ମେଷ: ଆପଣ ଖୁସି ଖବର ପାଇବେ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ରହିବ। ଛାତ୍ରଙ୍କୁ ସହପାଠୀଙ୍କ ସାହାଯ୍ୟ ମିଳିବ। ପ୍ରିୟଜନଙ୍କ ଠାରୁ ଉପହାର ମିଳିବ।
ବୃଷ: କାରବାରରେ ଭାବିଚିନ୍ତି ଆଗକୁ ବଢ଼ନ୍ତୁ। କାହାରିକୁ ଆବଶ୍ୟକତା ଠାରୁ ଅଧିକ ଭରସା କରନ୍ତୁ ନାହିଁ। ଋଣ ପାଇଁ ଆବେଦନ କରିଥିଲେ ଆଜି ଆପଣଙ୍କୁ ମଞ୍ଜୁରି ମିଳିବ।
ମିଥୁନ: ଧର୍ମକାର୍ଯ୍ୟ ଆଡ଼କୁ ମନ ଢଳି ରହିବ। ବ୍ୟକ୍ତିଗତ ଜୀବନରେ ଦାୟିତ୍ବ ବଢ଼ିପାରେ। ଆମଦାନି ବୃଦ୍ଧି ଲାଗି ନୂଆ ଯୋଜନା ଆପଣଙ୍କ ମସ୍ତିଷ୍କକୁ ଆସିବ।
କର୍କଟ: ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଲାଗି ରହିଥିବା ଛାତ୍ରଛାତ୍ରୀ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ।
ସିଂହ: ନୂଆ ବ୍ୟବସାୟ ଆରମ୍ଭ କଲେ ଲାଭ ହେବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। କାର୍ଯ୍ୟକ୍ଷେତ୍ରରେ ନିଜର କାମ ଅନ୍ୟମାନଙ୍କ ଦ୍ବାରା କରିନେବାର ସଫଳ ରହିବେ।
କନ୍ୟା: କୌଣସି ନିଷ୍ପତ୍ତି ନେବା ପୂର୍ବରୁ ପରିବାର ଲୋକଙ୍କ ମତ ନିଅନ୍ତୁ। ସରକାରୀ ଚାକିରିଆଙ୍କୁ ପଦୋନ୍ନତି ମିଳିବ। ସ୍ବାସ୍ଥ୍ୟ ଭଲ ରହିବ। ଦାମ୍ପତ୍ୟ ଜୀବନ ଶାନ୍ତିପୂର୍ଣ୍ଣ ରହିବ।
ତୁଳା: ଅଫିସ କାମରେ ଆପଣ ବ୍ୟସ୍ତ ରହିବେ। ଇଂଜିନିଅରଙ୍କୁ ଭଲ ଜାଗାରେ ଚାକିରି ମିଳିବ। ବେପାରରେ ଲାଭ ହେବ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।
ବିଛା: ଘରୁ କାମରେ ବାହାରୁଥିବା ବେଳେ ବନ୍ଧୁ ଠାରୁ ଫୋନ ଆସିବ। ଜୀବନକୁ ଭଲ ଢଙ୍ଗରେ ଜିଇବା ପାଇଁ ଚେଷ୍ଟା କରିବେ। ଆପଣଙ୍କ ଭାଗ୍ୟର ଦ୍ବାର ଖୋଲିବ।
ଧନୁ: ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ମତଭେଦ ଦୂର ହେବ। ପୁତ୍ର ପକ୍ଷରୁ ଉପହାର ମିଳିବ। ରାଜନୀତିରେ ଥିବା ଲୋକ କୌଣସି ସମାରୋହକୁ ଯିବାର ମଉକା ପାଇବେ।
ମକର: ଧର୍ମକାର୍ଯ୍ୟରେ ମନ ଲାଗିବ। ଅଫିସରେ କୌଣସି କଥା ନେଇ ମାନସିକ ସ୍ଥିତି ଖରାପ ହୋଇପାରେ। ସୋସିଆଲ ମିଡିଆରେ ଆପଣଙ୍କର ବନ୍ଧୁ ବଢ଼ିବେ।
କୁମ୍ଭ: ଆପଣଙ୍କର କୌଣସି କାମର ପ୍ରଶଂସା ହେବ। ମହିଳାମାନେ ବ୍ୟବସାୟ ଆରମ୍ଭ କରିବା ଲାଗି ଭଲ ଯୋଗ ଅଛି। ଜୀବନସାଥୀ ସହ ଥିବା ଭୁଲ୍ ବୁଝାମଣା ଦୂର ହେବ।
ମୀନ: ପେସାଦାର ବ୍ୟବସାୟୀ ଚୁକ୍ତି ସ୍ବାକ୍ଷର କରିବେ। ଅଧ୍ୟାପକଙ୍କ ଲାଗି ଦିନଟି ଲାଭଦାୟକ। ଭାଇ ଭଉଣୀଙ୍କ ସହିତ ଖୁବ୍ ମନୋରଂଜନ କରିବେ।