ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କର ଚିନ୍ତା କମ୍ ହେବ। ଉତ୍ତମ ଫଳ ପାଇବା ଲାଗି ଅଧିକ ପରିଶ୍ରମ କରିବାକୁ ହେବ। ରାଜନୀତି ସଂପର୍କିତ କାର୍ଯ୍ୟରେ ରୁଚି ବଢ଼ିବ।

ବୃଷ: ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। କୌଣସି ସମାରୋହକୁ ଯିବାର ସୁଯୋଗ ପାଇବେ। ନୂଆ ବ୍ୟବସାୟ କରିବା ପାଇଁ ଭାବି ପାରନ୍ତି।

ମିଥୁନ: ପରିବାରରେ ସୁଖ ଶାନ୍ତିର ବାତାବରଣ ରହିବ। ବନ୍ଧୁ ଆପଣଙ୍କୁ ସାହାଯ୍ୟ କରିବେ। ବ୍ୟବସାୟରେ ଧନଲାଭ ହେବ। ଚାକିରି ଖୋଜୁଥିବା ବ୍ୟକ୍ତି ଭଲ ଖବର ପାଇବେ।

କର୍କଟ: ଆପଣଙ୍କର ଦିନଚର୍ଯ୍ୟା ଭଲ ରହିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ମାନ ସମ୍ମାନ ପାଇବେ। ଆପଣଙ୍କ ଝିଅକୁ ଭଲ ଚାକିରି ମିଳିବ।

ସିଂହ: ଆପଣଙ୍କ ସହିତ ସବୁ କିଛି ଭଲ ହେବ। ଆର୍ଥିକ ସ୍ଥିତି ମଜଭୁତ ରହିବ। ଇଂଜିନିଅର କୌଣସି ନୂଆ ପ୍ରକଳ୍ପରେ କାମ କରିବେ। ନିଜର ସ୍ବଭାବ ନରମ ରଖନ୍ତୁ।

କନ୍ୟା: ଦିନଟି ଲାଭଦାୟକ ରହିବ। ନୂଆ ବ୍ୟବସାୟ କରିବାକୁ ଚାହୁଛନ୍ତି ମହିଳାଙ୍କ ଲାଗି ଉତ୍ତମ ସମୟ। ଅଫିସରେ ଆପଣଙ୍କ କାମରେ ଧ୍ୟାନ ଦିଅନ୍ତୁ।

ତୁଳା: ସଫ୍‌ଟୱେର ଇଂଜିନିଅର ଛାତ୍ର କନିଷ୍ଠ ଛାତ୍ରଙ୍କୁ ଦିଗ୍‌ଦର୍ଶନ ଦେବେ। ବିରୋଧୀଙ୍କ କଥାକୁ ଉପେକ୍ଷା କରନ୍ତୁ। ଧାର୍ମିକ ଆୟୋଜନକୁ ଯିବାର ଅବସର ପାଇବେ।

ବିଛା: କୌଣସି ସରକାରୀ ଅଧିକାରୀ ଆପଣଙ୍କ ଜମି ବିବାଦର ସମାଧାନ ପାଇଁ ସାହାଯ୍ୟ କରିବେ। ନିଜର କାମ ଉପରେ ଧ୍ୟାନ ଦିଅନ୍ତୁ ସକାରାତ୍ମକ ଫଳ ପାଇବେ।

ଧନୁ: ବନ୍ଧୁ ସହିତ ମିଶି ନୂଆ ବ୍ୟବସାୟ ଆରମ୍ଭ କରିବେ। ମୂଲ୍ୟବାନ ବସ୍ତୁ କିଣି ପାରନ୍ତି। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଅଫିସରେ ଅଧିକ ବ୍ୟସ୍ତ ରହିବେ।


ମକର: ଲାଗି ରହିଥିବା ବିବାଦର ସମାଧାନ ହୋଇଯିବ। ମନୋରଂଜନ କାର୍ଯ୍ୟରେ ଖର୍ଚ୍ଚ କରିପାରନ୍ତି। ଜୀବନସାଥୀ ସହ ଭଲ ତାଳମେଳ ବଜାୟ ରହିବ।

କୁମ୍ଭ: ମନରେ ଅଧିକ ଆତ୍ମବିଶ୍ବାସ ରହିବ। ଜରୁରୀ କାମରେ ସଫଳତା ପାଇବେ। ଅଫିସରେ କାମ ତରବରିଆ ଭାବେ କଲେ କ୍ଷତି ହୋଇପାରେ। ଆର୍ଥିକ ପ୍ରସଙ୍ଗରେ ସତର୍କ ରହନ୍ତୁ।

ମୀନ: ଉନ୍ନତି ମାର୍ଗରେ ଅଗ୍ରସର ହେବେ। ପିଲାଙ୍କ ସଫଳତାରେ ଆପଣ ଗୌରବାନ୍ବିତ ଅନୁଭବ କରିବେ। ଜୀବନସାଥୀ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ।

ସମ୍ବନ୍ଧିତ ଖବର