publive-imageମେଷ: କରି ଆସୁଥିବା କାମରୁ ଲାଭ ପାଇବେ। ଲୋକମାନଙ୍କ ଆଗରେ ଆପଣଙ୍କର ଛବି ଭଲ ହୋଇ ରହିବ। ସାଥୀ ଆପଣଙ୍କ ଭାବନାକୁ ବୁଝିବେ। ସମ୍ବନ୍ଧରେ ମଧୁରତା ଆସିବ। ଛାତ୍ରଙ୍କ ଲାଗି ଦିନଟି ଭଲ। ‌

Advertisment

publive-imageବୃଷ: କାର୍ଯ୍ୟକ୍ଷେତ୍ରରେ ନୂଆ ବିଚାର ଗ୍ରହଣ କରିବା ପାଇଁ ଦିନଟି ଭଲ। କଠିନ ପରସ୍ଥିତିରେ ଲୋକଙ୍କର ସାହାଯ୍ୟ ପାଇବେ। ନୂଆ ଯାନ କିଣିବା ଲାଗି ଦିନଟି ଶୁଭ।

publive-imageମିଥୁନ: ପାରିବାରିକ ଦାୟିତ୍ବ ଭଲଭାବେ ତୁଲାଇବେ। ବେପାର ବଢ଼ାଇବା ପାଇଁ ଜୀବନସାଥୀଙ୍କ ସାହାଯ୍ୟ ପାଇବେ। ନୂଆ ଘର କିଣିବା ଲାଗି ଦିନଟି ଭଲ। ପ୍ରେମୀଯୁଗଳଙ୍କ ସମ୍ବନ୍ଧରେ ମଧୁରତା ବଢ଼ିବ।

publive-image

କର୍କଟ: ଅତ୍ୟଧିକ ଜିଦ୍ କରନ୍ତୁ ନାହିଁ। ସମସ୍ତଙ୍କ ସହିତ ଭଲ ସମ୍ବନ୍ଧ ରଖନ୍ତୁ। ଆପଣଙ୍କର ସବୁ କାମ ମନମୁତାବକ ସଂପୂର୍ଣ୍ଣ ହେବ। ଜୀବନସାଥୀଙ୍କୁ କିଛି ଭଲ କଥା କହିବେ।

publive-imageସିଂହ: ସରକାରୀ କାମରେ କୌଣସି ବ୍ୟକ୍ତିଙ୍କର ସାହାଯ୍ୟ ପାଇବେ। ବ୍ୟବସାୟରେ ଅଚାନକ ଧନଲାଭ ହୋଇପାରେ। ନବବିବାହିତଙ୍କ ଲାଗି ଦିନଟି ଭଲ। ଛାତ୍ରଙ୍କୁ ଶୁଭ ସୂଚନା ମିଳିବ।

publive-imageକନ୍ୟା: କ୍ୟାରିୟରରେ ସଫଳତା ମିଳିବ। ସନ୍ଧ୍ୟାରେ ବନ୍ଧୁ ସହିତ ଦୀର୍ଘ ସମୟ କଥା ହେବେ। ସନ୍ତାନଙ୍କ ଲାଗି ଅଧିକ ଖର୍ଚ୍ଚ କରି ପାରନ୍ତି। ସ୍ବାସ୍ଥ୍ୟ ନେଇ ସଚେତନ ରହନ୍ତୁ।

publive-imageତୁଳା: କାର୍ଯ୍ୟ ବ୍ୟସ୍ତତାରେ ଦିନଟି କଟିବ। ପାରିବାରିକ ସଂପର୍କରେ ଭଲ ତା‌ଳମେଳ ରହିବ। ରାଜନୀତିରେ ଆର୍ଥିକ ଲାଭ ହେବ। ଶିକ୍ଷାର୍ଥୀଙ୍କର ଲେଖାପଢ଼ାରେ ମନ ଲାଗିବ। ଶାରୀରିକ ରୂପେ ସୁସ୍ଥ ରହିବେ।

publive-imageବିଛା: ସଫଳତାର ନୂଆ ଶିଖର ହାସଲ ହେବ। ଆହ୍ବାନକୁ ସହଜରେ ମୁକାବିଲା କରିବେ। କଳାକାରଙ୍କ ଲାଗି ଭଲ ଦିନଟିଏ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ। ଆୟ ବ୍ୟୟ ସମାନ ରହିବ।

publive-imageଧନୁ: ଭାଗ୍ୟର ପୂରା ସହଯୋଗ ପାଇବେ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବେ। ଭଲ ଜାଗାରେ ନିବେଶର ସୁଯୋଗ ପାଇବେ। ଦାମ୍ପତ୍ୟ ପ୍ରେମ ବଢ଼ିବ।

publive-image
ମକର: ପରିବାର ଲୋକଙ୍କ ସହିତ ଅଧିକ ସମୟ ଅତିବାହିତ କରିବେ। ସ୍କୁଲ ଶିକ୍ଷକ ନିଜ କାମରେ ଖୁସି ରହିବେ। ଲେଖକଙ୍କ ଲାଗି ଦିନଟି ଭଲ। ମହିଳାମାନଙ୍କ ଲାଗି ଦିନଟି ଆରାମଦାୟକ ରହିବ।

publive-image

କୁମ୍ଭ: ଦୋକାନୀଙ୍କ ଲାଗି ଦିନଟି ଭଲ। ପୁରୁଣା ବନ୍ଧୁ ସହ ଫୋନରେ ଦୀର୍ଘ ସମୟ କଥା ହେବେ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ। ଶିକ୍ଷାର୍ଥୀ ନୂଆ ପାଠ୍ୟକ୍ରମରେ ପ୍ରବେଶ କରିବା ବିଷୟରେ ଭାବିବେ।
publive-image

ମୀନ: ଗଣ୍ଡଗୋଳ ଠାରୁ ନିଜେ ଦୂରେଇ ରହନ୍ତୁ। କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତିର ନିକଟତର ଥିଲେ ଅଧିକ ପରିଶ୍ରମ କରନ୍ତୁ।‌ ପ୍ରେମୀଯୁଗଳ ‌ଏକାଠି ଅର୍ଥପୂର୍ଣ୍ଣ ସମୟ ଅତିବାହିତ କରିବେ।