ମେଷ: ବ୍ୟବସାୟରେ ଅଧିକ ଲାଭ ପାଇବେ। ଅନ୍ତରଙ୍ଗ ବନ୍ଧୁ ଭେଟିବାକୁ ଆସିପାରନ୍ତି। ବିଦ୍ୟାର୍ଥୀ ନିଜ ପରିଶ୍ରମ ଉପରେ ଭରସା ରଖନ୍ତୁ। ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ।
ବୃଷ: ନୂଆ କାରବାରରେ ନିବେଶ କରିବା ପୂର୍ବରୁ ବିଶେଷଜ୍ଞଙ୍କ ମତ ନିଶ୍ଚୟ ନିଅନ୍ତୁ। କୌଣସି ବ୍ୟାବସାୟିକ ବୈଠକରେ ଯୋଗ ଦେବେ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହେବ।
ମିଥୁନ: ରାଜନୀତିରେ ଯୋଗାଯୋଗ ଭଲ ରହିବ। ଅଫିସ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। କାରବାରରେ ନୂଆ ପ୍ରୟାସ ସଫଳ ହେବ। ନୂଆ ଇଲେକ୍ଟ୍ରିକ୍ ଯାନ କିଣି ପାରନ୍ତି।
କର୍କଟ: କାମର ଛୋଟ ରାସ୍ତା ଆପଣାନ୍ତୁ ନାହିଁ। ଫିଲ୍ମ ଦୁନିଆର ଲୋକଙ୍କୁ ଭଲ କାମ ମିଳିବ। ମାଆ ପିଲାଙ୍କୁ ନୈତିକ କାହାଣୀ ଶୁଣାଇବେ। କାର୍ଯ୍ୟକ୍ଷେତ୍ରରେ ନୂଆ ପରିବର୍ତ୍ତନ ହେବ।
ସିଂହ: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ଅଫିସରେ ଭଲରେ ସମୟ କଟିବ। କାହା ପ୍ରରୋଚନାରେ ପଡ଼ନ୍ତୁ ନାହିଁ। ଆର୍ଥିକ ଚିନ୍ତାରୁ ମୁକ୍ତି ପାଇବେ। ଓକିଲଙ୍କ ଲାଗି ଦିନଟି ଭଲ।
କନ୍ୟା: କାମ ସଂପୂର୍ଣ୍ଣ କରିବା ପାଇଁ ଅଧିକ ଯାତାୟାତ କରିବାକୁ ପଡ଼ିପାରେ। ବ୍ୟବସାୟରେ ନୂଆ ମୋଡ଼ ଆସିବ। କାହାରିକୁ ଧାର ଦିଅନ୍ତୁ ନାହିଁ। ପ୍ରତିଯୋଗୀ ପରୀକ୍ଷାର୍ଥୀ ଅଧିକ ପରିଶ୍ରମ କରନ୍ତୁ।
ତୁଳା: ଜରୁରୀ କାମର ଯୋଜନା ବନାନ୍ତୁ, କାମ ସହଜରେ ସଂପୂର୍ଣ୍ଣ ହୋଇଯିବ। କର୍ତ୍ତୃପକ୍ଷ ଆପଣଙ୍କୁ କାମର ତାଲିକା ଦେଇ ପାରନ୍ତି। ଜୀବନସାଥୀ ମାଧ୍ୟମରେ ସମସ୍ୟା ଠିକ୍ ହୋଇଯିବ।
ବିଛା: ପରିବାର ସହିତ କୌଣସି ଧର୍ମାନୁଷ୍ଠାନକୁ ଯିବେ। ମନ ଦେଇ କାମ କଲେ ତାହା ସଂପୂର୍ଣ୍ଣ ହେବ। କୌଣସି ବନ୍ଧୁ ସହିତ ସାକ୍ଷାତ ହେବ। ଜୀବନସାଥୀ ସହ ହୋଟେଲକୁ ଯିବେ।
ଧନୁ: ବ୍ୟବସାୟ ଭାଗୀଦାର ସହ ରାଜ୍ୟ ବାହାରକୁ ଯିବେ। କୌଣସି ପ୍ରଭାବଶାଳୀ ଲୋକଙ୍କ ସହିତ ସାକ୍ଷାତ ହେବ। ଛାତ୍ରୀ ନିଜର ପାଠପଢ଼ାରେ କିଛି ପରିବର୍ତ୍ତନ କରିପାରନ୍ତି।
ମକର: କୌଣସି କାମରେ କମ୍ ପରିଶ୍ରମରେ ଅଧିକ ଲାଭ ପାଇବେ। ନୂଆ କାମ ଭଲରେ କରିବାକୁ ଚେଷ୍ଟା କରିବେ। ଦାମ୍ପତ୍ୟ ଜୀବନ ଭଲ ରହିବ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।
କୁମ୍ଭ: ଭାବିଥିବା କାମ ନିଜ ଶକ୍ତି ବଳରେ ପୂରା କରିବେ। କୌଣସି ବନ୍ଧୁ ମିଶିବା ପାଇଁ ଘରକୁ ଆସି ପାରନ୍ତି। ଚାକିରିଆ ଭଲ ଖବର ଶୁଣିବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ ରହିବ।
ମୀନ: ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ। ଆର୍ଥିକ ମାମଲାରେ ବୁଦ୍ଧି ଲଗାଇ ନିଷ୍ପତ୍ତି ନିଅନ୍ତୁ। ଚାକିରିଆଙ୍କର ମନ ପସନ୍ଦ ଜାଗାକୁ ବଦଳି ହେବ। ଆପଣଙ୍କ ବାଣୀରେ ମଧୁରତା କାଏମ୍ ରହିବ।