ମେଷ: କୌଣସି ଅସହାୟ ଲୋକଙ୍କ କାମରେ ଆସିବେ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। କଣ୍ଠଶିଳ୍ପୀଙ୍କୁ ମଞ୍ଚରେ ପ୍ରଦର୍ଶନ ସୁଯୋଗ ମିଳିବ। ପ୍ରେମ ଜୀବନ ଭଲ ରହିବ।
ବୃଷ: ଦେଖା କରିବା ପାଇଁ ବନ୍ଧୁଙ୍କ ଘରକୁ ଯିବେ। କାରବାରରେ ଲାଗି ରହିଥିବା ବାଧା ଦୂର ହେବ। ରାଜନୀତିରେ ମନ ଚାହୁଁଥିବା ପଦ ପାଇବେ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।
ମିଥୁନ: ସନ୍ଧ୍ୟା ସୁଦ୍ଧା କୌଣସି ଶୁଭ ଖବର ପାଇବେ। ଦୀର୍ଘ ଦିନରୁ ବାକି ଥିବା କାମ ପୂରା ହେବ। ପାରିବାରିକ ଜୀବନ ସୁଖକର ହେବ। ରାଜନୀତିରେ ସଫଳତା ପାଇବେ।
କର୍କଟ: ଦିନଟି ଲାଭଦାୟକ ରହିବ। ଜରୁରୀ କାମରେ ବନ୍ଧୁର ସାହାଯ୍ୟ ପାଇବେ। କେହି ଆପଣଙ୍କ ବେଶଭୂଷାର ପ୍ରଶଂସା କରିବେ। ଶିକ୍ଷାର୍ଥୀଙ୍କ ଧ୍ୟାନ ପାଠପଢ଼ାରେ ଲାଗି ରହିବ।
ସିଂହ: ମନକଥା ମନରେ ରଖନ୍ତୁ। ଅଫିସ ବାତାବରଣ ଅଲଗା ରହିବ। ଭାବିଚିନ୍ତି ବଡ଼ ନିଷ୍ପତ୍ତି ନିଅନ୍ତୁ। ସିନେ କଳାକାରଙ୍କ ଲାଗି ଭଲ ଦିନଟିଏ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ।
କନ୍ୟା: ପାରିବାରିକ କାମ କରିବା ଲାଗି ଘର ଲୋକଙ୍କ ସହଯୋଗ ପାଇବେ। ଜମି କିଣିବା ଲୋକଙ୍କୁ ଲାଭ ହେବ। କଠିନ ବିଷୟ ଉପରେ ଶିକ୍ଷକଙ୍କ ସହ ଆଲୋଚନା କରିବେ।
ତୁଳା: ଜୀବନରେ ନୂଆ ଲକ୍ଷ୍ୟ ହାସଲ କରିବେ। ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ। ଅଚାନକ ଧନଲାଭ ହେବ। ପରିବାରରେ ସବୁ ଲୋକଙ୍କ ସହିତ ଭଲ ସମ୍ବନ୍ଧ ସ୍ଥାପିତ ହେବ।
ବିଛା: ଆପଣଙ୍କ ଜୀବନରେ ଖୁସିର ଆଗମନ ହେବ। ସଂପର୍କ ତାଲିକାରେ ନୂଆ ଲୋକଙ୍କୁ ଯୋଡ଼ିବେ। ଆମଦାନି ବୃଦ୍ଧି ପାଇଁ ମସ୍ତିଷ୍କରେ ନୂଆ ଯୋଜନା ଆସିବ। ଛାତ୍ରଙ୍କ ଲାଗି ଦିନଟି ଭଲ।
ଧନୁ: ବହୁ ଦିନର ସ୍ବପ୍ନ ସାକାର ହେବ। ମହିଳାମାନଙ୍କୁ କୌଣସି ବିଶେଷ ଖବର ମିଳିବ। ବ୍ୟବସାୟରେ ଉନ୍ନତି ପାଇଁ ଭଲ ସୁଯୋଗ ପାଇବେ। ପ୍ରେମୀଯୁଗଳ ସାଥୀର ଭାବନାକୁ ବୁଝିବେ।
ମକର: ସାରା ଦିନ ମନରେ ପ୍ରସନ୍ନତା ରହିବ। ବେପାରରେ ଅଚାନକ ଧନଲାଭ ହେବ। ସନ୍ଧ୍ୟାରେ କୌଣସି ସମାରୋହରେ ସାମିଲ ହୋଇପାରନ୍ତି। ପ୍ରିୟବନ୍ଧୁ ସହ ସାକ୍ଷାତ ହେବ।
କୁମ୍ଭ: ମନରେ ନୂଆ ନୂଆ ବିଚାର ଆସିପାରେ। ଘରୋଇ ଉଦ୍ୟୋଗ କର୍ମଚାରୀଙ୍କୁ ନୂଆ କାମ ମିଳିବ। ବିବାହିତମାନେ ନିଜର ଜୀବନକୁ ଆନନ୍ଦମୟ କରିବାରେ ଲାଗି ରହିବେ।
ମୀନ: ଚାକିରି ବୃତ୍ତିରେ ସଫଳତା ପାଇବେ। ଧର୍ମକ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ। ରାଜନୀତିରେ ଯୋଗାଯୋଗ ଭଲ ରହିବ। ଜୀବନସାଥୀ ସହ ସମ୍ବନ୍ଧ ଭଲ ହେବ।