publive-imageମେଷ: ପୁରୁଣା ଚିନ୍ତା ସମାପ୍ତ ହେବ। ଜରୁରୀ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ବେପାରରେ ଆକସ୍ମିକ ଧନଲାଭର ଯୋଗ ଅଛି। କଳା କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।

Advertisment

publive-imageବୃଷ: ଦିନଟି ଆପଣଙ୍କ ଲାଗି ବହୁତ ଭଲ। ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ସମସ୍ତଙ୍କ ଦୃଷ୍ଟିରେ ଭଲ ହୋଇ ରହିବେ। ଭାଗୀଦାରି ବେପାରରେ ଲାଭ ପାଇବେ।

publive-imageମିଥୁନ: ଲକ୍ଷ୍ୟ ପ୍ରାପ୍ତି ପାଇଁ ମନୋବଳ ଦୃଢ଼ ହେବ। ନୂଆ କାରବାରରେ ଲାଭ ହେବ। ତଳିଆ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବାକୁ ଚାହିଁବେ। ପ୍ରେମ ସମ୍ବନ୍ଧ ମଧୁର ହେବ।

publive-imageକର୍କଟ: ଆପଣ ନିଜର ଶକ୍ତି ବଳରେ ନିର୍ବଳ ମଧ୍ୟରେ ଶକ୍ତି ଭରିଦେବେ। ମହିଳାମାନେ ଅନ୍‌ଲାଇନ୍‌ ବ୍ୟବସାୟ ଆରମ୍ଭ କରିପାରନ୍ତି। ଛାତ୍ରଙ୍କର ବନ୍ଧୁମାନଙ୍କ ସହ ମିଳାମିଶା ବଢ଼ିବ।‌

publive-imageସିଂହ: ଆପଣଙ୍କ କଳ୍ପନା ଶକ୍ତି ଲକ୍ଷ୍ୟ ପ୍ରାପ୍ତିରେ ସହାୟକ ହେବ। ଜମି ବ୍ୟବସାୟରେ ବଡ଼ ଚୁକ୍ତି ହୋଇପାରେ। ଛାତ୍ରଛାତ୍ରୀ ନୂଆ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଭାବିବେ।

publive-imageକନ୍ୟା: ଚାକିରି ବୃତ୍ତି ସମ୍ବନ୍ଧରେ କିଛି ଭଲ ଖବର ପାଇବେ। ନୂଆ ଲୋକଙ୍କ ସହିତ ମିଶି କାମ ଆଗକୁ ବଢ଼ାଇବେ। ପାରିବାରିକ ଜୀବନ ସୁଖମୟ ରହିବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।

publive-imageତୁଳା: ପୂର୍ବରୁ ଆରମ୍ଭ କରିଥିବା କାମ ସଂପୂର୍ଣ୍ଣ ହୋଇଯିବ। ଜୀବନସାଥୀଙ୍କ ସହ କୌଣସି ବିଷୟରେ ଦୀର୍ଘ ସମୟ କଥାବାର୍ତ୍ତା କରିବେ। ବେପାରୀଙ୍କୁ ନୂଆ ସଫଳତା ମିଳିପାରେ।

publive-imageବିଛା: କ୍ୟାରିୟରରେ ସଫଳତା ହାସଲ ହେବ। ନିଜ ପରିବାର ସହିତ ଭଲ ସମୟ ଅତିବାହିତ କରିବେ। ଶିକ୍ଷକ ଛାତ୍ରଛାତ୍ରୀଙ୍କର ସନ୍ଦେହ ଦୂର କରିବେ। ସ୍ବାସ୍ଥ୍ୟରେ ସୁଧାର ହେବ।

publive-imageଧନୁ: ମନରେ ଉତ୍ସାହ ବଜାୟ ରହିବ। ଛୋଟମୋଟ କାମରେ ସକାରାତ୍ମକ ଫଳ ପାଇବେ। ଚାକିରିରେ ବଦଳି ଚାହୁଁଥିଲେ ସେଥିଲାଗି ସମୟ ଅନୁକୂଳ ରହିଛି। ପ୍ରେମ ସମ୍ବନ୍ଧ ମଧୁର ହେବ।

publive-imageମକର: ପୁରୁଣା କାର୍ଯ୍ୟ ଲାଗି ପ୍ରଶଂସା ପାଇବେ। ନୂଆ କାରବାରରେ ପୁଞ୍ଜି ନିବେଶ କରିବା ପୂର୍ବରୁ ମୁରବିଙ୍କର ପରାମର୍ଶ ନିଅନ୍ତୁ। ସାମାଜିକ କାର୍ଯ୍ୟରେ ଆଗ୍ରହ ବଢ଼ିବ।

publive-image

କୁମ୍ଭ: ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କୁ ଧନଲାଭ ହେବ। ଧର୍ମକାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଉତ୍ତମ ବ୍ୟବହାର ପ୍ରଦର୍ଶନ ଆପଣଙ୍କୁ ଲୋକପ୍ରିୟ କରିଦେବ।

publive-imageମୀନ: ଏକାଗ୍ରତାର ସହ କରୁଥିବା କାମରେ ସଫଳ ହେବେ। ବ୍ୟବସାୟରେ ପ୍ରତିଷ୍ଠା ଓ ଖ୍ୟାତି ମିଳିବ। ଟଙ୍କା ଦିଆନିଆ ବେଳେ ସାବଧାନତା ଅବଲମ୍ବନ କରନ୍ତୁ।