publive-imageମେଷ: ସୁସ୍ଥ ସବଳ ଅନୁଭବ କରିବେ। ନୂଆ ଚାକିରିର ସୁଯୋଗ ଆସିବ। ବିବାହିତ ବ୍ୟକ୍ତି ଜୀବନସାଥୀଙ୍କ ଉପରେ ଭରସା ରଖନ୍ତୁ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ଫଳ ପାଇବେ।

Advertisment

publive-imageବୃଷ: ଯେତେ ସକାରାତ୍ମକ କଥା ଭାବିବେ ସେତେ ସଫଳ ହେବେ। କାର୍ଯ୍ୟକ୍ଷେତ୍ରରେ ନୂଆ ଜିନିଷ ଶିଖିବେ। ଜମି ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ।

publive-imageମିଥୁନ: ଧାର୍ମିକ କାର୍ଯ୍ୟରେ ଧ୍ୟାନ ଲାଗି ରହିବ। ସମାଜରେ କଳାକାରଙ୍କ ମାନ ସମ୍ମାନ ବଢ଼ିବ। ବେପାରରେ ଲାଭ ପାଇବେ। ଜୀବନସାଥୀଙ୍କ ସହିତ କିଣାକିଣି ଲାଗି ସହରକୁ ଯିବେ।

publive-imageକର୍କଟ: ଆପଣ ଚେଷ୍ଟାର ସକାରାତ୍ମକ ଫଳ ପାଇବେ। ପରିବାରରେ ସୁଖଦ ପରିବେଶ ରହିବ। ସାମାଜିକ କାର୍ଯ୍ୟରେ ଭାଗ ନେଇ ପାରନ୍ତି। ପ୍ରିୟଜନଙ୍କୁ ମନର କଥା କହିବେ।

publive-imageସିଂହ: ଆପଣଙ୍କ ସମ୍ମୁଖକୁ ଭଲ ସୁଯୋଗ ଆସିବ। ପର୍ଯ୍ୟଟନ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ। ପ୍ରିୟତମଙ୍କ ସହ ସମ୍ବନ୍ଧ ମଜଭୁତ ହେବ।

publive-imageକନ୍ୟା: ସବୁ ସମସ୍ୟା ଦୂର ହେବ। ବ୍ୟବସାୟ ବଢ଼ାଇବା ପାଇଁ ନୂଆ ଯୋଜନା ଲାଗୁ କରିବେ। ସାଙ୍ଗ ମେଳରେ ଆପଣଙ୍କର ଛବି ସୁନ୍ଦର ରହିବ। ଜୀବନସାଥୀ ସହିତ ସମ୍ବନ୍ଧ ମଜଭୁତ ହେବ।

publive-imageତୁଳା: ଅଫିସରେ ଧୈର୍ଯ୍ୟଧରି କାମ କରନ୍ତୁ, ଲାଭ ହେବ। ରାଜନୀତିରେ ଆପଣଙ୍କୁ ପଦ ପ୍ରତିଷ୍ଠା ମିଳିବ। ବ୍ୟବସାୟରେ ବକେୟା ଅର୍ଥ ପାଇବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

publive-imageବିଛା: ବ୍ୟବସାୟ ବୃଦ୍ଧି ପାଇଁ ନୂଆ କୌଶଳ ଅବଲମ୍ବନ କରିବେ। ପ୍ରତିଟି ଚେଷ୍ଟାରେ ଜୀବନସାଥୀଙ୍କ ସହଯୋଗ ପାଇବେ। ଜମି କିଣିବାର ଯୋଗ ଅଛି।

publive-imageଧନୁ: ଯେଉଁ କାମ ଆପଣଙ୍କ ପରିବାର ଲାଗି ଗୁରୁତ୍ବପୂର୍ଣ୍ଣ ତାକୁ ପ୍ରଥମେ କରିବାକୁ ଚେଷ୍ଟା କରନ୍ତୁ। କବିମାନଙ୍କ ଲାଗି ଦିନଟି ମହତ୍ତ୍ବପୂର୍ଣ୍ଣ। ବିବାହିତ ବ୍ୟକ୍ତି ନିଜ ସାଥୀର ଭାବନାକୁ ବୁଝନ୍ତୁ।

publive-imageମକର: ସବୁ କାମ ସହଜରେ ପୂରା କରିପାରିବେ। ରାଜନୈତିକ କାର୍ଯ୍ୟରେ ରୁଚି ବଢ଼ିବ। ବେକାରଙ୍କୁ ରୋଜଗାରର ଭଲ ଅବସର ମିଳିବ। ବନ୍ଧୁମାନଙ୍କ ସହିତ ମିଳାମିଶା ବଢ଼ିବ।

publive-image

କୁମ୍ଭ: ନୂଆ ମାଇଲଖୁଣ୍ଟ ଅତିକ୍ରମ କରିବେ। ବ୍ୟବହାର ମଧୁର ରଖନ୍ତୁ। ସରକାରୀ ଚାକିରିଆଙ୍କ ଲାଗି ଦିନଟି ଭଲ। ପାରିବାରିକ ଜୀବନ ସୁଖମୟ ହେବ। ଛାତ୍ର କିଛି ନୂଆ ଶିଖିବେ।

publive-imageମୀନ: ଦିନଟି ବ୍ୟସ୍ତତାରେ କଟିବ। ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢ଼ିବେ। ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ। ଜୀବନସାଥୀଙ୍କ ପ୍ରେମ ଓ ସୁଖ ପାଇବେ।