publive-image

Advertisment

ମେଷ: ଆପଣଙ୍କ ଶକ୍ତିର ସ୍ତର ବୃଦ୍ଧି ହେବ। ସରକାରୀ ଚାକିରିଆଙ୍କୁ କୌଣସି କାମ ପାଇଁ ପ୍ରୋତ୍ସାହନ ମିଳିବ। ସଂଘର୍ଷରତ ଫିଲ୍ମ କଳାକାରଙ୍କୁ ନୂଆ କାମ ମିଳିବ।

publive-image

ବୃଷ: ଦିନଟି ପୂର୍ବ ଅପେକ୍ଷା ଭଲ ହେବ। ଭ୍ରମଣ ବ୍ୟବସାୟୀଙ୍କର ଆୟ ଭଲ ହେବ। କୌଣସି କାମ ପାଇଁ ପୁରସ୍କାର ପାଇବେ। ଘର କାମରେ ପରିବାର ଲୋକଙ୍କ ସହଯୋଗ ପାଇବେ। ‌

publive-image

ମିଥୁନ: ଅକାରଣରେ ଆରମ୍ଭ ହୋଇଥିବା ବାଧା ଆପେ ଆପେ ଦୂର ହୋଇଯିବ। ବ୍ୟବସାୟିକ ସମ୍ମିଳନୀରେ ଆପଣଙ୍କ କଥା ରଖିବେ। ପ୍ରିୟଜନଙ୍କ ସହ ବାହାରେ ରାତ୍ରିଭୋଜନ କରିବେ।

publive-image

କର୍କଟ: ପ୍ରତିଟି କାମ ମନୋଯୋଗରେ କରନ୍ତୁ, ସଫଳତା ପାଇବେ। ଛାତ୍ରଛାତ୍ରୀଙ୍କର ମନ ଲେଖାପଢ଼ାରେ ଲାଗିବ। ସମ୍ବନ୍ଧରେ ନୂଆ ଚେତନା ସଂଚାର ହେବ।

publive-image

ସିଂହ: ଜୀବନରେ ଲାଗି ରହିଥିବା ସବୁ କଷ୍ଟର ନିବାରଣ ହେବ। ସଚ୍ଚୋଟ ଲୋକଙ୍କ ସହଯୋଗରେ ବଡ଼ ପ୍ରକଳ୍ପ ପୂରା କରିବେ। ଭାଇ ଭଉଣୀଙ୍କ ସହିତ ଉଦ୍ୟାନକୁ ବୁଲି ଯିବେ।

publive-image

କନ୍ୟା: କାହାରିକୁ କୌଣସି କଥା ବୁଝାଇବାରେ ଭୁଲ୍ ହୋଇପାରେ। ପରିବାର ପାଇଁ କିଛି ଭଲ କରିବାର ଦିନଟିଏ। ଭବିଷ୍ୟତ ଲାଗି ଯୋଜନା ପ୍ରସ୍ତୁତ କରିବେ।

publive-image

ତୁଳା: ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ। ନୂଆ କାମ ଆରମ୍ଭ କରି ପାରନ୍ତି। କୋର୍ଟ ମାମଲାରେ ଆପଣ ଜିତିବେ। ବୈବାହିକ ଜୀବନ ସୁଖରେ ପୂର୍ଣ୍ଣ ରହିବ। ‌

publive-image

ବିଛା: ବ୍ୟବସାୟରେ କୌଣସି କଥାକୁ ନେଇ ଚିନ୍ତିତ ହୋଇପାରନ୍ତି। ବନ୍ଧୁଙ୍କ ପରାମର୍ଶ ପସନ୍ଦ ଆସିବ। ସୁଖ ସୁବିଧା ବୃଦ୍ଧି ହେବ। ଦାମ୍ପତ୍ୟ ସମ୍ବନ୍ଧରେ ଦୂରତ୍ବ ସମାପ୍ତ ହେବ।‌

publive-image

ଧନୁ: ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ଆପଣଙ୍କ ପାଖକୁ ନୂଆ ଦାୟିତ୍ବ ଆସିବ। ଓକିଲଙ୍କ ଲାଗି ଦିନଟି ଭଲ। କୌଣସି ଗ୍ରାହକଙ୍କ ଠାରୁ ଭଲ ଧନଲାଭ ହେବ।

publive-image

ମକର: ଏକତରଫା ଚିନ୍ତା ଆପଣଙ୍କୁ ଅଡୁଆରେ ପକାଇପାରେ। ଟଙ୍କ ପଇସା ଦିଆନିଆ ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଇଂଜିନିୟର ନୂଆ ପ୍ରକଳ୍ପରେ କାମ କରିବେ। ‌

publive-image

କୁମ୍ଭ: ବ୍ୟକ୍ତିତ୍ବରେ କିଛି ପରିବର୍ତ୍ତନ ଆସିବ। ସମାଜରେ ଆପଣଙ୍କୁ ଉଚିତ ଆଦର ସମ୍ମାନ ମିଳିବ। ଅଫିସରେ ତଳିଆ କର୍ମଚାରୀଙ୍କ ସହଯୋଗ ପାଇବେ।

publive-image

ମୀନ: ନିଜର ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଚେଷ୍ଟା କରିବେ। ବିଶେଷ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ଲାଭ ପାଇଁ କିଛି ସୁଯୋଗ ପାଇବେ। ଅବିବାହିତଙ୍କୁ ବିବାହ ପ୍ରସ୍ତାବ ମିଳିବ।