ମେଷ: ପୂଜାପାଠରେ ସମୟ ବିତିବ। ସନ୍ତାନ ସହିତ ସମ୍ବନ୍ଧ ବହୁତ ଭଲ ହେବ। ବିବାଦକୁ କଥାବାର୍ତ୍ତା ଓ ଶାନ୍ତିରେ ସମାଧାନ କରନ୍ତୁ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।
ବୃଷ: ଅଧିକ ଚିନ୍ତା କଲେ ମାନସିକ ଶାନ୍ତି ଭଙ୍ଗ ହୋଇପାରେ। ପ୍ରିୟଜନ ସହ କଥା ହୋଇପାରନ୍ତି। ବ୍ୟବସାୟରେ ଲାଭ ହେବ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
ମିଥୁନ: ପରିବାରରେ ଖୁସିର ପରିବେଶ ରହିବ। ଆର୍ଥିକ ଲାଭ ହେବ। ବିଶେଷ ବ୍ୟକ୍ତିଙ୍କ ସହଯୋଗ ପାଇବେ। ସବୁ ଯୋଜନା ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହୋଇଯିବ।
କର୍କଟ: ଆପଣଙ୍କର ପ୍ରତ୍ୟେକ ଅଶାନ୍ତି ଦୂର ହେବ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ। ବଜେଟକୁ ଧ୍ୟାନରେ ରଖି ଖର୍ଚ୍ଚ କରନ୍ତୁ।
ସିଂହ: ଦିନଟି ସୁଖ ଓ ଶାନ୍ତିପୂର୍ବକ ବିତିବ। କଳା କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଲାଭପ୍ରଦ। ଆୟ ବ୍ୟୟର ସମନ୍ବୟ ରହିବ। ପ୍ରେମୀଯୁଗଳଙ୍କ ସମ୍ବନ୍ଧ ସୁଖଦ ହେବ।
କନ୍ୟା: ଅଫିସ କାମ ପୂରା କରିବାରେ ସଂପୂର୍ଣ୍ଣ ସକ୍ଷମ ହେବେ। ବ୍ୟବସାୟ ବୃଦ୍ଧି ଲାଗି ଅଧିକ ପରିଶ୍ରମ କରିବେ। ବୈବାହିକ ଜୀବନ ଭଲ ରହିବ। ଆଇନ ଛାତ୍ରଙ୍କ ଲାଗି ଭଲ ଦିନଟିଏ।
ତୁଳା: କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। ଆପଣଙ୍କ କାମରେ ଜୀବନସାଥୀ ଖୁସି ରହିବେ। ପ୍ରେମ ପ୍ରସଙ୍ଗରେ ଆପଣ ସଫଳତା ପାଇବେ। ଅଧ୍ୟୟନର ଭଲ ପରିଣାମ ପାଇବେ।
ବିଛା: କିଛି ନୂଆ କଥା ଜାଣି ପାରିବେ। କାରବାରରେ ବକେୟା ଅର୍ଥ ପାଇବେ। ଅଫିସରେ ନୂଆ ଦାୟିତ୍ବ ଗ୍ରହଣ କରିବେ। ମହିଳାମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ଘର କାମ ସାରିଦେବେ।
ଧନୁ: ସକାରାତ୍ମକ ମାନସିକତା ଆପଣଙ୍କୁ ଲାଭ ଦେବ। ବେପାରୀଙ୍କ ଲାଗି ଦିନଟି ଭଲ। ଜୀବନସାଥୀ ସହିତ ସମୟ କାଟିଲେ ସମ୍ବନ୍ଧରେ ମଧୁରତା ଆସିବ। ଘରକୁ କୁଣିଆ ଆସିବେ।
ମକର: ସମସ୍ୟା ସମାଧାନ ପାଇଁ ରାସ୍ତା ଖୋଜିନେବେ। ଅନ୍ୟମାନଙ୍କୁ ନିଜ କଥାରେ ଆକର୍ଷିତ କରିନେବେ। ବ୍ୟବସାୟରେ ବକେୟା ଅର୍ଥ ପାଇବେ।
କୁମ୍ଭ: ଭାଗ୍ୟର ଦ୍ବାର ଖୋଲିବ। ବ୍ୟବସାୟ ବୃଦ୍ଧି ପାଇଁ ଅଧିକ ପରିଶ୍ରମ କରିବେ। ରାଜନୀତିରେ ମହତ୍ତ୍ବାକାଂକ୍ଷା ପୂରା ହେବ। ପାରିବାରିକ ଜୀବନ ସୁଖମୟ ହେବ।
ମୀନ: ସବୁ କାମ ସଫଳତାର ସହ ପୂରା ହେବ। ବାଣୀ ଉପରେ ସଂଯମ ରଖନ୍ତୁ। ପିଲାଙ୍କ ସଫଳତାରେ ଆପଣଙ୍କୁ ଗର୍ବ ଅନୁଭୂତ ହୋଇପାରେ। ଦାମ୍ପତ୍ୟ ଜୀବନରେ ନୂଆ ରକମର ଖୁସି ଆସିବ।