡ଼ ଓକିଲଙ୍କ ସହ କାମ କରିବେ।

କନ୍ୟା: ଆତ୍ମବିଶ୍ବାସ ବଳରେ ପ୍ରତ୍ୟେକ କାମରେ ସଫଳ ହେବେ। କବିମାନଙ୍କ ଲାଗି ସମୟ ମହତ୍ତ୍ବପୂର୍ଣ୍ଣ ରହିବ। ବୈବାହିକ ଜୀବନ ଖୁସିଭରା ରହିବ। ନୂଆ ଘର କିଣିବା ଲାଗି ଆଗ୍ରହ ବଢ଼ିବ।

ତୁଳା: ଆପଣଙ୍କ ମନରେ ନୂଆ ବିଚାର ଆସିବ। କାମକୁ ନେଇ ସହକର୍ମୀଙ୍କ ସହ ବିଚାର ବିମର୍ଶ କରିବେ। ସାମାଜିକ ଜୀବନ ଭଲ ରହିବ। ସପରିବାର ସହରକୁ ଜିନିଷ କିଣିବା ଲାଗି ଯିବେ।

ବିଛା: ନୂଆ କାମ କରିବାରେ ରୁଚି ବଢ଼ିବ। ରାଜନୀତିରେ ସଫଳତା ପାଇବେ। ସରକାରୀ ଚାକିରିଆଙ୍କ ଲାଗି ସମୟ ଭଲ। ଦାମ୍ପତ୍ୟ ଜୀବନରେ ଖୁସି ଖବର ପାଇବେ।

ଧନୁ: ସ୍ବାସ୍ଥ୍ୟରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ମନରେ ନୂଆ ଆଶା ଉତ୍ପନ୍ନ ହେବ। ବିବାହିତଙ୍କ ଲାଗି ସମୟ ସୁଖଦାୟୀ ରହିବ।

ମକର: ମଧୁର ବ୍ୟବହାର ପାଇଁ ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିବେ। ବେପାର ଗତିଶୀଳ ହେବ। ସଫ୍‌ଟୱେର ଇଂଜିନିୟରଙ୍କ ଲାଗି ଦିନଟି ବିଶେଷ ରହିବ।

କୁମ୍ଭ: ସୁସମ୍ବାଦ ପାଇବେ। ନୂଆ ଚାକିରିର ସୁଯୋଗ ଅଛି। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ। ଛାତ୍ରଙ୍କ ଲାଗି ଦିନଟି ଭଲ।

ମୀନ: ଦିନଟି ସବୁ ଦୃଷ୍ଟିରୁ ଭଲ। ଜମି ବ୍ୟବସାୟୀଙ୍କର କୌଣସି ବଡ଼ ଚୁକ୍ତି ସ୍ବାକ୍ଷରିତ ହୋଇଯିବ। ଜୀବନସାଥୀଙ୍କୁ ଖୁସି କରିବା ଲାଗି ଉପହାର ଦେବେ। ପ୍ରେମ ସଂପର୍କ ମଜଭୁତ ହେବ।

ସମ୍ବନ୍ଧିତ ଖବର