publive-imageମେଷ: ଶତ୍ରୁପକ୍ଷ ଆପଣଙ୍କ ପ୍ରଭାବରେ ହାଲିଆ ରହିବେ। ନୂଆ କାମରେ ରୁଚି ବଢ଼ିବ। ପାରିବାରିକ ଜୀବନ ସୁଖମୟ ହେବ। ପ୍ରିୟଜନଙ୍କ ଠାରୁ ଉପହାର ମିଳିବା ଯୋଗୁଁ ଖୁସି ହେବେ।

Advertisment

publive-imageବୃଷ: ବ୍ୟକ୍ତି ବିଶେ‌ଷଙ୍କ ଠାରୁ ଆପଣଙ୍କୁ ସାହାଯ୍ୟ ମିଳିପାରେ। ରାତିରେ ବନ୍ଧୁ ସହିତ ହୋଟେଲକୁ ଭୋଜନ ପାଇଁ ଯାଇପାରନ୍ତି। ସରଳ ଭାବେ କାମକୁ ସଂପୂର୍ଣ୍ଣ କରିବାକୁ ଚେଷ୍ଟା କରନ୍ତୁ।

publive-imageମିଥୁନ: ବେପାରୀଙ୍କୁ ଧନଲାଭ ହେବ। ଜୀବନସାଥୀଙ୍କ ଠାରୁ ପର୍ଯ୍ୟାପ୍ତ ସ୍ନେହ ପାଇବେ। ଆୟ ଉତ୍ସ ମିଳିବା ଯୋଗୁଁ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। କାମରେ ପରିବାର ଲୋକଙ୍କ ସହଯୋଗ ମିଳିବ।

publive-imageକର୍କଟ: ଆପଣଙ୍କର ସୃଜନଶୀଳତା ପୂର୍ବ ଅପେକ୍ଷା ଭଲ ହେବ। ଭାଇ ସହିତ କୌଣସି ପ୍ରସଙ୍ଗରେ ଆଲୋଚନା କରିବେ। ନିଜର ମୂଲ୍ୟବାନ ଜିନିଷକୁ ସମ୍ଭାଳି କରି ରଖନ୍ତୁ।

publive-imageସିଂହ: ବିଦେଶ କଂପାନିରୁ ଚାକିରିର ପ୍ରସ୍ତାବ ଆସିପାରେ। ଧ୍ୟାନ ଦେଇ ନିଜର କାମ କରନ୍ତୁ। ବିରୋଧୀ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିବେ। ବନ୍ଧୁ ସହିତ ବାହାରକୁ ବୁଲି ଯିବେ।

publive-imageକନ୍ୟା: ଦିନଟି ଆପଣଙ୍କ ଜୀବନରେ ନୂଆ ଆତ୍ମସନ୍ତୋଷ ନେଇ ଆସିବ। ବାପାମାଆଙ୍କ ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଆର୍ଥିକ ସମସ୍ୟା ସମାଧାନ ହୋଇଯିବ।

publive-imageତୁଳା: କାମରେ ଆପଣଙ୍କୁ ଜୀବନସାଥୀଙ୍କ ସହଯୋଗ ମିଳିବ। ଅଫିସ କାମରେ ଅନ୍ୟମାନଙ୍କର ମତ ନିଅନ୍ତୁ ନାହିଁ। ପରିଶ୍ରମର ସଫଳତା ଆପଣଙ୍କ ମନରେ ପ୍ରସନ୍ନତା ଭରିଦେବ।

publive-imageବିଛା: ଅଟକି ରହିଥିବା କାମ ସଂପୂର୍ଣ୍ଣ ହୋଇଯିବ। ନବ ବିବାହିତ ଲୋକଙ୍କ ଲାଗି ଦିନଟି ଭଲ। ବେପାରରେ ଉନ୍ନତି ହେବ। ନିବେଶ କରିବା ପୂର୍ବରୁ ବଡ଼ ଲୋକଙ୍କ ମତ ନିଅନ୍ତୁ।

publive-imageଧନୁ: ହଜିଥିବା ବସ୍ତୁର ସନ୍ଧାନ ପାଇବେ। ଆମଦାନିର ଉତ୍ସ ବଢ଼ିବ। ଜୀବନସାଥୀ ଠାରୁ ଉପହାର ମିଳିପାରେ। ନିଜ ଲୋକଙ୍କୁ ସାହାଯ୍ୟ କରିପାରନ୍ତି। ଯୁବକଯୁବତୀଙ୍କ ଲାଗି ଦିନଟି ଭଲ।

publive-imageମକର: ଅଜଣା ଲୋକଙ୍କ ସହିତ ଯୁକ୍ତିତର୍କ କରନ୍ତୁ ନାହିଁ। ଧ୍ୟାନ ଲଗାଇ କାମ କରନ୍ତୁ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ସମୟ ଅତିବାହିତ କରିବେ।

publive-image

କୁମ୍ଭ: ନୂଆ ଯାନ କିଣିବା ଲାଗି ଦିନଟି ଶୁଭ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ବହୁତ ଭଲ। ରଚନାତ୍ମକ କାର୍ଯ୍ୟରେ ଧ୍ୟାନ ଲାଗି ରହିବ। ଆପଣଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଦେଖାଦେବ।

publive-imageମୀନ: ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ବେପାରରେ ଲାଭ ମିଳିବାର ଯୋଗ ଅଛି। ମାନସିକ ଓ ଶାରୀରିକ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ। ଦାମ୍ପତ୍ୟ ଜୀବନ ବହୁତ ରୋଚକ ଓ ସୁଖମୟ ହେବ।